Advertisment

ଆସିଲା ଶିବାଙ୍ଗୀଙ୍କ ପ୍ରଥମ ମ୍ୟୁଜିକ ଭିଡିଓ

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ନାଏରା ଭୂମିକାରେ ସମସ୍ତଙ୍କ ମନ ଜିତୁଛନ୍ତି ଶିବାଙ୍ଗୀ ଯୋଷୀ। ଏବେ ସେ ମ୍ୟୁଜିକ୍‌ ଭିଡିଓ ଦୁନିଆରେ ପାଦ ଦେଇଛନ୍ତି। ତାଙ୍କର ଏକ ନୂଆ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି। https://www.instagram.com/p/B8WMlj_lPqo/?utm_source=ig_web_copy_link ଶିବାଙ୍ଗୀଙ୍କର ଏହି ଡେବ୍ୟୁ ମ୍ୟୁଜିକ୍‌ ଭିଡିଓର ଟାଇଟଲ୍‌ ରହିଛି ‘ଆଦତେ’। ଗୀତଟିକୁ ନିଖିଲ ଡିସୌଜା ଗାଇଥିବାବେଳେ ଗୌରବ ଡଙ୍ଗାବକର ଏଥିରେ ମ୍ୟୁଜିକ୍‌ ଦେଇଛନ୍ତି। ଗୀତଟିକୁ ଲେଖିଛନ୍ତି ଅନୁରାଗ ବୋମିଆ। ଭିଡିଓରେ ଶିବାଙ୍ଗୀଙ୍କ ସହ […]

ଅଦ୍ୟତନ ହୋଇଛି
ଆସିଲା ଶିବାଙ୍ଗୀଙ୍କ ପ୍ରଥମ ମ୍ୟୁଜିକ ଭିଡିଓ

shivangi

Advertisment

ମୁମ୍ବାଇ: ଟେଲିଭିଜନ୍‌ର ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ନାଏରା ଭୂମିକାରେ ସମସ୍ତଙ୍କ ମନ ଜିତୁଛନ୍ତି ଶିବାଙ୍ଗୀ ଯୋଷୀ। ଏବେ ସେ ମ୍ୟୁଜିକ୍‌ ଭିଡିଓ ଦୁନିଆରେ ପାଦ ଦେଇଛନ୍ତି। ତାଙ୍କର ଏକ ନୂଆ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ ହୋଇଛି।

Advertisment

https://www.instagram.com/p/B8WMlj_lPqo/?utm_source=ig_web_copy_link

ଶିବାଙ୍ଗୀଙ୍କର ଏହି ଡେବ୍ୟୁ ମ୍ୟୁଜିକ୍‌ ଭିଡିଓର ଟାଇଟଲ୍‌ ରହିଛି ‘ଆଦତେ’। ଗୀତଟିକୁ ନିଖିଲ ଡିସୌଜା ଗାଇଥିବାବେଳେ ଗୌରବ ଡଙ୍ଗାବକର ଏଥିରେ ମ୍ୟୁଜିକ୍‌ ଦେଇଛନ୍ତି। ଗୀତଟିକୁ ଲେଖିଛନ୍ତି ଅନୁରାଗ ବୋମିଆ। ଭିଡିଓରେ ଶିବାଙ୍ଗୀଙ୍କ ସହ ସୂରଜ ରୟ ଅଭିନୟ କରିଛନ୍ତି। ଗୀତଟିକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି।  ମାତ୍ର ୨୪ ଘଣ୍ଟା ଭିତରେ ଗୀତଟିକୁ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ବି ଏହା ଭାଇରାଲ୍‌ ହେଉଛି।

ନିଜ ଡେବ୍ୟୁ ଆଲ୍‌ବମ୍‌କୁ ନେଇ ଶିବାଙ୍ଗୀ କହିଛନ୍ତି, ‘ଆଜିକାଲି ବହୁତ ମ୍ୟୁଜିକ୍ ଭିଡିଓ ଆସୁଛି। ତେଣୁ ମୁଁ ଟିକେ ନିଜ ଭିଡିଓକୁ ନେଇ ଅଧିକ ବାଛବିଚାର କରୁଥିଲି। କାରଣ ମୁଁ ଚାହୁଁଥିଲି ଯେ ମୋ ଗୀତଟି ବହୁତ ଭଲ ହେଉ ଓ ହୃଦୟକୁ ଛୁଇଁବା ଭଳି ହେଉ। ‘ଆଦତେ’ ରେ ସେ ସବୁ କିଛି ରହିଛି। ଏହାଠୁ ଭଲ ମ୍ୟୁଜିକ୍‌ ଭିଡିଓ ଆଉ ମୋତେ ମିଳି ନଥାନ୍ତା।’ ଏହା ଏକ ସର୍ଟ ଲଭଷ୍ଟୋରୀ ଉପରେ ଆଧାରିତ, ଯେଉଁଥିରେ ଜଣେ ମୁକ ବ୍ୟକ୍ତି ଓ ଜଣେ ସାଧାରଣ ଝିଅ ଭିତରେ କିଭଳି ପ୍ରେମ ସମ୍ପର୍କ ଗଢ଼ିଉଠୁଛି ତାହା ଦେଖିବାକୁ ମିଳିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe