Advertisment

ଖୁବ ଶୀଘ୍ର ତିଆରି ହେବ ସିଂହମ୍-୩

ମୁମ୍ବାଇ:  ଖୁବ ଶୀଘ୍ର ଆସିବ ସିଂହମ-୩। ଏ ନେଇ ସୂଚନା ଦେଇଛନ୍ତି ‘ସିଂହମ୍’ ସିରିଜ୍‌ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ।  ମୁମ୍ବାଇରେ ଅଜୟ ଦେବ୍‌ଗନ୍‌ ଓ କାଜୋଲ୍ ‌ଅଭିନିତ ଅପ୍‌କମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶେଟ୍ଟୀ ଏନେଇ ସୂଚନା ଦେଇଥିଲେ। ଗତକାଲି ଅପକମିଂ ହିଷ୍ଟୋରୀରିକାଲ ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ୱାରିୟର୍’ ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଥିଲା। ୟୁଟ୍ୟବରେ ଟ୍ରେଲର୍ ଲଂଞ୍ଚ୍ କରିବା ସହ ପ୍ରଡକ୍ସନ ହାଉସ ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ […]

author-image
Chinmayee Roy
 ଖୁବ ଶୀଘ୍ର ତିଆରି ହେବ ସିଂହମ୍-୩

singham-3

ମୁମ୍ବାଇ:  ଖୁବ ଶୀଘ୍ର ଆସିବ ସିଂହମ-୩। ଏ ନେଇ ସୂଚନା ଦେଇଛନ୍ତି ‘ସିଂହମ୍’ ସିରିଜ୍‌ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ।  ମୁମ୍ବାଇରେ ଅଜୟ ଦେବ୍‌ଗନ୍‌ ଓ କାଜୋଲ୍ ‌ଅଭିନିତ ଅପ୍‌କମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶେଟ୍ଟୀ ଏନେଇ ସୂଚନା ଦେଇଥିଲେ।

Advertisment

ଗତକାଲି ଅପକମିଂ ହିଷ୍ଟୋରୀରିକାଲ ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ୱାରିୟର୍’ ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଥିଲା। ୟୁଟ୍ୟବରେ ଟ୍ରେଲର୍ ଲଂଞ୍ଚ୍ କରିବା ସହ ପ୍ରଡକ୍ସନ ହାଉସ ମୁମ୍ବାଇରେ ଏକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲା। ଏଥିରେ ଫିଲ୍ମର ସମସ୍ତ କଳାକାରଙ୍କ ସହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଷ୍ଟାର୍ ଡିରେକ୍ଟର ରୋହିତ ଶେଟ୍ଟୀ।

https://twitter.com/pinkvilla/status/1196699842057105408

ରୋହିତ ଏଠାରେ ଅଜୟ ଦେବଗନଙ୍କ ସହ ଥିବା ସମ୍ପର୍କକୁ ନେଇ ବେଶ ଭାବୁକ ହୋଇପଡ଼ିଥିଲେ। ନିଜ ବଲିଉଡ୍ ଯାତ୍ରାରେ ଅଜୟଙ୍କ ଯୋଗଦାନ କଥା କହିଥିଲେ ‌ଓ ଏହି ସମୟରେ ଉପସ୍ଥିତ ଥିବା ଫ୍ୟାନମାନେ ପ୍ରଶ୍ନ କରିଥିଲେ ଯେ ସିଂହମର ପରବର୍ତ୍ତୀ ସିରିଜ୍ କେବେ ଆସିବ। ରୋହିତ ଏହାର ଉତ୍ତରରେ କହିଥିଲେ ଯେ ଖୁବ ଶୀଘ୍ର ସିଂହମ-୩ ଆସିବ।

Advertisment

https://twitter.com/Koimoi/status/1196781948732968960

ସୂଚନାୟୋଗ୍ୟ ‘ସିଂହମ୍‌’ ରୋହିତ୍‌ ଶେଟ୍ଟୀଙ୍କର ଏକ ସୁପର୍‌ହିଟ୍‌ ‘କପ୍‌ ସିରିଜ୍‌’। ଏହାର ପ୍ରଥମ ଦୁଇଟି ଭାଗରେ ଅଜୟ ଦେଭ୍‌ଗନ୍ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଦୁଇଟି ଯାକ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଆସିଥିଲା ତେଣୁ ଏହାର ତୃତୀୟ ଭାଗରେ ବି ଅଜୟଙ୍କ ଦମ୍‌ଦାର୍‌ ଅଭିନୟ ଜାରି ରହିବ ବୋଲି ଆଶା କରାଯାଉଛି।