କରୋନାକୁ ହରାଇ ଘରକୁ ଫେରିଲେ ଶ୍ରେନୁ

ମୁମ୍ବାଇ: ଗତ କିଛିଦିନ ତଳେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ ଫ୍ୟାନ୍ସଙ୍କୁ ସୋଶାଲ୍ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସେ କରୋନାକୁ ହରାଇ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଶ୍ରେନୁ ଯେଉଁ ଫଟୋ ଶେଆର୍ କରିଛନ୍ତି ସେଥିରେ ସେ ସେ ହସ୍ପିଟାଲ୍ ବାହାରେ ଏକ ହ୍ୱିଲ୍‌ ଚେୟାର୍‌ରେ ବସିଥିବା ନଜର ଆସିଛନ୍ତି। ହସ୍ପିଟାଲ୍‌ରୁ ଛୁଟି ମିଳିବାର ଖୁସି ତାଙ୍କ ଚେହେରାରୁ ଜଣାପଡ଼ୁଛି। ସେ ଲେଖିଛନ୍ତି, ମୋର ପ୍ରିୟ ପରିବାର, ବନ୍ଧୁମାନେ ଓ ମୋର ଶୁଭେଚ୍ଛୁ! ଆପଣମାନଙ୍କ ଏତେ ଭଲପାଇବା ଓ ଆଶୀର୍ବାଦ ପାଇଁ ମୁଁ ସମସ୍ତଙ୍କୁ କିପରି ଧନ୍ୟବାଦ ଦେବି ତାହା ଜାଣିପାରୁନାହିଁ। ଭଗବାନଙ୍କ ଆଶୀର୍ବାଦରୁ ମୁଁ ବହୁତ ଭଲ ଅଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯାଇଛି। ବର୍ତ୍ତମାନ ମୁଁ ହୋମ୍ ଆଇସୋଲେଶନରେ ରହିବି। ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ମୋର ଏକ ସପ୍ତାହ ପାଇଁ ଯତ୍ନ ନେଇଥିବାରୁ ମୁଁ ହସ୍ପିଟାଲର ମେଡିକାଲ୍ କର୍ମଚାରୀ ଏବଂ କରୋନା ଯୋଦ୍ଧାମାନଙ୍କ ନିକଟରେ ସର୍ବଦା କୃତଜ୍ଞ।

ସୂଚନାଯୋଗ୍ୟ, ଅଭିନେତ୍ରୀ ଶ୍ରେନୁ ପାରିଖ ସିରିଏଲ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’, ‘ଇଶ୍କବାଜ’ ଓ ‘ଏକ ଭ୍ରମ ସର୍ବଗୁର୍ଣ୍ଣ ସମ୍ପର୍ଣ୍ଣ’ ଭଳି  ସିରିଏଲରେ ଅଭିନୟ କରି ଟେଲିଭିଜନରେ ଲୋକପ୍ରିୟ ହୋଇଛନ୍ତି। ବର୍ତ୍ତମାନ ସେ ନିଜ ହୋମ୍‌ଟାଉନ୍‌ ବଡୋଦ୍ରାରେ ଅଛନ୍ତି। ମୁମ୍ବାଇରେ ସେ ଏକା ରୁହନ୍ତି।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦