ମୁହଁ ଖୋଲୁ ନାହାନ୍ତି ଶ୍ରୁତି

ଚେନ୍ନାଇ: ପୁଣି ଥରେ ତେଲୁଗୁ ଫିଲ୍ମକୁ କମବ୍ୟାକ କରୁଛନ୍ତି ଅଭିନେତା କମଲ ହସନଙ୍କ ଲାଡଲି ଶ୍ରୁତି ହସନ । ଗୋଟିଏ ନୁହେଁ ତାଙ୍କର ଦୁଇ ଦୁଇଟି ତେଲୁଗୁ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସୁଛି । ସାଉଥ ସୁପର ଷ୍ଟାର ରବି ତେଜାଙ୍କ ଫିଲ୍ମ ‘କ୍ରାକ୍’ ଏବଂ ପୱନ କଲ୍ୟାଣଙ୍କ ‘ଓକିଳ ସାହବ’ରେ ନଜର ଆସିବେ ଶ୍ରୁତି । ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଗୋପିଚାନ୍ଦ ମାଲିନିଙ୍କ ଫିଲ୍ମ ‘କ୍ରାକ୍’ରେ ଶ୍ରୁତିଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ଟ୍ରାଡିସନାଲ ଲୁକରେ ଦେଖିବାକୁ […]

shruti..

shruti..

Madhupriya Mistry
  • Published: Thursday, 26 November 2020
  • Updated: 27 November 2020, 07:25 AM IST

Sports

Latest News

ଚେନ୍ନାଇ: ପୁଣି ଥରେ ତେଲୁଗୁ ଫିଲ୍ମକୁ କମବ୍ୟାକ କରୁଛନ୍ତି ଅଭିନେତା କମଲ ହସନଙ୍କ ଲାଡଲି ଶ୍ରୁତି ହସନ । ଗୋଟିଏ ନୁହେଁ ତାଙ୍କର ଦୁଇ ଦୁଇଟି ତେଲୁଗୁ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସୁଛି । ସାଉଥ ସୁପର ଷ୍ଟାର ରବି ତେଜାଙ୍କ ଫିଲ୍ମ ‘କ୍ରାକ୍’ ଏବଂ ପୱନ କଲ୍ୟାଣଙ୍କ ‘ଓକିଳ ସାହବ’ରେ ନଜର ଆସିବେ ଶ୍ରୁତି ।

ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଗୋପିଚାନ୍ଦ ମାଲିନିଙ୍କ ଫିଲ୍ମ ‘କ୍ରାକ୍’ରେ ଶ୍ରୁତିଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିବ । ଅଭିନେତା ରବି ତେଜାଙ୍କ ଅପଜିଟରେ ସେ ନଜର ଆସିବ ।

ସେହିପରି ନିର୍ଦ୍ଦେଶକ ବେଣୁ ଶର୍ମାଙ୍କ ‘ଓକିଲ ସାହବ’ରେ ଶ୍ରୁତିଙ୍କୁ ଅଭିନେତା ପୱନ କଲ୍ୟାଣଙ୍କ ପତ୍ନୀ ରୂପେ ଦେଖିବାକୁ ମିଳିବ । ତେବେ ଏନେଇ ଶ୍ରୁତି କିନ୍ତୁ ମୁହଁ ଖୋଲୁ ନାହାନ୍ତି । ସେ ତାଙ୍କ ଅପକମିଂ ଫିଲ୍ମ ବିଷୟରେ କିଛି ବି ମିଡିଆ ଆଗରେ କହିବାକୁ ରାଜି ନାହାନ୍ତି । କେବଳ ସୋଶାଲ ମିଡିଆରେ ଜାନୁଆରୀରୁ ଶୁଟିଂକୁ କମବ୍ୟକ କରିବା ନେଇ ହିଣ୍ଟ ଦେଇଛନ୍ତି ।

ସୂଚନା ମୁତାବକ ଫିଲ୍ମ ‘ଓକିଲ ସାହବ’ ହେଉଛି ଅମିତାଭ ବଚ୍ଚନ୍ ଓ ତାପସୀ ପନ୍ନୁଙ୍କ ଅଭିନୀତି ବଲିଉଡ ଫିଲ୍ମ ‘ପିଙ୍କ’ର ତେଲୁଗୁ ରିମେକ । ହାଇଦ୍ରାବାଦରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଲାଣି । ଏହି ଫିଲ୍ମ ଜରିଆରେ ତୃତୀୟ ଥର ପାଇଁ ଶ୍ରୁତି ପୱନ କଲ୍ୟାଣଙ୍କ ସହ କାମ କରିବ । ସେହିପରି ରବି ତେଜାଙ୍କ ସହ ‘କ୍ରାକ’ରେ ଦ୍ୱତୀୟ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ଶ୍ରୁତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos