Advertisment

କରୋନାକୁ ହରାଇ ଘରକୁ ଫେରିଲେ ଶ୍ରେନୁ

ମୁମ୍ବାଇ: ଗତ କିଛିଦିନ ତଳେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ ଫ୍ୟାନ୍ସଙ୍କୁ ସୋଶାଲ୍ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସେ କରୋନାକୁ ହରାଇ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। https://www.instagram.com/p/CCyiVu3nbs3/?utm_source=ig_web_copy_link ଶ୍ରେନୁ ଯେଉଁ ଫଟୋ ଶେଆର୍ କରିଛନ୍ତି ସେଥିରେ ସେ ସେ ହସ୍ପିଟାଲ୍ ବାହାରେ ଏକ ହ୍ୱିଲ୍‌ ଚେୟାର୍‌ରେ ବସିଥିବା […]

ଅଦ୍ୟତନ ହୋଇଛି
କରୋନାକୁ ହରାଇ ଘରକୁ ଫେରିଲେ ଶ୍ରେନୁ

shrenu..

Advertisment

ମୁମ୍ବାଇ: ଗତ କିଛିଦିନ ତଳେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ ଫ୍ୟାନ୍ସଙ୍କୁ ସୋଶାଲ୍ ମିଡିଆ ଜରିଆରେ ସୂଚନା ଦେଇଥିଲେ ଯେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସେ କରୋନାକୁ ହରାଇ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି। ଏ ନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି।

Advertisment

https://www.instagram.com/p/CCyiVu3nbs3/?utm_source=ig_web_copy_link

ଶ୍ରେନୁ ଯେଉଁ ଫଟୋ ଶେଆର୍ କରିଛନ୍ତି ସେଥିରେ ସେ ସେ ହସ୍ପିଟାଲ୍ ବାହାରେ ଏକ ହ୍ୱିଲ୍‌ ଚେୟାର୍‌ରେ ବସିଥିବା ନଜର ଆସିଛନ୍ତି। ହସ୍ପିଟାଲ୍‌ରୁ ଛୁଟି ମିଳିବାର ଖୁସି ତାଙ୍କ ଚେହେରାରୁ ଜଣାପଡ଼ୁଛି। ସେ ଲେଖିଛନ୍ତି, ମୋର ପ୍ରିୟ ପରିବାର, ବନ୍ଧୁମାନେ ଓ ମୋର ଶୁଭେଚ୍ଛୁ! ଆପଣମାନଙ୍କ ଏତେ ଭଲପାଇବା ଓ ଆଶୀର୍ବାଦ ପାଇଁ ମୁଁ ସମସ୍ତଙ୍କୁ କିପରି ଧନ୍ୟବାଦ ଦେବି ତାହା ଜାଣିପାରୁନାହିଁ। ଭଗବାନଙ୍କ ଆଶୀର୍ବାଦରୁ ମୁଁ ବହୁତ ଭଲ ଅଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯାଇଛି। ବର୍ତ୍ତମାନ ମୁଁ ହୋମ୍ ଆଇସୋଲେଶନରେ ରହିବି। ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ମୋର ଏକ ସପ୍ତାହ ପାଇଁ ଯତ୍ନ ନେଇଥିବାରୁ ମୁଁ ହସ୍ପିଟାଲର ମେଡିକାଲ୍ କର୍ମଚାରୀ ଏବଂ କରୋନା ଯୋଦ୍ଧାମାନଙ୍କ ନିକଟରେ ସର୍ବଦା କୃତଜ୍ଞ।

https://www.instagram.com/p/CBAhDaxHnjJ/?utm_source=ig_web_copy_link

ସୂଚନାଯୋଗ୍ୟ, ଅଭିନେତ୍ରୀ ଶ୍ରେନୁ ପାରିଖ ସିରିଏଲ ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’, ‘ଇଶ୍କବାଜ' ଓ ‘ଏକ ଭ୍ରମ ସର୍ବଗୁର୍ଣ୍ଣ ସମ୍ପର୍ଣ୍ଣ’ ଭଳି  ସିରିଏଲରେ ଅଭିନୟ କରି ଟେଲିଭିଜନରେ ଲୋକପ୍ରିୟ ହୋଇଛନ୍ତି। ବର୍ତ୍ତମାନ ସେ ନିଜ ହୋମ୍‌ଟାଉନ୍‌ ବଡୋଦ୍ରାରେ ଅଛନ୍ତି। ମୁମ୍ବାଇରେ ସେ ଏକା ରୁହନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe