Advertisment

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ମୁମ୍ବାଇ: ‘ବିଗ୍ ବସ୍-୧୩’ ପରେ ଯଦି ସବୁଠୁ ଅଧିକ କିଏ ଲୋକପ୍ରିୟ ହୋଇଛନ୍ତି, ସେ ହେଉଛନ୍ତି ଶେହନାଜ୍ ଗିଲ୍। ଶୋ’ରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନ ଜିତିନେଇଥିଲା। ତାଙ୍କ ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଛି। ବିବି ହାଉସରୁ ବାହାରିବା ପରେ ଶେହନାଜ୍ ନିଜ ଲୁକ୍ ଟ୍ରାନ୍ସଫର୍ମେଶନ ପାଇଁ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ପୁଣିଥରେ ଶେହନାଜ୍ ସବୁ ଲାଇମଲାଇଟ୍ ଚୋରେଇ ନେଇଛନ୍ତି। ତାଙ୍କର ଏକ ଗୀତର ଭିଡିଓ ଭାଇରାଲ ହେବାରେ ଲାଗିଛି। https://www.instagram.com/p/CEgZN0lhKmN/?utm_source=ig_web_copy_link ବିଗ୍ […]

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

sana

Advertisment

ମୁମ୍ବାଇ: ‘ବିଗ୍ ବସ୍-୧୩’ ପରେ ଯଦି ସବୁଠୁ ଅଧିକ କିଏ ଲୋକପ୍ରିୟ ହୋଇଛନ୍ତି, ସେ ହେଉଛନ୍ତି ଶେହନାଜ୍ ଗିଲ୍। ଶୋ’ରେ ତାଙ୍କର ଚୁଲବୁଲି ଅନ୍ଦାଜ ଦର୍ଶକଙ୍କ ମନ ଜିତିନେଇଥିଲା। ତାଙ୍କ ଫ୍ୟାନ୍ ଫଲୋଇଂ ବହୁତ ବଢ଼ିଯାଇଛି। ବିବି ହାଉସରୁ ବାହାରିବା ପରେ ଶେହନାଜ୍ ନିଜ ଲୁକ୍ ଟ୍ରାନ୍ସଫର୍ମେଶନ ପାଇଁ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ପୁଣିଥରେ ଶେହନାଜ୍ ସବୁ ଲାଇମଲାଇଟ୍ ଚୋରେଇ ନେଇଛନ୍ତି। ତାଙ୍କର ଏକ ଗୀତର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

https://www.instagram.com/p/CEgZN0lhKmN/?utm_source=ig_web_copy_link

ବିଗ୍ ବସ୍ 13 ପୂର୍ବରୁ ଶାହନାଜ୍ ଜଣେ ଗାୟକ ଭାବରେ ପରିଚିତ ଥିଲେ। ପଞ୍ଜାବୀ ଗୀତରେ ତାଙ୍କ ସ୍ୱରର ଯାଦୁ ଦେଖାଇବା ପରେ ବର୍ତ୍ତମାନ ଶାହନାଜ ଗିଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସଲମାନ ଖାନଙ୍କ ସୁପରହିଟ ଗୀତ ‘ଦିଲ୍‌ ଦିୟା ଗଲ୍ଲାଁ’ ଗାଉଛନ୍ତି। ଏଥିରେ ତାଙ୍କ ସାଥ ଦେଇଛନ୍ତି ଅର୍ଜୁନ କାନୁନଗୋ। ତେବେ ଦର୍ଶକ ଏହି ଜୁଗଲବନ୍ଦିକୁ ବେଶ୍ ପସନ୍ଦ କରୁଛନ୍ତି।

https://www.instagram.com/p/CGiCf-wBJzr/?utm_source=ig_web_copy_link

ଶେହନାଜ ତାଙ୍କ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେଆର୍ କରିଛନ୍ତି। ସେ ଭିଡିଓରେ ବହୁତ ଖୁସି ଦେଖାଯାଉଛନ୍ତି। ଏହା ସହିତ ସେ କ୍ୟାପସନ୍ ଲେଖିଛନ୍ତି - 'ଯଦି ଆପଣମାନେ ମୋତେ ଏହିଭଳି ଆଉ ସଙ୍ଗ କଭରରେ ଦେଖିବାକୁ ଚାହୁଁଛନ୍ତି ତେବେ ହୃଦୟରୁ ମନ୍ତବ୍ୟ ଦିଅନ୍ତୁ।‘ ଭିଡିଓରେ ଶେହନାଜଙ୍କ ମାସୁମ ଚେହେରା ସହ ତାଙ୍କ କଣ୍ଠର ଯାଦୁ ଲୋକଙ୍କୁ ପାଗଳ କରିଦେଇଛି। ଲୋକମାନେ ତାଙ୍କର ଏହି ନୂଆ ଅନ୍ଦାଜକୁ ବେଶ୍ ପସନ୍ଦ କରୁଛନ୍ତି ଓ ପ୍ରଶଂସା ବି କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe