କଡ଼ା ଜବାବ ଦେଲେ ଶ୍ରୁତି; କହିଲେ, ମୋତେ ଲାଜ ଲାଗୁନି

ମୁମ୍ୱାଇ: ବଲିଉଡ୍‌ ଓ ଟଲିଉଡ୍‌ ଷ୍ଟାର୍‌ ଶ୍ରୁତି ହାସନ ସବୁବେଳେ ଖୋଲାଖୋଲି ତାଙ୍କ ମତ ରଖିବାକୁ ପସନ୍ଦ କରନ୍ତି। ସେହିଭଳି ସୋଶାଲ୍‌ ମିଡିଆରେ ଟ୍ରୋଲର୍ସଙ୍କୁ ରୋକ୍‌ଠୋକ୍ ଜବାବ ବି ଦିଅନ୍ତି। ଏବେ ସେ ସେମିତି କିଛି କରିଛନ୍ତି। ସେ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଏହାକୁ ନେଇ ତାଙ୍କୁ ସୋଶାଲ୍ ମିଡିଆରେ ସମାଲୋଚନା କରାଯାଉଥିବା ବେଳେ ମୁହଁ ଖୋଲିଛନ୍ତି ଶ୍ରୁତି। ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ତାଙ୍କ […]

shrutti

Puspanjali Panda
  • Published: Friday, 28 February 2020
  • , Updated: 28 February 2020, 11:55 AM IST

ମୁମ୍ୱାଇ: ବଲିଉଡ୍‌ ଓ ଟଲିଉଡ୍‌ ଷ୍ଟାର୍‌ ଶ୍ରୁତି ହାସନ ସବୁବେଳେ ଖୋଲାଖୋଲି ତାଙ୍କ ମତ ରଖିବାକୁ ପସନ୍ଦ କରନ୍ତି। ସେହିଭଳି ସୋଶାଲ୍‌ ମିଡିଆରେ ଟ୍ରୋଲର୍ସଙ୍କୁ ରୋକ୍‌ଠୋକ୍ ଜବାବ ବି ଦିଅନ୍ତି। ଏବେ ସେ ସେମିତି କିଛି କରିଛନ୍ତି। ସେ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଏହାକୁ ନେଇ ତାଙ୍କୁ ସୋଶାଲ୍ ମିଡିଆରେ ସମାଲୋଚନା କରାଯାଉଥିବା ବେଳେ ମୁହଁ ଖୋଲିଛନ୍ତି ଶ୍ରୁତି। ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ  ଲେଖା ପୋଷ୍ଟ କରିବା ସହିତ ପ୍ଲାଷ୍ଟିକ୍ ସର୍ଜରୀ କରିଥିବା କଥାକୁ ସ୍ୱୀକର କରିଛନ୍ତି ଓ ଏହା ପଛର କାରଣ ବି ଉଲ୍ଲେଖ କରିଛନ୍ତି।

ତିନି ଦିନ ବ୍ୟବଧାନରେ ଉଠାଯାଇଥିବା ଦୁଇଟି ଫଟୋ ଶେଆର୍‌ କରି ଶ୍ରୁତି ତାଙ୍କ ଇନଷ୍ଟାଗ୍ରାମ୍‌ରେ ପେଜ୍‌ରେ ଲେଖିଛନ୍ତି ଯେ ଅନେକ ସମୟରେ ସେ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ହରମୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇଥା’ନ୍ତି। ବର୍ଷ ବର୍ଷ ଧରି ସେ ତାଙ୍କ ହରମୋନ ଜନିତ ସମସ୍ୟା ସହିତ ଲଢ଼ୁଛନ୍ତି ଓ ଏହା ସହିତ ଏକ ସୁସ୍ଥ ସଂପର୍କ ରଖିବାକୁ ଚେଷ୍ଟା କରିଆସୁଛନ୍ତି। ହରମୋନ୍‌ ଯୋଗୁ ଶରୀରରେ ହେଉଥିବା ପରିବର୍ତ୍ତନ ଜନିତ ଯନ୍ତ୍ରଣାକୁ ସହ୍ୟ କରିବା ଏତେ ସହଜ ନୁହେଁ।

https://www.instagram.com/p/B9EdFeNBj7v/?utm_source=ig_web_copy_link

ସେ ଆହୁରି ଲେଖିଛନ୍ତି, “ମୁଁ ଏହା ଖୁସିର ସହିତ କହୁଛି ଯେ ଏହା ମୋ ଜୀବନ। ଏହା ମୋ ମୁହଁ। ହଁ, ମୁଁ ପ୍ଲାଷ୍ଟିକ୍ ସର୍ଜରୀ କରିଛି। ଏହାକୁ ସ୍ୱୀକାର କରିବାକୁ ମୁଁ ଲାଜ କରୁନି। ମୁଁ କ’ଣ ଏହାକୁ ପ୍ରୋତ୍ସାହିତ କରୁଛି? ନା ମୁଁ ଏହାକୁ ବିରୋଧ କରୁଛି? ନା। କେବଳ ଏଭଳି ଭାବେ ଜୀବନ ବଞ୍ଚିବା ପାଇଁ ମୁଁ ବାଛି ନେଇଛି।”

ଏହା ସହିତ ସେ ପରିର୍ତ୍ତନକୁ ଗ୍ରହଣ କରିବାକୁ ଓ ସମସ୍ତଙ୍କୁ ଭଲ ପାଇବାକୁ ପରାମର୍ଶ ଦେଇଛନ୍ତି। ନିଜକୁ ନିଜେ ଭଲ ପାଇବାକୁ ପରାମର୍ଶ ଦେଇ ସେ ଲେଖିଛନ୍ତି ଯେ ତାଙ୍କ ଜୀବନରେ ସବୁଠୁ ବଡ଼ ଲଭ୍‌ଷ୍ଟୋରୀ ହେଉଛି, ସେ ନିଜକୁ ନିଜେ ଭଲ ପା’ନ୍ତି। ଅନ୍ୟମାନେ ବି ସେମିତି କରୁଥିବା ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, ଆଗକୁ ଶ୍ରୁତିଙ୍କୁ ‘ଦେବୀ’ ନାଁରେ ଏକ ଶର୍ଟ ଫିଲ୍ମରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ସହିତ କାଜୋଲ, ନେହା ଧୂପିଆ, ନୀନା କୁଲକର୍ଣ୍ଣି, ମୁକ୍ତା ବର୍ଭେ, ସନ୍ଧ୍ୟା ମହାତ୍ରେ, ରମା ଯୋଶୀ, ଶିବାନୀ ରଘୁବଂଶୀ ଓ ଯଶସ୍ୱିନୀ ଦୟାମା ଅଛନ୍ତି। କାଜୋଲ ଓ ଶ୍ରୁତିଙ୍କର ଏହା ହେଉଛି ପ୍ରଥମ ଶର୍ଟ ଫିଲ୍ମ।

 

 

 

Related story