Advertisment

ଆସିଲା ରାହୁଲଙ୍କ ବିବାହ ପ୍ରସ୍ତାବ, ସର୍ତ୍ତ ରଖି ରାଜି ହେଲେ ଏହି ଅଭିନେତ୍ରୀ

ଆସିଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ବିବାହ ପ୍ରସ୍ତାବ। ସର୍ତ୍ତ ରଖି ବିବାହ କରିବାକୁ ରାଜି ହେଲେ ଏହି ଅଭିନେତ୍ରୀ...

ଅଦ୍ୟତନ ହୋଇଛି
Sherlyn Chopra And Rahul Gandhi

Sherlyn Chopra And Rahul Gandhi

Advertisment

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଉଭୟ ରାଜନେତା ଏବଂ ଜନ ସାଧାରଣ ମଧ୍ୟ ଏଥିପାଇଁ ମାଆ ସୋନିଆ ଗାନ୍ଧୀ ଏବଂ ରାହୁଲଙ୍କୁ ପରାମର୍ଶ ଦେଉଛନ୍ତି। କିଛି ଦିନ ତଳ ସୋନିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବୁଲି ଆସିଥିଲେ ହରିୟାଣାର କିଛି ମହିଳା ଚାଷୀ। ଏହି ସମୟରେ ଜଣେ ମହିଳା ଚାଷୀ ତାଙ୍କୁ ରାହୁଲଙ୍କ ବିବାହ କରାଇବାକୁ କହିବାରୁ ପୁଅ ପାଇଁ ବୋହୂ ଖୋଜିବାକୁ କହିଥିଲେ ସୋନିଆ। ଏବେ ପୁଅ ପାଇଁ ପ୍ରସ୍ତାବ ଆସିଛି। ଜଣେ ବଲିଉଡ୍ ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ରାଜି ଥିବା କହିଛନ୍ତି।

Advertisment

ଅଭିନେତ୍ରୀ ତଥା ମଡେଲ୍ ଶର୍ଲିନ୍ ଚୋପ୍ରା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ହଁ ମାରିଛନ୍ତି। ନିକଟରେ ମୁମ୍ବାଇରରେ ନଜର ଆସିଥିଲେ ଶର୍ଲିନ୍। ଏହି ସମୟରେ ସେ ଫ୍ୟାନ୍ସଙ୍କ ସହ ସେଲ୍ଫି ନେବାରେ ବ୍ୟସ୍ତ ଥିବାବେଳେ ତାଙ୍କୁ କେହି ରାହୁଲ ଗାନ୍ଧୀଙ୍କ ସହ ବିବାହ ନେଇ ପ୍ରଶ୍ନ କରିଥିଲେ। ଆଉ ଶର୍ଲିନ୍ ମଧ୍ୟ ଏହାର ପଜିଟିଭ୍ ରିଆକ୍ଟ କରିଛନ୍ତି। ସେ କହିଛନ୍ତି, 'କାହିଁକି ନୁହେଁ, କିନ୍ତୁ ବିବାହ ପରେ ମୁଁ ମୋ ସାଙ୍ଗିଆ ଅର୍ଥାତ୍ ଟାଇଟଲ୍ ପରିବର୍ତ୍ତନ କରିବାକୁ ଚାହିଁବିନି।'  
ଶର୍ଲିନଙ୍କ ଏହି ପ୍ରତିକ୍ରିୟାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅନ୍ୟପଟେ ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ବିରୁଦ୍ଧରେ ହୋଇଥିବା ଅପରାଧିକ ମାନହାନି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟରୁ ଆସ୍ୱସ୍ଥି ମିଳିଛି। ଏହାପରେ ସେ ତାଙ୍କ ସଦସ୍ୟତା ଫେରି ପାଇଛନ୍ତି।

ଶର୍ଲିନ୍ ଚୋପ୍ରା କିଏ ?
ଶର୍ଲିନ୍ ସୋଶାଲ୍ ମିଡିଆରେ ତାଙ୍କ ମନ୍ତବ୍ୟ ଏବଂ ବୋଲ୍ଡ ଲୁକ୍ ପାଇଁ ବେଶ୍ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରଥମ ଭାରତୀୟ ଅଭିନେତ୍ରୀ, ଯିଏକି ପ୍ଲେବଏ ମାଗାଜିନ୍ ପାଇଁ ନ୍ୟୁଡ୍ ଫଟୋ କ୍ଲିକ୍ କରିଥିଲେ। ଗତ ମାସରେ ସେ ଜୁହୁ ପୋଲିସ ଷ୍ଟେସନରେ ମୁମ୍ବାଇର ଜଣେ ଅର୍ଥ ପରିଚାଳକଙ୍କ ବିରୋଧରେ ଏକ ନିର୍ଯାତନା ମାମଲା ଦାୟର କରିଥିଲେ। ଶର୍ଲିନ୍ ଅଭିଯୋଗ କରିଥିଲେ ଯେ, ଭିଡିଓ ରେକର୍ଡିଂ ପାଇଁ ଟଙ୍କା ଦେବା ବାହାନାରେ ଜଣେ ଫାଇନାନ୍ସିଅର୍ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ, ସେ ସାଜିଦ ଖାନଙ୍କ ବିରୋଧରେ ହୋଇଥିବା #MeToo ରେ ମଧ୍ୟ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। 

Advertisment
Rahul Gandhi Marriage Proposal Sherlyn Chopra Response To Marrying Rahul Gandhi Sherlyn Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe