ଶ୍ରଦ୍ଧା କପୁରଙ୍କ ଭାଇକୁ କରୋନା

ମୁମ୍ବାଇ: ବଲିଉଡର ପିଛା ଛାଡୁନି କରୋନା। ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଆଉ ଜଣେ ଅଭିନେତା । ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କରୋନାରେ ସଂକ୍ରମିତ ହୋଇଛନ୍ତି ।  ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ସିଦ୍ଧାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ରବିବାର ସିଦ୍ଧାନ୍ତଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା । ସେ ତାଙ୍କ ସ୍ୱାଦ […]

shraddha-kapoor

Madhupriya Mistry
  • Published: Saturday, 12 December 2020
  • , Updated: 12 December 2020, 01:02 PM IST

ମୁମ୍ବାଇ: ବଲିଉଡର ପିଛା ଛାଡୁନି କରୋନା। ମାରାତ୍ମକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଆଉ ଜଣେ ଅଭିନେତା । ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କରୋନାରେ ସଂକ୍ରମିତ ହୋଇଛନ୍ତି ।  ଏନେଇ ସେ ନିଜେ ସୋଶାଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ସିଦ୍ଧାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି ।

ରବିବାର ସିଦ୍ଧାନ୍ତଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା । ସେ ତାଙ୍କ ସ୍ୱାଦ ଶକ୍ତି ହରାଇଥିଲେ । ଏହାପରେ ସେ ନିଜ କରୋନା ଟେଷ୍ଟ କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ଗୋଆରେ ସେ ନିଜକୁ ଆଇସୋଲେଟ କରିଛନ୍ତି । କିଛି ଦିନ ଭିତରେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସିଦ୍ଧାନ୍ତ ଟ୍ୱିଟ କରି କହିଛନ୍ତି । ମଜାଳିଆ ଢ଼ଙ୍ଗରେ ଗୀତ ଗାଇ ନିଜ କ୍ୱରେଣ୍ଟାଇନ ସମୟ ବିତାଉଥିବାର ଏକ ଭିଡିଓକୁ ମଧ୍ୟ ସେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି ।

 

View this post on Instagram

 

A post shared by ETimes (@etimes)


ବଲିଉଡ ଅଭିନେତା ସିଦ୍ଧାନ୍ତ କପୁର ହସିନା ପାର୍କର ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସୁଟଆଉଟ ଆଟ ୱଡାଲା, ୟାରମ, ବୋମ୍ବାରିଆ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି । ୨୦୨୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଭୂତ’ରେ ମଧ୍ୟ ସିଦ୍ଧାନ୍ତ ନଜର ଆସିଥିଲେ । ଆସନ୍ତା ବର୍ଷ ତାଙ୍କର ଆଉ ଏକ ଫିଲ୍ମ ‘ଚେହେରେ’ ଆସିବ ।

Related story