Advertisment

‘ଶିଳ୍ପା ମୋ’ ଭିଡିଓକୁ ପସନ୍ଦ କରୁଥିଲେ’

ମୁମ୍ବାଇ: “ବନ୍ଧୁକ ଦେଖାଇ ଭୟଭୀତ କରି ମୋ’ଠୁ କେହି କାମ ଆଦାୟ କରି ନାହାନ୍ତି ସତ, କିନ୍ତୁ ମୋତେ ଭ୍ରମିତ କରି ଓ ମିଥ୍ୟା କଥା କହି ନ୍ୟୁଡ ଭିଡିଓ ଶୁଟ୍‌ କରାଇଛନ୍ତି। ଏପରିକି ଶିଳ୍ପା ସେଟ୍ଟି ମୋ ଫଟୋ ଓ ଭିଡିଓ ଦେଖି ପ୍ରଶଂସା କରୁଥିବା ମଧ୍ୟ କୁହାଯାଇଥିଲା। ନ୍ୟୁଡ୍‌ ଓ ସେମି ନ୍ୟୁଡ୍‌ ହେବା ଅପରାଧ ନୁହେଁ ବୋଲି ସବୁଦିନେ କାହା କାନ ପାଖରେ କୁହାଗଲେ, ତାହା ମନରେ ବସା ବାନ୍ଧି ରହିଯିବା ସ୍ୱାଭାବିକ […]

author-image
Niharika Rout
ଅଦ୍ୟତନ ହୋଇଛି
‘ଶିଳ୍ପା ମୋ’ ଭିଡିଓକୁ ପସନ୍ଦ କରୁଥିଲେ’

sherlyn chopra & shilpa shetty

ମୁମ୍ବାଇ: “ବନ୍ଧୁକ ଦେଖାଇ ଭୟଭୀତ କରି ମୋ’ଠୁ କେହି କାମ ଆଦାୟ କରି ନାହାନ୍ତି ସତ, କିନ୍ତୁ ମୋତେ ଭ୍ରମିତ କରି ଓ ମିଥ୍ୟା କଥା କହି ନ୍ୟୁଡ ଭିଡିଓ ଶୁଟ୍‌ କରାଇଛନ୍ତି। ଏପରିକି ଶିଳ୍ପା ସେଟ୍ଟି ମୋ ଫଟୋ ଓ ଭିଡିଓ ଦେଖି ପ୍ରଶଂସା କରୁଥିବା ମଧ୍ୟ କୁହାଯାଇଥିଲା। ନ୍ୟୁଡ୍‌ ଓ ସେମି ନ୍ୟୁଡ୍‌ ହେବା ଅପରାଧ ନୁହେଁ ବୋଲି ସବୁଦିନେ କାହା କାନ ପାଖରେ କୁହାଗଲେ, ତାହା ମନରେ ବସା ବାନ୍ଧି ରହିଯିବା ସ୍ୱାଭାବିକ କଥା। ମୋ ମେଣ୍ଟର ରାଜ କୁନ୍ଦ୍ର ମୋ’ ସହ ଏପରି ବିଶ୍ୱାସଘାତକତା କରି ମୋତେ ପର୍ଣ୍ଣ ସ୍କାଣ୍ଡାଲରେ ଫସାଇବେ ବୋଲି କେବେ ବି ଭାବି ନ ଥିଲି।” ଶୁକ୍ରବାର କ୍ରାଇମ୍‌ବ୍ରାଞ୍ଚ ସମ୍ମୁଖରେ ହାଜର ହେବା ପରେ ଗଣମାଧ୍ୟମକୁ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା।

Advertisment

ଅଶ୍ଲୀଳ ଫିଲ୍ମ ମାମଲାରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଏହି ଘଟଣାରେ ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହୋଇଥିଲେ ଶର୍ଲିନ ଚୋପ୍ରା। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରିଥିଲେ।

[caption id="attachment_665034" align="aligncenter" width="650"]sherlyn chopra , shilpa & raj ଅଭିନେତ୍ରୀ ଶର୍ଲିନ ଚୋପ୍ରା। ରାଜ୍‌ଙ୍କ ସହ ଶିଳ୍ପା।[/caption]

Advertisment

ଏହାପରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଶର୍ଲିନ କହିଥିଲ, ରାଜ କୁନ୍ଦ୍ରାଙ୍କ ସହ ସାକ୍ଷାତ ହେବା ପରଠୁ ମୋ ଜୀବନ ପୂରା ବଦଳି ଯାଇଛି। ତାଙ୍କ ସହ ଦେଖା ହେବା ପରେ ଏକ ବିଗ୍‌ ବ୍ରେକ୍‌ ପାଇଲି ଭାବି ବହୁତ ଖୁସି ହୋଇଥିଲି, କିନ୍ତୁ ଏପରି ଫସିବି ବୋଲି ଭାବି ନ ଥିଲି।

ନ୍ୟୁଡ୍‌ ଓ ସେମି ନ୍ୟୁଡ ଫଟୋଶୁଟ୍‌ କରୁଥିବା ଅଭିଯୋଗ ଉପରେ ଶର୍ଲିନ କହିଥିଲେ, “ଏହା ଅତି ସାଧାରଣ କଥା ଓ ପ୍ରାୟତଃ ସବୁ ଅଭିନେତ୍ରୀ ଏପରି ଶୁଟ୍‌ କରାଉଥିବା ନେଇ ରାଜ କୁନ୍ଦ୍ରା ସବୁବେଳେ  କହୁଥିଲେ। ଏହାକୁ ପର୍ଣ୍ଣ ଭିଡିଓ ପାଇଁ ବ୍ୟବହାର କରାଯାଉଥିବା ବେଳେ ମୋତେ କେବଳ ଗ୍ଲାମର ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଉଥିଲା। ଏପରିକି ମୋ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ମୋ’ ଫଟୋ ଓ ଭିଡିଓ ଶିଳ୍ପା ସେଟ୍ଟି  ପସନ୍ଦ କରୁଥିବା ମଧ୍ୟ ତାଙ୍କୁ କୁହାଯାଉଥିଲା। ଫଳରେ ମୁଁ ଏପରି କାମ କରିବାକୁ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲି। ଶିଳ୍ପାଙ୍କ ପରି ଅଭିନେତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହେବା ପରେ କେଉଁଟା  ଠିକ୍ ଓ କେଉଁଟା ଭୁଲ୍‌, ତାହା ଭାବିବା ଭୁଲି ଯାଇଥିଲି ଓ ଏପରି ଭିଡିଓରେ ନିଜ ରୋଲ୍‌କୁ ନେଇ ଖୁସି ରହୁଥିଲି। ହେଲେ ଶିଳ୍ପା କିଛି ଜାଣି ନଥିବା କହିଛନ୍ତି। ସେ ବହୁତ ବ୍ୟସ୍ତ ରହୁଥିବାରୁ ଏହାକୁ ଭୁଲି ଯାଇଥାଇ ପାରନ୍ତି।”

[caption id="attachment_665035" align="aligncenter" width="650"]sherlyn chopra ଅଭିନେତ୍ରୀ ଶର୍ଲିନ ଚୋପ୍ରା।[/caption]

ପର୍ଣ୍ଣ ଦୁନିଆକୁ କିପରି ଠେଲି ହୋଇ ଆସିଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ପ୍ରଥମେ ଆର୍ମ୍ସପ୍ରାଇମ୍‌ ସହ ଏଗ୍ରିମେଣ୍ଟ ହେବା ପରେ ଗ୍ଲାମର ଭିଡିଓ ଶୁଟ୍‌ କରାଯାଇଥିଲା। ଏହା ଧୀରେ ଧୀରେ ବୋଲ୍ଡ ଆଡ଼ୁକ ମୁହାଁଇଲା। ଏହାପରେ ସେମି-ନ୍ୟୁଡ୍‌ ଓ ନ୍ୟୁଡ୍‌ ଭିଡିଓ କରିବା ଆରମ୍ଭ ହୋଇଗଲା। ମୋ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏହା କିଛି ଭୁଲ୍‌ ନୁହେଁ ବୋଲି ମଧ୍ୟ କୁହାଯାଉଥିଲା। ମୁଁ ରାଜ ଓ ଶିଳ୍ପାଙ୍କୁ ବିରୋଧ କରୁ ନାହିଁ। ମୁଁ ପର୍ଣ୍ଣୋଗ୍ରାଫି ରାକେଟକୁ ବିରୋଧ କରୁଛି। ଯଦି କୌଣସି ଅଭିନେତ୍ରୀଙ୍କ ସହ ଏଥିପାଇଁ ଏଗ୍ରିମେଣ୍ଟ କରାଯାଉଛି, ତା’ହେଲେ ଏ ସମ୍ପର୍କରେ ତାଙ୍କୁ ଅନ୍ଧାରରେ ରଖାଯିବା ଉଚିତ ନୁହେଁ।

[caption id="attachment_665036" align="aligncenter" width="650"]Raj Kundra & shilpa Setty ନିଜ ପତିଙ୍କ ସହ ଶିଳ୍ପା।[/caption]

ରାଜଙ୍କ ବିରୋଧରେ ଜୁହୁ ପୁଲିସ୍‌ ଷ୍ଟେଶନରେ କେସ୍‌ ଦେଇଥିଲେ ମଧ୍ୟ ଏହାକୁ ଉଠାଇ ନେବାକୁ ତାଙ୍କ ଉପରେ ଚାପ ପଡ଼ୁଥିବା କହିଛନ୍ତି ଶର୍ଲିନ। ଏପରିକି ତାଙ୍କୁ ବାରମ୍ବାର ଧମକ ମିଳୁଥିବା ବେଳେ ଏକ ହସଖୁସିର ସଂସାର କାହିଁକି ଭାଙ୍ଗୁଛ ବୋଲି ପଚରାଯାଉଛି। ଏପରିକି ମୁଁ କେସ୍‌ ପ୍ରତ୍ୟାହାର ନ କଲେ ମୋ କ୍ୟାରିଅର ବରବାଦ କରିଦେବେ ବୋଲି ମଧ୍ୟ ଧମକ ଦିଆଯାଇଛି।

ଏବେ ରାଜ ଓ ଅନ୍ୟ ଅଭିଯୁକ୍ତ ଏପରି ଭିଡିଓ ଏରୋଟିକ, ପର୍ଣ୍ଣ ନୁହେଁ ବୋଲି ଯୁକ୍ତି ବାଢ଼ୁଥିବା ବେଳେ ପ୍ରଥମେ ଭିଡିଓ ଦେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିଛନ୍ତି ଶର୍ଲିନ। ଏଥିସହ ଏପରି ସ୍କାଣ୍ଡାଲରେ ଫସି ପ୍ରତାରିତ ହୋଇଥିବା ଯୁବତୀ ଓ ମହିଳା ଆଗକୁ ଆସି ପୁଲିସ୍‌ ନିକଟରେ ଅଭିଯୋଗ କରିବାକୁ କହିଛନ୍ତି ଶର୍ଲିନ।