Advertisment

ଓଲିଉଡ୍‌ ଅଭିନେତ୍ରୀଙ୍କୁ ନେଇ ଏମିତି କହିଲେ ଶୀତଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀମାନଙ୍କର ଭଲ ଗୁଣ ବଖାଣିଲେ ଶୀତଲ୍‌। ଓଲିଉଡ୍‌ରେ କେଉଁ ଅଭିନେତ୍ରୀଙ୍କର କେଉଁ ଗୁଣଟି ତାଙ୍କୁ ପସନ୍ଦ ସେ ବିଷୟରେ କହିଛନ୍ତି ସେ। ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ରେ ଯୋଗଦେଇ ଶୀତଲ କହିଛନ୍ତି, ଶିବାନୀ ମତେ ବହୁତ ଭଲ ଲାଗେ, ସେ ମତେ ବହୁତ କ୍ୟୁଟ୍‌ ଲାଗେ ସେଥିପାଇଁ ମୁଁ ତାଙ୍କୁ ଡଲ୍‌ ଡାକେ। ଭୂମିକା ଏବଂ ରିୟା ବହୁତ ଭଲ ନାଚନ୍ତି। ଏଲିନାଙ୍କର ଡ୍ରାମା, ଏକ୍ସପ୍ରେସନ୍‌ ଏବଂ […]

ଅଦ୍ୟତନ ହୋଇଛି
ଓଲିଉଡ୍‌ ଅଭିନେତ୍ରୀଙ୍କୁ ନେଇ ଏମିତି କହିଲେ ଶୀତଲ୍‌

shit

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀମାନଙ୍କର ଭଲ ଗୁଣ ବଖାଣିଲେ ଶୀତଲ୍‌। ଓଲିଉଡ୍‌ରେ କେଉଁ ଅଭିନେତ୍ରୀଙ୍କର କେଉଁ ଗୁଣଟି ତାଙ୍କୁ ପସନ୍ଦ ସେ ବିଷୟରେ କହିଛନ୍ତି ସେ। ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ରେ ଯୋଗଦେଇ ଶୀତଲ କହିଛନ୍ତି, ଶିବାନୀ ମତେ ବହୁତ ଭଲ ଲାଗେ, ସେ ମତେ ବହୁତ କ୍ୟୁଟ୍‌ ଲାଗେ ସେଥିପାଇଁ ମୁଁ ତାଙ୍କୁ ଡଲ୍‌ ଡାକେ। ଭୂମିକା ଏବଂ ରିୟା ବହୁତ ଭଲ ନାଚନ୍ତି। ଏଲିନାଙ୍କର ଡ୍ରାମା, ଏକ୍ସପ୍ରେସନ୍‌ ଏବଂ ବ୍ୟକ୍ତିତ୍ୱ ବହୁତ ଭଲ ଲଗେ। ଅର୍ଚ୍ଚିତା ସବୁବେଳେ ଷ୍ଟାଇଲ୍‌ ଆଇକନ୍‌ ରହିବେ। ତାଙ୍କଠୁ ଫ୍ୟାସନ୍‌ ଟିପ୍ସ ନେବା କଥା। ବର୍ଷା ପ୍ରିୟଦର୍ଶନୀ ଇମୋସନାଲ୍‌ ଅଭିନୟ କରିବାରେ ମାହିର୍‌।

Advertisment

ଏମାନଙ୍କ ମଧ୍ୟରୁ ଶୀତଲ୍‌ଙ୍କର କେହି ପ୍ରତିଯୋଗୀ ଅଛନ୍ତି କି ବୋଲି ପଚରାଯିବାରୁ ଶୀତଲ୍‌ କହିଥିଲେ, ମୁଁ ନିଜେ ମୋର ପ୍ରତିଯୋଗୀ। ମୁଁ ସବୁବେଳେ ନିଜ କାମ ଦେଖେ। ମୋ କାମକୁ ପ୍ରତିଥର ଉନ୍ନତ କରିବାକୁ ଚେଷ୍ଟାକରେ । ମୁଁ କେଉଁ ଅଭିନେତ୍ରୀଙ୍କୁ ପ୍ରତିଯୋଗୀ ଭାବେ ନିଏନି। କିନ୍ତୁ ମତେ ଖୁସି ଲାଗେ ଯେ ଆମ ଓଲିଉଡ୍‌ରେ ଅନେକ ଦକ୍ଷ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ନେଇ ଆମକୁ ଗର୍ବ କରିବା କଥା।

ଭବିଷ୍ୟତରେ ଶୀତଲ ଜଣେ ଡାକ୍ତର ହେବାକୁ ଚାହାନ୍ତି। ସେ ଏବେ ମେଡିକାଲ୍‌ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ସେ ଆଗକୁ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାର ଲକ୍ଷ୍ୟ ରଖିଛନ୍ତି। ଏଥିସହ ସେ ଫିଲ୍ମ ଲାଇନ୍‌କୁ କେବେ ଛାଡ଼ିବାକୁ ଚାହାନ୍ତି ନାହିଁ। ଆଜି ସେ ଯେମିତି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ଆଗକୁ ମଧ୍ୟ ସେ ସେମିତି ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିବାକୁ ଚାହାନ୍ତି।

Advertisment

ସୂଚନା ଅନୁଯାୟୀ, ‘ମିଷ୍ଟର୍‌ ମଜ୍‌ନୁ’ ଫିଲ୍ମ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମ ମାଧ୍ୟମରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ସହ ପ୍ରଥମ ଥର କାମ କରୁଛନ୍ତି ଶୀତଲ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe