ରିୟାଙ୍କ ସମର୍ଥନରେ ଫରହାନଙ୍କ ପ୍ରେମିକା, ଅଙ୍କିତାଙ୍କୁ କଲେ ଟାର୍ଗେଟ୍

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେଙ୍କ ଓପନ୍ ଲେଟରକୁ ନେଇ ସୋଶାଲ ମିଡିଆରେ ଏକ ପ୍ରକାର ହଇଚଇ ପଡ଼ିଲାଣି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ରହସ୍ୟ ଉନ୍ମୋଚନ ହେବା ପରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀକୁ ଏନସିବି ଗିରଫ କରିସାରିଛି । ଏହାପରେ ବଲିଉଡ୍ ତାରକାମାନେ ମୁଖ୍ୟତଃ ତିନି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଛି । ରିୟାଙ୍କୁ ଗିରଫ କରାଯିବାର ବିରୋଧରେ କେତେଜଣ ତାରକା ସୋଶାଲ ମିଡିଆରେ ନିଜ ଅଭିଯାନ ଆରମ୍ଭ କରିଥିବା ବେଳେ […]

ankita

Pragnya Choudhury
  • Published: Thursday, 10 September 2020
  • , Updated: 10 September 2020, 08:26 PM IST

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେଙ୍କ ଓପନ୍ ଲେଟରକୁ ନେଇ ସୋଶାଲ ମିଡିଆରେ ଏକ ପ୍ରକାର ହଇଚଇ ପଡ଼ିଲାଣି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ରହସ୍ୟ ଉନ୍ମୋଚନ ହେବା ପରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀକୁ ଏନସିବି ଗିରଫ କରିସାରିଛି । ଏହାପରେ ବଲିଉଡ୍ ତାରକାମାନେ ମୁଖ୍ୟତଃ ତିନି ଗୋଷ୍ଠୀରେ ବିଭକ୍ତ ହୋଇଥିବା ଦେଖିବାକୁ ମିଳିଛି । ରିୟାଙ୍କୁ ଗିରଫ କରାଯିବାର ବିରୋଧରେ କେତେଜଣ ତାରକା ସୋଶାଲ ମିଡିଆରେ ନିଜ ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟ କେତେ ଜଣ ରିୟାଙ୍କ ଗିରଫ ପରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଦିଗରେ ଅଧିକ ଆଶାବାଦୀ ହୋଇଉଠିଛନ୍ତି ।

ଏହାରି ଭିତରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଏକ ଓପନ ଲେଟରକୁ ନେଇ ରିୟାଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ଫରହାନ୍ ଅଖତରଙ୍କ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର ଅଙ୍କିତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।

https://www.instagram.com/p/CEn8ucMnnJ3/?utm_source=ig_web_copy_link

ଅଙ୍କିତା ନିଜ ଘୃଣାକାରୀ ବା ହେଟର୍ସଙ୍କ ଉଦ୍ଦେଶ୍ୟରେ ସୋଶାଲ ମିଡିଆରେ ଏକ ଓପନ୍ ଲେଟର୍ ଲେଖିଥିଲେ । ଯାହାର ପ୍ରତିକ୍ରିୟାରେ ଶିବାନୀ ଆଜି ସୋଶାଲ ମିଡିଆରେ ଏକ ନୋଟ୍ ଲେଖିଛନ୍ତି। ଅଙ୍କିତାଙ୍କୁ ପିତୃସତ୍ତା ବା ପେଟ୍ରିଆର୍କିର ରାଜକୁମାରୀ ଆକ୍ଷା ଦେଇ ଶିବାନୀ କହିଛନ୍ତି ଯେ, ଏହି ଚିଠିଟି ଅନୈତିକ ଅଟେ। କେବଳ 2 ସେକେଣ୍ଡର ଲୋକପ୍ରିୟତା ପାଇବାକୁ ଅଙ୍କିତା ଏ ସବୁ କରୁଥିଲେ ବୋଲି ଶିବାନୀ କହିଛନ୍ତି ।

ଶିବାନୀ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ଅଙ୍କିତା ଲୋଖଣ୍ଡେ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଖୋଦ୍ ନିଜର ସମ୍ପର୍କ କେବେ ସୁଧାରି ନ ଥିଲେ । ସେ ସ୍ପଷ୍ଟ ଭାବରେ 2 ସେକେଣ୍ଡର ପ୍ରସିଦ୍ଧି ପାଇବାକୁ ଚାହୁଁଥିଲେ, ଯାହା ରିୟାଙ୍କୁ ଟାର୍ଗେଟ୍ କରିବା ଦ୍ୱାରା ସେ ପାଇଛନ୍ତି । ସେ କହିଛନ୍ତି, ଅଙ୍କିତାଙ୍କୁ ଏହା ସ୍ୱୀକାର କରିବା ଉଚିତ୍ ଯେ, ସୁଶାନ୍ତ ରିୟାଙ୍କୁ ଭଲପାଉଥିଲେ । ନିଜ ହେଟର୍ସଙ୍କ ଉଦ୍ଦେଶ୍ୟରେ ଓପନ୍ ଲେଟର୍ ଲେଖିବା ପୂର୍ବରୁ ଆପଣ ଗୋଟିଏ କଥା ମନେରଖନ୍ତୁ “ଆପଣଙ୍କ ହୃଦୟରେ ଯେତିକି ଘୃଣା ଅଛି ଆଉ କାହା ହୃଦୟରେ ସେତିକି ଘୃଣା ନାହିଁ” । ଏଭଳି କିଛି ଲେଖି ଅଙ୍କିତାଙ୍କୁ ଟାର୍ଗେଟ୍ କରିଛନ୍ତି ଶିବାନୀ ।

https://www.instagram.com/p/CE7A8achrmM/?utm_source=ig_web_copy_link

ସୂଚନାଯୋଗ୍ୟ, ଅଙ୍କିତା ନିଜ ଚିଠିରେ ସୁଶାନ୍ତଙ୍କ ମାନସିକ ଅବସ୍ଥା ଜାଣି ମଧ୍ୟ ତାଙ୍କୁ ଡ୍ରଗ୍ସ ସେବନ କରିବାକୁ ଦେବା ନେଇ ରିୟାଙ୍କୁ ଦାୟିତ୍ୱହୀନ ବୋଲି ଲେଖିଥିଲେ । ଏହାସହ ସୁଶାନ୍ତଙ୍କ ଡ୍ରଗ୍ସ ନେବା ବିଷୟରେ ତାଙ୍କ ପରିବାରକୁ ଅବଗତ କରିଥିଲେ କି ବୋଲି ପ୍ରଶ୍ନ ବି ପଚାରିଥିଲେ । ଏଣୁ ଏସବୁ ରିୟାଙ୍କ କର୍ମଫଳ ବୋଲି ନିଜ ଓପନ୍ ଲେଟରରେ ଅଙ୍କିତା ଲେଖିଥିଲେ ।

ଅନ୍ୟପଟେ ଶିବାନୀ ଅଙ୍କିତାଙ୍କୁ ଏମିତି ଭାଷାରେ ଟାର୍ଗେଟ୍ କରିବା ସୋଶାଲ ମିଡିଆ ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଏନେଇ ସୋଶାଲ ମିଡିଆରେ ଶିବାନୀଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି । ଫରହାନ ଅଖତରଙ୍କ ଗର୍ଲଫ୍ରେଣ୍ଡ ଛଡ଼ା ଆପଣଙ୍କ କୌଣସି ଅନ୍ୟ ପରିଚୟ ନାହିଁ ବୋଲି କହି ଶିବାନୀଙ୍କୁ ୟୁଜର୍ସ ଟ୍ରୋଲ୍ କରୁଛନ୍ତି ଏବଂ ଅଙ୍କିତାଙ୍କ ପ୍ରତି ନିଜ ସମର୍ଥନ ଜଣାଇଛନ୍ତି ।

Related story