Advertisment

ଶ୍ୱେତାଙ୍କ ପ୍ରତି ଜନ୍ମଦିନରେ ଆମୀର ଲେଖନ୍ତି ଚିଠି

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା। ଷ୍ଟାର କିଡ୍‌ ହୋଇଥିଲେ ମଧ୍ୟ ବି-ଟାଉନରେ ତାଙ୍କ ନିଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଅନେକ ବଲିଉଡ ଷ୍ଟାରଙ୍କ ଭଳି ତାଙ୍କର ମଧ୍ୟ ଅଛନ୍ତି ଅଗଣିତ ପ୍ରଶଂସକ।  ତାଙ୍କର ଅଗଣିତ ପ୍ରଶଂସକଙ୍କ ଥିଲେ ମଧ୍ୟ ଶ୍ୱେତା ବଚ୍ଚନଙ୍କ କିନ୍ତୁ ସୁପର ଷ୍ଟାର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ଜଣେ ବଡ ଫ୍ୟାନ୍‌। ଏପରିକି ଶ୍ୱେତାଙ୍କ ପାଖକୁ ଆମୀର ପ୍ରତି ବର୍ଷ ଚିଠି ମଧ୍ୟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶ୍ୱେତାଙ୍କ ପ୍ରତି ଜନ୍ମଦିନରେ ଆମୀର ଲେଖନ୍ତି ଚିଠି

aamir and sweta

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା। ଷ୍ଟାର କିଡ୍‌ ହୋଇଥିଲେ ମଧ୍ୟ ବି-ଟାଉନରେ ତାଙ୍କ ନିଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଅନେକ ବଲିଉଡ ଷ୍ଟାରଙ୍କ ଭଳି ତାଙ୍କର ମଧ୍ୟ ଅଛନ୍ତି ଅଗଣିତ ପ୍ରଶଂସକ।  ତାଙ୍କର ଅଗଣିତ ପ୍ରଶଂସକଙ୍କ ଥିଲେ ମଧ୍ୟ ଶ୍ୱେତା ବଚ୍ଚନଙ୍କ କିନ୍ତୁ ସୁପର ଷ୍ଟାର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନଙ୍କ ଜଣେ ବଡ ଫ୍ୟାନ୍‌। ଏପରିକି ଶ୍ୱେତାଙ୍କ ପାଖକୁ ଆମୀର ପ୍ରତି ବର୍ଷ ଚିଠି ମଧ୍ୟ ଲେଖନ୍ତି ।  ଏକଥାକୁ ନିଜେ ଶ୍ବେତା ଏକ ସାକ୍ଷାତକାର୍‌ରେ ସ୍ୱୀକାର କରିଛନ୍ତି।

Advertisment

କଫି ୱିଥ କରନ୍‌ ଶୋ'ରେ ଭାଇ ଅଭିଷୋକ ବଚ୍ଚନ ସହ ଭଉଣୀ ଶ୍ବେତା ଯାଇଥିଲେ। ସେଠାରେ ଶ୍ୱେତାଙ୍କ ଆମୀରଙ୍କ ପ୍ରତି ଥିବା ଦୁର୍ବଳତା ବିଷୟ ଖୁଲାସା କରିଥିଲେ ଅଭିଷେକ। ଶ୍ୱେତା ମଧ୍ୟ ଏଥିରେ ରାଜି ହୋଇଥିଲେ। ଶ୍ୱେତା ବଚ୍ଚନ ତାଙ୍କର ଜଣେ ବଡ ପ୍ରଶଂସକ ଜାଣିବା ପରେ ଆମୀର ଖାନ ମଧ୍ୟ ଖୁସି ହୋଇଯାଇଥିଲେ। ଏହାପରେ ଶ୍ୱେତାଙ୍କ ପ୍ରତି ଜନ୍ମ ଦିନରେ ଆମୀର ତାଙ୍କ ପାଖକୁ  ଚିଠି ଲେଖି ପଠାନ୍ତି ବୋଲି ଅଭିଷେକ କହିଛନ୍ତି ।

ଅଭିଷେକ ଆହୁରି କହିଛନ୍ତି, ଯେତେବେଳେ ଶ୍ୱେତା ବୋଷ୍ଟନରେ ଗ୍ରାଜୁଏଟ ପଢ଼ୁଥିଲେ ସେତେବଳେ ଅଭିନେତା ଆମୀରଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଏକ ଦାମୀ କାର କିଣି ଦୀର୍ଘ ଏକ ଘଣ୍ଟା ନିଜେ ଡ୍ରାଇଭ କରି ଆମୀର ଓ ଶାହାରୁଖ ଖାନ୍‌ଙ୍କ ଲାଇଭ କନସର୍ଟ ଶୋ' ଦେଖିବାକୁ ଯାଇଥିଲେ।

Advertisment

ମାର୍ଚ୍ଚ ୧୪ରେ ଆମୀର ଖାନ୍‌ଙ୍କ  ଜନ୍ମଦିନର ଠିକ ତିନି ଦିନ ପରେ ମାର୍ଚ୍ଚ ୧୭ରେ ଶ୍ୱେତାଙ୍କ ଜନ୍ମ ଦିନ । ତେଣୁ ସେ ଦୁହେଁ ମୀନ ରାଶିଧାରୀ ବ୍ୟକ୍ତି। ତାଙ୍କର ଯେଉଁ ରାଶି ମୋର ମଧ୍ୟ ସେହି ରାଶି ବୋଲି ଶ୍ୱେତା କହିଛନ୍ତି।

ଶ୍ୱେତା ବଚ୍ଚନ ପରିବାର ଭଳି କୌଣସି ଫିଲ୍ମରେ ନିଜର କ୍ୟାରିଅର କରିନାହାନ୍ତି। ତଥାପି ସେ ବାପା ଅମିତାଭ ବଚ୍ଚନଙ୍କ ସହ କେତୋଟି ବିଜ୍ଞାପନରେ ଅଭିନୟ କରିଛନ୍ତି। ସେ ପେଶାରେ ଜଣେ ଫ୍ୟାଶନ ଡିଜାଇନର। ଏଥିସହ ଶ୍ୱେତା ଜଣେ ଭଲ ଲେଖିକା ମଧ୍ୟ। ୨୦୧୮ରେ ତାଙ୍କର ପ୍ରଥମ ଉପନ୍ୟାସ 'ପାରାଡାଇଜ ଟାୱାର୍ସ' ପବ୍ଲିସ ହୋଇଥିଲା।

Bollywood