Advertisment

କରୋନା ସଚେତନତା ପାଇଁ ତିଆରି ହେଲା ସର୍ଟ ଫିଲ୍ମ

ମୁମ୍ବାଇ: ଧୀରେ ଧୀରେ ବିଶ୍ୱ ମହାମାରୀ କରୋନାର ପ୍ରକୋପ ଭାରତରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ପ୍ରତି ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାରଙ୍କ ସହ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି କେତେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରୁଛନ୍ତି, ଯାହା ସେମାନଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। […]

ଅଦ୍ୟତନ ହୋଇଛି
କରୋନା ସଚେତନତା ପାଇଁ ତିଆରି ହେଲା ସର୍ଟ ଫିଲ୍ମ

family

Advertisment

ମୁମ୍ବାଇ: ଧୀରେ ଧୀରେ ବିଶ୍ୱ ମହାମାରୀ କରୋନାର ପ୍ରକୋପ ଭାରତରେ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ପ୍ରତି ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାରଙ୍କ ସହ ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ବି କେତେକ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରୁଛନ୍ତି, ଯାହା ସେମାନଙ୍କ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ଏନେଇ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ତାରକାମାନେ ଏକ ସର୍ଟ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ହେଉଛି ‘ଫ୍ୟାମିଲି’।

Advertisment

https://twitter.com/SrBachchan/status/1247214960800751623?s=20

ମହାନାୟକ ଅମିତାଭ ବଚ୍ଚନ, ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜୀବୀ, ଆଲିଆ ଭଟ୍ଟ, ଦିଲଜିତ୍ ଦୋସାଞ୍ଝ, ମୋହନଲାଲ୍, ବଙ୍ଗଳା ସୁପରଷ୍ଟାର ପ୍ରସନଜିତ୍ ଓ ରଣବୀର କପୁରଙ୍କ ସହ ଅନ୍ୟ କିଛି ତାରକା ଏଥିରେ ଅଭିନୟ କରିଛନ୍ତି। ବିଭିନ୍ନ ପ୍ରାନ୍ତରୁ ଫିଲ୍ମ ଜଗତର ଏହି ତାରକାମାନେ ଏକତ୍ରିତ ହୋଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ତେବେ ଜଣାଇଦେବାକୁ ଚାହୁଁ ଯେ ଏହି ସର୍ଟ ଫିଲ୍ମ ତିଆରି କରିବାକୁ କେହି ବି ନିଜ ଘରୁ ବାହାରି ନାହାନ୍ତି। ସମସ୍ତେ ଏହାକୁ ନିଜ ଘରେ ରହି ଶୁଟ୍ କରିଛନ୍ତି। ହେଲେ ଭିଡିଓ ଦେଖି ଆପଣ ଆଦୌ ଜାଣିପାରିବେ ନାହିଁ ଯେ ଏମାନେ କେହି ବି ଏକାଠି ନାହାନ୍ତି।

ସୂଚନା  ଅନୁଯାୟୀ, ଏହି ସର୍ଟ ଫିଲ୍ମ ଆଇଡିଆ ପ୍ରସୂନ ପାଣ୍ଡେଙ୍କର, ଯାହାକୁ ଅମିତାଭ ବଚ୍ଚନ ମଧ୍ୟ ସହଯୋଗ ଓ ସମର୍ଥନ ଜଣାଇଛନ୍ତି। ତେବେ ଲୋକଙ୍କୁ ସଚେତନ କରିବା କେବଳ ଏହି ଫିଲ୍ମର ଉଦ୍ଦେଶ୍ୟ ନୁହେଁ। ବରଂ ଦର୍ଶକଙ୍କ ମନୋରଞ୍ଜନ ବି କରିବା ସହ ଲକଡାଉନ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ। ଫିଲ୍ମର ପ୍ରଯୋଜକ, ଟିଭି ଚ୍ୟାନେଲ ଏବଂ କଳାକାରମାନେ ଏକାଠି ହୋଇ ଅର୍ଥ ସଂଗ୍ରହ କରିଛନ୍ତି, ଯାହା ସେମାନେ ସାରା ଦେଶରେ ଥିବା ଚଳଚ୍ଚିତ୍ର ଉଦ୍ୟୋଗର କର୍ମଚାରୀ ଏବଂ ଦିନ ମଜୁରିଆଙ୍କ ରିଲିଫ୍ ଭାବେ ଯୋଗାଇଦେବେ। ଖୁବ୍ ସୁନ୍ଦର ଭାବେ ଫିଲ୍ମ ଜରିଆରେ ତାରକାମାନେ ଦର୍ଶକଙ୍କୁ ଘରେ ରହିବାକୁ ବୁଝାଇଛନ୍ତି।

Advertisment

https://twitter.com/SrBachchan/status/1247179886965321731?s=20

ଏହା ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ, ସେ ଏପ୍ରିଲ ୬ରେ ରାତି ୯ଟାରେ କିଛି ନୂଆ କରିବାକୁ ଯାଉଛନ୍ତି। ଏକ ଆଶ୍ଚର୍ଯ୍ୟଜନକ, କଳ୍ପନାଯୋଗ୍ୟ ଏବଂ ଅସାଧାରଣ ପ୍ରୟାସ ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା ଏବଂ କେବେ ହୋଇନାହିଁ ବୋଲି କହି ଦର୍ଶକଙ୍କୁ ଉତ୍ସାହିତ କରି ରଖିଥିଲେ ବିଗ୍ ବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe