ବିଗ୍‌ବସ୍‌ ଘରେ ମୋବାଇଲ୍‌ ଫୋନ୍‌ ଚଲାଉଛନ୍ତି ଶ୍ରୀସନ୍ଥ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ଚର୍ଚ୍ଚିତ ରିୟାଲିଟି ଶୋ’ ‘ବିଗ୍‌ବସ୍‌’ର ନୂଆ ସିଜନ୍‌ ଆରମ୍ଭ ହୋଇଯାଇଛି। ନିୟମ ଅନୁଯାୟୀ, ସମସ୍ତ ପ୍ରତିଯୋଗୀ ୧୦୦ରୁ ଅଧିକ ଦିନ ପାଇଁ ବାହାର ଦୁନିଆରୁ ସମସ୍ତ ସମ୍ପର୍କ କାଟି ବିଗ୍‌ ବସ୍‌ ଘରେ ରହିବାକୁ ହେବ। ଏମାନେ ନା କାହା ସହ ଦେଖା କରିପାରିବେ ନା ଫୋନ୍‌ରେ କଥାବାର୍ତ୍ତା କରିପାରିବେ। କିନ୍ତୁ ସତରେ କ’ଣ ବିଗ୍‌ ବସ୍‌ ଘରେ ରହଣି ମଧ୍ୟରେ ଏମାନେ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିଥା’ନ୍ତି। ତେବେ ଏହା ପଛର ସତ […]

shreeee

shreeee

Premananda Dash
  • Published: Friday, 21 September 2018
  • Updated: 21 September 2018, 09:52 AM IST

Sports

Latest News

ମୁମ୍ବାଇ: ଚର୍ଚ୍ଚିତ ରିୟାଲିଟି ଶୋ’ ‘ବିଗ୍‌ବସ୍‌’ର ନୂଆ ସିଜନ୍‌ ଆରମ୍ଭ ହୋଇଯାଇଛି। ନିୟମ ଅନୁଯାୟୀ, ସମସ୍ତ ପ୍ରତିଯୋଗୀ ୧୦୦ରୁ ଅଧିକ ଦିନ ପାଇଁ ବାହାର ଦୁନିଆରୁ ସମସ୍ତ ସମ୍ପର୍କ କାଟି ବିଗ୍‌ ବସ୍‌ ଘରେ ରହିବାକୁ ହେବ। ଏମାନେ ନା କାହା ସହ ଦେଖା କରିପାରିବେ ନା ଫୋନ୍‌ରେ କଥାବାର୍ତ୍ତା କରିପାରିବେ। କିନ୍ତୁ ସତରେ କ’ଣ ବିଗ୍‌ ବସ୍‌ ଘରେ ରହଣି ମଧ୍ୟରେ ଏମାନେ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ଭାବେ ସମ୍ପର୍କ ଛିନ୍ନ କରିଥା'ନ୍ତି। ତେବେ ଏହା ପଛର ସତ କ’ଣ, ତାହା ଏଯାଏ ଜଣାପଡ଼ିନାହିଁ।

ଏବେ କିନ୍ତୁ ସୋଶାଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭିଡିଓରେ ଶ୍ରୀସନ୍ଥ ଅନ୍ଧାର ହେବାମାତ୍ରେ ନିଜ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଶ୍ରୀସନ୍ଥଙ୍କ ଏହି କାର୍ଯ୍ୟକଳାପର ଭିଡିଓଟିକୁ ‘ବିଗ୍‌ବସ୍‌-୧୨’ର ଫ୍ୟାନ୍‌କ୍ଲବ୍‌ ପୋଷ୍ଟ୍‌ କରିଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଏଥିରେ ଦୁଇଜଣ ପ୍ରତିଯୋଗୀ ରାତିରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଆଉ ଏକ୍‌ ସିନ୍‌ରେ, ଶ୍ରୀସନ୍ଥ ନିଜ ରେଜେଇ ଭିତରେ ଫୋନ୍‌ ଚଲାଉଥିବାର ମଧ୍ୟ ଦେଖିବାକୁ ମିଳିଛି।

ଭିଡିଓରେ ଶ୍ରୀସନ୍ଥଙ୍କ ଏଭଳି ଲୁଚାଛପା କାମ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବାହାର ଦୁନିଆ ସହ କୌଣସି ସମ୍ପର୍କ ରଖିବା ଶୋ’ର ନିୟମ ବିରୁଦ୍ଧ ହୋଇଥିଲେ ମଧ୍ୟ ଶ୍ରୀସନ୍ଥ ବିଗ୍‌ ବସ୍‌ ଘରେ ଫୋନ୍‌ କେମିତି ବ୍ୟବହାର କରୁଛନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

କେତେକ ଦର୍ଶକ ଶ୍ରୀସନ୍ଥ ଏହି ଭିଡିଓରେ ତାଙ୍କ ଫୋନ୍‌ ଚଲାଉଥିବା କହିଥିବାବେଳେ, କିଛି ଦର୍ଶକ ଏହାକୁ ମାନି ନାହାନ୍ତି। ତେବେ ଏ ଭିଡିଓ ପଛର ସତ କ’ଣ, ତାହା ଏବେ କେହି କହିପାରିବେ ନାହିଁ।

ବିଗ୍‌ ବସ୍‌ ଘରେ ଏଯାଏ ଶ୍ରୀସନ୍ଥ ବିଶେଷ କିଛି କରିପାରି ନାହାନ୍ତି। ସେ ପ୍ରଥମ ଟାସ୍କକୁ ଅଧାରେ ଛାଡ଼ି ଦେଇଥିଲେ। ଦ୍ୱିତୀୟ ଏପିସୋଡରେ ତାଙ୍କର ଖାନ୍‌ ସିଷ୍ଟର୍ସଙ୍କ ସହ ଝଗଡ଼ା ହୋଇଥିଲା। ଯାହାକୁ ନେଇ ସେ ବିଗ୍‌ ବସ୍‌ ଘରୁ ବାହାରକୁ ଯିବାକୁ ଜିଦ୍‌ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos