ଅଦ୍ୟତନ ହୋଇଛି
rajkundra
Advertisment
ମୁମ୍ବାଇ: ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍ କଳାକାର। ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଖୋଲାଯାଇଥିବା ‘ପିଏମ୍-କେୟାରସ୍ ଫଣ୍ଡ’କୁ ଦାନ କରୁଛନ୍ତି। ଅକ୍ଷୟ କୁମାର, ବରୁଣ ଧୱନଙ୍କ ଭଳି ଏଥିରେ ଦାନ କରିଥିବା ବେଳେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ମଧ୍ୟ ଦାନ କରିଛନ୍ତି। ସେମାନେ ‘ପିଏମ୍-କେୟାରସ୍ ଫଣ୍ଡ’କୁ ୨୧ ଲକ୍ଷ ଟଙ୍କା ଦେଇଛନ୍ତି। ଏନେଇ ଶିଳ୍ପା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
Advertisment
ସେ ଟ୍ୱିଟ୍ କରି ଲେଖିଛନ୍ତି- ବର୍ତ୍ତମାନ ଆମ ଦେଶ ଓ ଦେଶବାସୀ ଆମକୁ ଆବଶ୍ୟକ କରୁଛି। ଆମ ଦାୟିତ୍ୱ ନିର୍ବାହ କରିବାର ଏହା ହେଉଛି ସମୟ। ରାଜ୍ କୁନ୍ଦ୍ରା ଓ ମୁଁ ନରେନ୍ଦ୍ର ମୋଦିଜୀଙ୍କ ‘ପିଏମ୍-କେୟାରସ୍ ଫଣ୍ଡ’କୁ ୨୧ ଲକ୍ଷ ଦେଇଛୁ। ବୁନ୍ଦା ବୁନ୍ଦା ଜଳ ମିଶି ସମୁଦ୍ର ହୁଏ। ତେଣୁ ଏହି ପରିସ୍ଥିତି ସହ ଲଢ଼େଇ କରିବାକୁ ସମସ୍ତେ ସହଯୋଗ କରିବାକୁ ମୁଁ ନିବେଦନ କରୁଛି।
Advertisment
ସୂଚନାଯୋଗ୍ୟ, ଅକ୍ଷୟ କୁମାର ‘ପିଏମ୍-କେୟାରସ୍ ଫଣ୍ଡ’କୁ ୨୫ କୋଟି ଟଙ୍କା ଦାନ କରିଛନ୍ତି। ସେହିଭଳି ବରୁଣ ଧୱନ ୩୦ ଲକ୍ଷ ଟଙ୍କା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/rajkundra.jpg)