Advertisment

ଶ୍ରୀତମ ଦାସ ଆହତ

ଶ୍ରୀତମଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Sritam Das

Sritam Das

Advertisment

ଶୁଟିଂ ବେଳେ ଆହତ ହୋଇଛନ୍ତି ଓଲିଉଡ୍ ଅଭିନେତା ତଥା ରାଜନେତା ଶ୍ରୀତମ ଦାସ। ଏକ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଘୋଡ଼ା ପିଠିରୁ ପଡ଼ି ସେ ଆହତ ହୋଇଛନ୍ତି।

Advertisment

ଶ୍ରୀତମଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

୧୯୯୫ ମସିହାରେ ରିଲିଜ୍ ହୋଇଥିବା ‘ସାବିତ୍ରୀ’ ହେଉଛି ଶ୍ରୀତମଙ୍କ ପ୍ରଥମ ଫିଲ୍ମ। ସେ ‘କାଶିଆ କପିଳା’, ‘ବାବୁ ପର୍ଶୁରାମ’, ‘ବାଜି’, ‘ରହିଚି ରହିବି ତୋରି ପାଇଁ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ସାଥୀରେ’, ‘ଲକ୍ଷ୍ମୀ ପ୍ରତିମା’, ‘ଜୟ ଜଗନ୍ନାଥ’ ଓ ’ତୁ ଥା ମୁଁ ଯାଉଛି ରୁଷି’ ଭଳି ଅନେକ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ଟେଲିଭିଜିନରେ ବିଭିନ୍ନ ରିଅଲିଟି ଶୋ’ରେ ବିଚାରକ ଭାବେ ମଧ୍ୟ ଦାୟିତ୍ୱ ତୁଲାନ୍ତି ଶ୍ରୀତମ।

Advertisment

ଶ୍ରୀତମ ଦାସ ପ୍ରତ୍ୟକ୍ଷ ରାଜନୀତିରେ ଅଛନ୍ତି। ସେ ଗତ ବର୍ଷ କଟକ ମହାନଗର ନିଗମ ନିର୍ବାଚନରେ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିଲେ।

Ollywood Actor Sritam Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe