sahrukh
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେହି କେହି ତାଙ୍କୁ ଓଲିଉଡ୍ର ଆମିର ଖାନ୍ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍ର ଚୁଲ୍ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କ ଅଭିନୀତ ଫିଲ୍ମ ‘ବାବୁ ଭାଇଜାନ୍’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଛିନ୍ତି ଓଲିଉଡ୍ର ହ୍ୟାଣ୍ଡସମ୍ ହିରୋ ଅରିନ୍ଦମ।
ଏପର୍ଯ୍ୟନ୍ତ ମୋଟ ୩ଟି ଫିଲ୍ମରେ ଅଭିନୟ କରିଛନ୍ତି ଶିବାନୀ। କିନ୍ତୁ ଏହି ତିନିଟି ଫିଲ୍ମରେ ସେ ତିନି ଜଣ ସୁପରଷ୍ଟାର ବାବୁସାନ୍, ଅନୁଭବ ଓ ଅରିନ୍ଦମଙ୍କ ସହ କାମ କରିଛନ୍ତି। ଆଉ ଏବେ ସେ ବଲିଉଡ୍ ସ୍ୱପ୍ନ ଦେଖିଲେଣି। ଶିବାନୀଙ୍କ କହିବା ଅନୁଯାୟୀ, ଆଜିକାଲି ସେ ବଲିଉଡ୍ ବାଦଶାହା ଶାହାରୁଖଙ୍କ ସହ କଥା ହେଉଥିବା ଏବଂ ମଜାମସ୍ତି କରୁଥିବା ସ୍ୱପ୍ନରେ ଦେଖୁଛନ୍ତି।
ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ରେ ଯୋଗଦେଇ ଶିବାନୀ ଏ କଥା କହିଥିଲେ।
ସେ କହିଥିଲେ ଯେ ଶାହାରୁଖଙ୍କ ସହ କାମ କରିବାକୁ ତାଙ୍କର ଇଚ୍ଛା ଅଛି। ବୋଧ ହୁଏ ଏଥିପାଇଁ ସେ ପ୍ରାୟ ସମୟ ଶାହାରୁଖଙ୍କୁ ସ୍ୱପ୍ନରେ ଦେଖୁଛନ୍ତି। ଶାହାରୁଖଙ୍କ ସହ ତାଙ୍କ ଯୋଡ଼ି ବେଶ୍ ଜମିବ। ଶାହାରୁଖ ଜଣେ ଲିଜେଣ୍ଡ। ତେଣୁ ଯେକୌଣସି କଳାକାରଙ୍କ ସହ ତାଙ୍କର ଯୋଡ଼ି ଜମିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/sahrukh.jpg)