/odisha-reporter/media/post_attachments/uploads/2020/12/shraddha-kapoor.jpg)
shraddha-kapoor
ମୁମ୍ବାଇ: ବଲିଉଡର ପିଛା ଛାଡୁନି କରୋନା। ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଆଉ ଜଣେ ଅଭିନେତା । ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ସିଦ୍ଧାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି ।/odisha-reporter/media/post_attachments/wp-content/uploads/2020/12/shraddha-shidhant.jpg)
ରବିବାର ସିଦ୍ଧାନ୍ତଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା । ସେ ତାଙ୍କ ସ୍ୱାଦ ଶକ୍ତି ହରାଇଥିଲେ । ଏହାପରେ ସେ ନିଜ କରୋନା ଟେଷ୍ଟ କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ଗୋଆରେ ସେ ନିଜକୁ ଆଇସୋଲେଟ କରିଛନ୍ତି । କିଛି ଦିନ ଭିତରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସିଦ୍ଧାନ୍ତ ଟ୍ୱିଟ କରି କହିଛନ୍ତି । ମଜାଳିଆ ଢ଼ଙ୍ଗରେ ଗୀତ ଗାଇ ନିଜ କ୍ୱରେଣ୍ଟାଇନ ସମୟ ବିତାଉଥିବାର ଏକ ଭିଡିଓକୁ ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି ।
ବଲିଉଡ ଅଭିନେତା ସିଦ୍ଧାନ୍ତ କପୁର ହସିନା ପାର୍କର ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସୁଟଆଉଟ ଆଟ ୱଡାଲା, ୟାରମ, ବୋମ୍ବାରିଆ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି । ୨୦୨୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଭୂତ’ରେ ମଧ୍ୟ ସିଦ୍ଧାନ୍ତ ନଜର ଆସିଥିଲେ । ଆସନ୍ତା ବର୍ଷ ତାଙ୍କର ଆଉ ଏକ ଫିଲ୍ମ ‘ଚେହେରେ’ ଆସିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
