/odisha-reporter/media/post_attachments/uploads/2017/10/3-3.jpg)
ଭୁବନେଶ୍ବର (ଓଡିଶା ରିପୋର୍ଟର): ଗରିବ ଘରର ଝିଅ ମିଲି। ଭାଗ୍ୟବଶତଃ ତା’ର ବିବାହ ହୋଇଯାଏ ଏକ ବଡ଼ ଘରର ପୁଅ ୠଷି ସହ। କିନ୍ତୁ ବଡ଼ ଘରର ବଡ଼ ଲୋକମାନେ ଏ ଗରିବ ମଳିମୁଣ୍ଡିଆ ଝିଅକୁ ସ୍ୱୀକାର କରିପାରନ୍ତି ନାହିଁ। ୠଷି ଓ ମିଲିକୁ ଅଲଗା କରିବା ପାଇଁ ସମସ୍ତଙ୍କର ଚେଷ୍ଟା ଚାଲେ। କିନ୍ତୁ ଶାଶୂଘରେ ସମସ୍ତଙ୍କ ମନ ଜିତିବା ପାଇଁ ମିଲି ଅନେକ ପରିଶ୍ରମ କରେ। ଶାଶୂଘର ଲୋକମାନଙ୍କ ସହ ଖାପ ଖୁଆଇ ଚଳିବା ପାଇଁ ସେ ଧୀରେ ଧୀରେ ଇଂଲିଶ ଶିଖିବା ପାଇଁ ଚେଷ୍ଟା କରେ। ଇତିମଧ୍ୟରେ ତା ସହ ଦେଖାହୁଏ ଏକ ଝିଅ ସଲୋନୀ।
Advertisment
ସେ ତାକୁ ନିଜ ପାଖରେ ରଖେ ଓ ସଲୋନୀଙ୍କ ଇଂଲିଶ ଶିକ୍ଷକଙ୍କଠାରୁ ସେ ଇଂଲିଶ ଶିଖିବା ଆରମ୍ଭ କରେ। କେବଳ ଯେ ଇଂଲିଶ ଶିଖେ ତାହା ନୁହେଁ, ମିଲିର ଛାଇ ପରି ରହି ସଲୋନୀ ତା’ର ମିଲି ମାଆକୁ ସବୁବେଳେ ସାହାଯ୍ୟ କରେ। କାରଣ ନିଜ ଝିଅ ନହୋଇ ମଧ୍ୟ ସଲୋନୀକୁ ମିଲି ତା ନିଜ ପୁଅ ଓମ୍ଠୁ ଅଧିକ ସ୍ନେହ ଓ ଭଲ ପାଇବା ଦେଇଛି। ଦୁହେଁ ସଲୋନୀ ଏବଂ ଓମ୍ ମିଶି ଭୁଲ ବୁଝାବଣା ପାଇଁ ଅଲଗା ହୋଇଯାଇଥିବା ମିଲି ଓ ୠଷିକୁ ମିଶାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତି।
ରିଲ୍ରେ ଏହି ଦୁଇ ଜଣ ଯେମିତି ଏକାଠି ହୋଇ ସବୁ କାମ କରନ୍ତି ସେମିତି ରିଅଲରେ ସୁଟିଂ ଟିକେ ବ୍ରେକ୍ ମିଳିଲେ ଦୁହେଁ ସୁଟିଂ ସେଟରେ ମସ୍ତି କରନ୍ତି। କହିବାକୁ ଗଲେ ଦୁହିଁଙ୍କ ମସ୍ତି ମଜାରେ ତରଙ୍ଗ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ ‘ଶଂଖା ସିନ୍ଦୂର’ର ସେଟ୍ ଉଠେ ଆଉ ପଡ଼େ। ଦେଖନ୍ତୁ ଦୁହିଁଙ୍କର ମସ୍ତି ସମୟର କିଛି ଫଟୋ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2017/10/1-7.jpg)
/odisha-reporter/media/post_attachments/wp-content/uploads/2017/10/2-6.jpg)
/odisha-reporter/media/post_attachments/wp-content/uploads/2017/10/4-2.jpg)