Advertisment

କାନ୍ଦି ପକାଇଲେ କନ୍ନଡ ଅଭିନେତ୍ରୀ, କହିଲେ- ପୁଅବୋହୂଙ୍କ ନିର୍ଯାତନା ସହି ହେଉନି

ନିଜ ପୁଅବୋହୂଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବର୍ଷୀୟାନ କନ୍ନଡ ଅଭିନେତ୍ରୀ । ସମ୍ପତ୍ତି ଲୋଭରେ ପାଗଳ ପୁଅବୋହୂ ପରିଣତ ବୟସରେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ଏହି ଅଭିନେତ୍ରୀଜଣକ କାନ୍ଦିକାନ୍ଦି ସମସ୍ତଙ୍କ ସମ୍ମୁଖରେ କହିଛନ୍ତି।

Actress

Actress

Advertisment

ନିଜ ପୁଅବୋହୂଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବର୍ଷୀୟାନ କନ୍ନଡ ଅଭିନେତ୍ରୀ । ସମ୍ପତ୍ତି ଲୋଭରେ ପାଗଳ ପୁଅବୋହୂ ପରିଣତ ବୟସରେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ଏହି ଅଭିନେତ୍ରୀଜଣକ କାନ୍ଦିକାନ୍ଦି ସମସ୍ତଙ୍କ ସମ୍ମୁଖରେ କହିଛନ୍ତି। ଏହି ଅଭିନେତ୍ରୀଙ୍କ ନାମ ବି. ଶ୍ୟାମଲାଲ ଦେବୀ ଓ ତାଙ୍କ ବୟସ ୬୭ ବର୍ଷ ବୋଲି ଜଣାଯାଇଛି। ଏନେଇ ଶ୍ୟାମଲାଲ ଦେବୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

କନ୍ନଡ ସିନେ ଜଗତର ବର୍ଷୀୟାନ ନିର୍ଦ୍ଦେଶକ ସିଦ୍ଧାଲିଙ୍ଗିୟୈଙ୍କ ଦେହାନ୍ତ ହୋଇ ସାରିଥିବା ବେଳେ ଏବେ ତାଙ୍କ ପତ୍ନୀ ଶ୍ୟାମଲାଲ ଦେବୀଙ୍କୁ ନିଜ ପୁଅବୋହୂ ନାନା ହଇରାଣ କରିଥିବା ଜଣାଯାଇଛି। ଏନେଇ ଶ୍ୟାମାଲାଲ ସାଉଥ ବାଙ୍ଗାଲୁରୁର ଏକ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ପୁଅବୋହୂ ନିଜ ନାଁରେ ସମସ୍ତ ସମ୍ପତ୍ତି କରାଇ ଦେବାକୁ ମୋ’ ଉପରେ ଚାପ ପକାଉଛନ୍ତି। ଏଥିପାଇଁ ମନା କଲେ ସେମାନେ ମୋତେ ଅକଥନୀୟ ନିର୍ଯାତନା ଦେଉଛନ୍ତି।

ଏପରିକି ଏହି ଘଟଣାକୁ ନେଇ ୫ ବର୍ଷ ଧରି ଘରେ ଅଶାନ୍ତି ଲାଗି ରହୁଥିବା ବେଳେ ପୁଅବୋହୂ ତାଙ୍କୁ ଲଗାତାର ଭାବେ ମାରପିଟ କରୁଥିବା ଶ୍ୟାମାଲାଲ ଅଭିଯୋଗ କରିଛନ୍ତି। ପୁଅ ପୂର୍ବରୁ ତାଙ୍କ ମେଡିକାଲ ଖର୍ଚ୍ଚ ବହନ କରୁଥିବା ବେଳେ ଏବେ ଉକ୍ତ ଟଙ୍କା ଫେରସ୍ତ କରିଦେବାକୁ ଧମକ ଦେଉଛି। ଏପରିକି ବହୁ ଥର ଜୋରଜବରଦସ୍ତି ସତ୍ତ୍ୱେ ଘର ମାଲିକାନା ଟ୍ରାନ୍ସଫର କରିବା ନିମନ୍ତେ ନିଜ ସାଇନ୍‌ ଦେବାକୁ ମନା କରିବାରୁ ପୁଅବୋହୂ ତାଙ୍କୁ ମାରିଦେବାକୁ ବି ଧମକ ଦେଉଛନ୍ତି ବୋଲି ବୃଦ୍ଧାଜଣକ କହିଛନ୍ତି। ଏତେ ନିର୍ଯାତନା ଆଉ ସହି ପାରୁନି ବୋଲି ସେ କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି। 

Advertisment

ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ପୁଅବୋହୂଙ୍କୁ ଡାକି ପଚରାଉଚରା କରୁଛି ।

Karnataka Family Dispute Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe