sekhar-suman-on-sushant-sin
ମୁମ୍ୱାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୫ ମାସ ବିତି ଗଲାଣି । କିନ୍ତୁ ଏଯାଏଁ ତାଙ୍କ ମୃତ୍ୟୁ ଉପରୁ ପରଦା ହଟୁନି । ଏକଦା ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିବା ଅଭିନେତା ଶେଖର ସୁମନ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି । ପୂର୍ବରୁ ତଦନ୍ତ ମାମଲାକୁ ନେଇ ପ୍ରଶ୍ନ ଉଠାଇଥିବା ଶେଖରଙ୍କ ଏଥର କିନ୍ତୁ ସ୍ୱର ପରିବର୍ତ୍ତନ ହୋଇଯାଇଛି। ସେ ଟ୍ୱିଟ କରି ସୁଶାନ୍ତଙ୍କ ତଦନ୍ତ ମାମଲାରେ ସାମିଲ ଥିବା ସମସ୍ତ ସଂସ୍ଥାକୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି, “ସୁଶାନ୍ତ ମାମଲାରେ ତଦନ୍ତ କରୁଥିବା ସିବିଆଇ, ଇଡି ଏବଂ ଏନସିବି ବେଶ ଭଲ କାମ କରିଛନ୍ତି । ତଦନ୍ତ କରି ଅନେକ ଲୋକଙ୍କୁ ଗିରଫ ମଧ୍ୟ କରିଛନ୍ତି । କିନ୍ତୁ ପ୍ରମାଣ ଅଭାବ ଯୋଗୁଁ ସେ ହାତ ବାନ୍ଧି ବସିଛନ୍ତି । ଏହି ମାମଲାରେ କେବଳ ଧୈର୍ଯ୍ୟ ରଖିବାକୁ ପଡିବ।”
ସୁଶାନ୍ତ ସିଂ ମାମଲାକୁ ସେ ଭୁଲି ନାହାନ୍ତି ବୋଲି ନିକଟରେ ଶେଖର ସୁମନ ଟ୍ୱିଟ କରି କହିଥିଲେ । ସେ ଏବେବି ଏହି ମାମଲାରେ କେତେବେଳେ କିଛି ନୂଆ ଅପଡେଟ୍ ଆସିବ ତାକୁ ଅପେକ୍ଷା କରିଛି ବୋଲି କହିଥିଲେ । କିନ୍ତୁ ଏବେ ଶେଖର ସୁମନ ଯେଉଁ ଟ୍ୱିଟ କରିଛନ୍ତି ସେଥିରେ ତାଙ୍କ ସ୍ୱର ପୁରା ବଦଳି ଯାଇଛି ।
ଅଭିନେତା ସୁଶାନ୍ତ ସିଂ ପ୍ରଥେମ ଆତ୍ମହତ୍ୟା ଏବଂ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲେ । କିନ୍ତୁ ପରେ ଡ୍ରଗ୍ସ ଲିଙ୍କ କଥା ସାମ୍ନାକୁ ଆସିଥିଲା । ଏହାପରେ ପୁରା କେସ୍ ଓଲଟପାଲଟ ହୋଇଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଧୀରେ ଧୀରେ ଧିମେଇ ଯାଇଥିଲା । ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ୧୦ରୁ ୧୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ଏସବୁ ସତ୍ତ୍ୱେ ମଧ୍ୟ ଏଯଏଁ ସୁଶାନ୍ତ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁ ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/sekhar-suman-on-sushant-sin.jpg)