Advertisment

କମ୍‌ ଉଚ୍ଚତା ବୋଲି ମନ ଊଣା କରନ୍ତି କି ଦିବ୍ୟା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦିଶା ମହାନ୍ତି। ଦେଖିବାକୁ କ୍ୟୁଟ୍‌ ଆଉ ଚୁଲ୍‌ବୁଲି। ୨୦୧୮ରେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଥିଲେ ଚକୋଲେଟ୍‌ ବୟ ବାବୁସାନ୍‌। ଫିଲ୍ମଟି ହିଟ୍‌ ହେଲା। ଏହା ପରେ ଦିବ୍ୟା ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ। ତେବେ ଦିବ୍ୟାଙ୍କ କହିବା ଅନୁଯାୟୀ, ହିଟ୍‌ ଫିଲ୍ମ ଦେବା ପରେ ହିରୋଇନ୍‌ ହେବା ପରେ ଲୋକମାନେ ତାଙ୍କ ଲୁକ୍‌କୁ ନେଇ […]

ଅଦ୍ୟତନ ହୋଇଛି
କମ୍‌ ଉଚ୍ଚତା ବୋଲି ମନ ଊଣା କରନ୍ତି କି ଦିବ୍ୟା?

div

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦିଶା ମହାନ୍ତି। ଦେଖିବାକୁ କ୍ୟୁଟ୍‌ ଆଉ ଚୁଲ୍‌ବୁଲି। ୨୦୧୮ରେ ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଥିଲେ ଚକୋଲେଟ୍‌ ବୟ ବାବୁସାନ୍‌। ଫିଲ୍ମଟି ହିଟ୍‌ ହେଲା। ଏହା ପରେ ଦିବ୍ୟା ଗୋଟେ ପରେ ଗୋଟେ ଫିଲ୍ମ କରିଚାଲିଲେ। ତେବେ ଦିବ୍ୟାଙ୍କ କହିବା ଅନୁଯାୟୀ, ହିଟ୍‌ ଫିଲ୍ମ ଦେବା ପରେ ହିରୋଇନ୍‌ ହେବା ପରେ ଲୋକମାନେ ତାଙ୍କ ଲୁକ୍‌କୁ ନେଇ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି।

Advertisment

ଦିବ୍ୟାଙ୍କର ଉଚ୍ଚତା କମ୍‌। ତେଣୁ ଲୋକମାନେ ତାଙ୍କ ଉଚ୍ଚତାକୁ ନେଇ ସମାଲୋଚନା କରନ୍ତି।  ଆଉ ଦିବ୍ୟା କୁହନ୍ତି, ଲୋକଙ୍କର ଏମିତି କମେଣ୍ଟ ତାଙ୍କୁ ପ୍ରଥମେ ପ୍ରଥମେ ବହୁତ ପ୍ରଭାବିତ କରୁଥିଲା। ସେ ଦୁଃଖି ମଧ୍ୟ ହେଇ ଯାଉଥିଲା କିନ୍ତୁ ଧୀରେ ଧୀରେ ସେ ଏମିତି କଥା ଉପରେ ଆଦୌ ମନ ଦେଲି ନାହିଁ।

କାରଣ ସେ ବିଶ୍ୱାସ ରଖନ୍ତି ଯେ, କେବଳ ଜଣେ କଳାକାର ସବୁ ଦୃଷ୍ଟିରୁ ସଠିକ୍‌ ହୋଇଥିବ ସେମିତି କିଛି ମାନେ ନାହିଁ। ଯଦି ତାର ଦକ୍ଷତା ଅଛି ଏବଂ ସେ ଭଲ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଚନ କରିପାରୁଛି ତେବେ ତାର ଲୁକ୍‌ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିବ ନାହିଁ।

Advertisment

ଆଉ ଆଜି ପର୍ଯ୍ୟନ୍ତ ଦିବ୍ୟା ଏହି ଚିନ୍ତାଧାରା ନେଇ ଆଗକୁ ବଢିଛନ୍ତି ଏବଂ ଲୋକଙ୍କ ଭିନ୍ନ ଭିନ୍ନ ନକରାତ୍ମକ କଥାକୁ ସକାରାତ୍ମକ ଢଙ୍ଗରେ ସାମ୍ନା କରିଚାଲିଛନ୍ତି।

ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଆମ ରାଜାବାବୁ ଘର ଖାନା’ରେ ଯୋଗଦେଇ ଏକଥା କହିଥିଲେ ଦିବ୍ୟା

ସୂଚନା ଅନୁଯାୟୀ, ଆଗକୁ ଦିବ୍ୟା ଏକ ୱେବ୍‌ ସିରିଜ୍‌ରେ ନଜର ଆସିବେ। ୱେବ୍‌ ସିରିଜ୍‌ର ନାଁ ରହିଛି ‘ଚୁମ୍ବକ’। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ତମନ୍ନା ଏବଂ ଆର୍ଯ୍ୟନ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe