ସୁଶାନ୍ତ ମାମଲାରେ ବଦଳିଲା ଶେଖର ସୁମନଙ୍କ ସ୍ୱର

ମୁମ୍ୱାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୫ ମାସ ବିତି ଗଲାଣି । କିନ୍ତୁ ଏଯାଏଁ ତାଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ଏକଦା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିବା ଅଭିନେତା ଶେଖର ସୁମନ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତଦନ୍ତ ମାମଲାକୁ ନେଇ ପ୍ରଶ୍ନ ଉଠାଇଥିବା ଶେଖରଙ୍କ ଏଥର କିନ୍ତୁ ସ୍ୱର ପରିବର୍ତ୍ତନ ହୋଇଯାଇଛି। ସେ ଟ୍ୱିଟ କରି ସୁଶାନ୍ତଙ୍କ ତଦନ୍ତ ମାମଲାରେ […]

sekhar-suman-on-sushant-sin

sekhar-suman-on-sushant-sin

Madhupriya Mistry
  • Published: Sunday, 29 November 2020
  • Updated: 29 November 2020, 01:25 PM IST

ମୁମ୍ୱାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୫ ମାସ ବିତି ଗଲାଣି । କିନ୍ତୁ ଏଯାଏଁ ତାଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ଏକଦା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିବା ଅଭିନେତା ଶେଖର ସୁମନ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତଦନ୍ତ ମାମଲାକୁ ନେଇ ପ୍ରଶ୍ନ ଉଠାଇଥିବା ଶେଖରଙ୍କ ଏଥର କିନ୍ତୁ ସ୍ୱର ପରିବର୍ତ୍ତନ ହୋଇଯାଇଛି। ସେ ଟ୍ୱିଟ କରି ସୁଶାନ୍ତଙ୍କ ତଦନ୍ତ ମାମଲାରେ ସାମିଲ ଥିବା ସମସ୍ତ ସଂସ୍ଥାକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, “ସୁଶାନ୍ତ ମାମଲାରେ ତଦନ୍ତ କରୁଥିବା ସିବିଆଇ, ଇଡି ଏବଂ ଏନସିବି ବେଶ ଭଲ କାମ କରିଛନ୍ତି । ତଦନ୍ତ କରି ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛନ୍ତି । କିନ୍ତୁ ପ୍ରମାଣ ଅଭାବ ଯୋଗୁଁ ସେ ହାତ ବାନ୍ଧି ବସିଛନ୍ତି । ଏହି ମାମଲାରେ କେବଳ ଧୈର୍ଯ୍ୟ ରଖିବାକୁ ପଡିବ।”


ସୁଶାନ୍ତ ସିଂ ମାମଲାକୁ ସେ ଭୁଲି ନାହାନ୍ତି ବୋଲି ନିକଟରେ ଶେଖର ସୁମନ ଟ୍ୱିଟ କରି କହିଥିଲେ । ସେ ଏବେବି ଏହି ମାମଲାରେ କେତେବେଳେ କିଛି ନୂଆ ଅପଡେଟ୍ ଆସିବ ତାକୁ ଅପେକ୍ଷା କରିଛି ବୋଲି କହିଥିଲେ । କିନ୍ତୁ ଏବେ ଶେଖର ସୁମନ ଯେଉଁ ଟ୍ୱିଟ କରିଛନ୍ତି ସେଥିରେ ତାଙ୍କ ସ୍ୱର ପୁରା ବଦଳି ଯାଇଛି ।

ଅଭିନେତା ସୁଶାନ୍ତ ସିଂ ପ୍ରଥେମ ଆତ୍ମହତ୍ୟା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲେ । କିନ୍ତୁ ପରେ ଡ୍ରଗ୍ସ ଲିଙ୍କ କଥା ସାମ୍ନାକୁ ଆସିଥିଲା । ଏହାପରେ ପୁରା କେସ୍ ଓଲଟପାଲଟ ହୋଇଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଧୀରେ ଧୀରେ ଧିମେଇ ଯାଇଥିଲା । ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ୧୦ରୁ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ଏସବୁ ସତ୍ତ୍ୱେ ମଧ୍ୟ ଏଯଏଁ ସୁଶାନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos