Advertisment

ମାତ୍ର ୫୦ ଦିନରେ ୧ କୋଟି

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କ୍ୱିନ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡିଓ ଫ୍ୟାନ୍‌ଙ୍କ ସହ ଶେଆର୍‌ କରନ୍ତି। ତେବେ ଶିଳ୍ପା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫ୍ୟାନ୍‌ଙ୍କ ସହ ଆଉ ଏକ ଖୁସି ଖବର ଶେଆର୍‌ କରିଛନ୍ତି। https://www.instagram.com/p/B8iwZCOhBrA/?utm_source=ig_web_copy_link ଶିଳ୍ପା ଇନ୍‌ଷ୍ଟାରେ ଏକ ଭିଡିଓ ଶେଆର୍‌ କରି ଜଣାଇଛନ୍ତି ଯେ ଟିକ୍‌ଟକ୍‌ରେ ମାତ୍ର ୫୦ ଦିନରେ ତାଙ୍କର ୧ କୋଟି ଫଲୋୟର୍‌ ହୋଇଯାଇଛନ୍ତି। ଏଥିରେ ସେ […]

ପୁଣି ମା’ ହେଲେ ଶିଳ୍ପା

shilpa

Advertisment

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କ୍ୱିନ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ୍ ରହନ୍ତି। ଅନେକ ସମୟରେ ସେ ନିଜର ଫଟୋ ଓ ଭିଡିଓ ଫ୍ୟାନ୍‌ଙ୍କ ସହ ଶେଆର୍‌ କରନ୍ତି। ତେବେ ଶିଳ୍ପା ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫ୍ୟାନ୍‌ଙ୍କ ସହ ଆଉ ଏକ ଖୁସି ଖବର ଶେଆର୍‌ କରିଛନ୍ତି।

Advertisment

https://www.instagram.com/p/B8iwZCOhBrA/?utm_source=ig_web_copy_link

ଶିଳ୍ପା ଇନ୍‌ଷ୍ଟାରେ ଏକ ଭିଡିଓ ଶେଆର୍‌ କରି ଜଣାଇଛନ୍ତି ଯେ ଟିକ୍‌ଟକ୍‌ରେ ମାତ୍ର ୫୦ ଦିନରେ ତାଙ୍କର ୧ କୋଟି ଫଲୋୟର୍‌ ହୋଇଯାଇଛନ୍ତି। ଏଥିରେ ସେ କହୁଛନ୍ତି, “କେହି କ’ଣ ମାତ୍ର ୫୦ ଦିନରେ ଏକ କୋଟି ବନେଇପାରିବ। ମୁଁ ବନେଇଛି। ହେଲେ ମୁଁ ଏକା ନୁହେଁ, ଆପଣ ଓ ମୁଁ ମିଶି ଏକ କୋଟି ହୋଇଯାଇଛେ। ଏକ କୋଟିର ‘ଟିକ୍‌ଟକ୍‌ ଫ୍ୟାମିଲି’। ‌ଆପଣ ସମସ୍ତଙ୍କର ବହୁତ ଧନ୍ୟବାଦ୍।” ଶିଳ୍ପା ବହୁତ କମ୍‌ ଦିନରେ ଟିକ୍‌ଟକ୍‌ରେ ଏତେ ଫଲୋୟର୍‌ ପାଇଛନ୍ତି।

https://www.instagram.com/p/B7tVRAYBAHL/?utm_source=ig_web_copy_link

ସୂଚନାଯୋଗ୍ୟ, ଶିଳ୍ପା ବଡ଼ ପରଦାରୁ ବହୁତ ଦିନ ହେବ ଦୂରେ ରହିବା ପରେ ପୁଣି କମ୍‌ବ୍ୟାକ୍ କରିଛନ୍ତି। ଆଗକୁ ତାଙ୍କ ଫିଲ୍ମ ‘ନିକମ୍ମା’ ଆସିବ। ଏହାପରେ ସେ ପରେଶ ରାୱଲଙ୍କ ସହ ‘ହଙ୍ଗାମା’ର ସିକ୍ୱେଲ୍‌ରେ ନଜର ଆସିବେ। ବଲିଉଡ୍‌କୁ ତାଙ୍କ କମ୍‌ବ୍ୟାକ୍‌ ନେଇ ସେ ଓ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe