Advertisment

‘ଶିବାୟ’ ସୁଟିଂ ଲାଗି ମସୁରୀରେ ଅଜୟ ଦେବଗନଙ୍କ ଟିମ୍

ମୁମ୍ବାଇ: ବଲିଉଡ ଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶିବାୟ’ର ସୁଟିଂ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ସବୁ ଟିମ୍ ମେମ୍ବର ଏବେ ମସୁରୀରେ। ସେଠାରେ ଆସନ୍ତା ୭ ତାରିଖ ଯାଏଁ ରହିବେ। ଫିଲ୍ମର ବହୁ ଗୁରୁତ୍ୱପୂର୍ଣ୍ଣ ସିନ୍ ଏହିଠାରେ ସୁଟିଂ ହେବ। ଶିବାୟର ସୁଟିଂ ଏବେ ମସୁରୀର ଏକ ଛୋଟ ଟାଉନରେ ଚାଲିଛି। ଏଠାରେ ସୁଟିଂ ଶେଷ କରିବା ପରେ ଟିମ୍ ହାଇଦ୍ରାବାଦ ଯିବ। ସେଠାରେ ସୁଟିଂ ଶେଷ ହେବା ପରେ ଫିଲ୍ମର […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ଶିବାୟ’ ସୁଟିଂ ଲାଗି ମସୁରୀରେ ଅଜୟ ଦେବଗନଙ୍କ ଟିମ୍

02-Ajay-Sayesha

ମୁମ୍ବାଇ: ବଲିଉଡ ଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଶିବାୟ’ର ସୁଟିଂ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ସବୁ ଟିମ୍ ମେମ୍ବର ଏବେ ମସୁରୀରେ। ସେଠାରେ ଆସନ୍ତା ୭ ତାରିଖ ଯାଏଁ ରହିବେ। ଫିଲ୍ମର ବହୁ ଗୁରୁତ୍ୱପୂର୍ଣ୍ଣ ସିନ୍ ଏହିଠାରେ ସୁଟିଂ ହେବ। ଶିବାୟର ସୁଟିଂ ଏବେ ମସୁରୀର ଏକ ଛୋଟ ଟାଉନରେ ଚାଲିଛି। ଏଠାରେ ସୁଟିଂ ଶେଷ କରିବା ପରେ ଟିମ୍ ହାଇଦ୍ରାବାଦ ଯିବ। ସେଠାରେ ସୁଟିଂ ଶେଷ ହେବା ପରେ ଫିଲ୍ମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସିନ୍ ପାଇଁ ଟିମ୍ ବୁଲଗେରିଆକୁ ଯିବ ବୋଲି ସୂଚନା ମିଳିଛି।

Advertisment

ଏହି ଫିଲ୍ମରେ ବଲିଉଡରେ ପାଦ ଥାପୁଛନ୍ତି ସୁପରଷ୍ଟାର ଦିଲୀପ କୁମାରଙ୍କ ଅଣନାତୁଣୀ ଶାୟେଶା ସୈଗଲ୍। ଦେବ ଦେବ ମହାଦେବଙ୍କ ଉପରେ ପର୍ଯ୍ୟବେସିତ ଏହି ଆକ୍ସନଡ୍ରମା ଫିଲ୍ମରେ ବିଭିନ୍ନ ଚରିତ୍ରରେ ଏରିକା କାର, ଅଲ୍ଲୀ କାଜମୀ ଓ ଜାବାଜ୍ ଫାରକ୍ୟୁ ପ୍ରମୁଖ ନଜରକୁ ଆସିବେ।