Advertisment

ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ସିଦ୍ଧାନ୍ତ-ରଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ଼ର ରୋମାଣ୍ଟିକ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିନେଇଥିବା ଏହି ଯୋଡ଼ିଙ୍କୁ ନେଇ ହେବାକୁ ଯାଉଛି ଫିଲ୍ମ। ଯାହା ଶୁଣିବାକୁ ମିଳୁଛି, ନିର୍ଦ୍ଦେଶକ ମାଧବ ପରିଡା ସିଦ୍ଧାନ୍ତ ଏବଂ ରଚନାକୁ ନେଇ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ଯାହାର ଟାଇଟଲ୍‌ ମଧ୍ୟ ବଛା ସରିଯାଇଛି। ଫିଲ୍ମର ନାଁ ରହିଛି ‘ରକ୍ତ ଚିହ୍ନେ ରକ୍ତକୁ’। ସ୍ୱରୂପ ନାୟକଙ୍କ […]

author-image
Biswobandita Swain
ଅଦ୍ୟତନ ହୋଇଛି
ପୁଣିଥରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ସିଦ୍ଧାନ୍ତ-ରଚନା

rachana

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ଼ର ରୋମାଣ୍ଟିକ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିନେଇଥିବା ଏହି ଯୋଡ଼ିଙ୍କୁ ନେଇ ହେବାକୁ ଯାଉଛି ଫିଲ୍ମ। ଯାହା ଶୁଣିବାକୁ ମିଳୁଛି, ନିର୍ଦ୍ଦେଶକ ମାଧବ ପରିଡା ସିଦ୍ଧାନ୍ତ ଏବଂ ରଚନାକୁ ନେଇ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ ଯାହାର ଟାଇଟଲ୍‌ ମଧ୍ୟ ବଛା ସରିଯାଇଛି। ଫିଲ୍ମର ନାଁ ରହିଛି ‘ରକ୍ତ ଚିହ୍ନେ ରକ୍ତକୁ’। ସ୍ୱରୂପ ନାୟକଙ୍କ ସ୍ୱର ସଂଯୋଜନାରେ ଫିଲ୍ମର ଗୀତ ରେକର୍ଡିଂ ସରିଛି।

Advertisment

publive-imageଅନେକ ଦିନ ଧିରି ସିଦ୍ଧାନ୍ତ-ରଚନାଙ୍କୁ ଏକାଠି ଦେଖିବାକୁ ଅପେକ୍ଷା କରି ରହିଥିବା ଦର୍ଶକଙ୍କ ପାଇଁ ଏହା ଏକ ଖୁସି ଖବର। ପୂର୍ବରୁ 'ସାଗରଗଙ୍ଗା', 'ଭାଇ ହେଲା ଭଗାରୀ' ,'ଯଶୋଦା', 'ଲକ୍ଷେ ଶିବ ପୂଜି ପାଇଚି ପୁଅ', 'ଲକ୍ଷ୍ମଣ ରେଖା', 'ଲକ୍ଷ୍ମୀ ପ୍ରତିମା', 'ଗଙ୍ଗା ଯମୁନା', 'ସୁହାଗ ସିନ୍ଦୂର', 'କଳ୍କୀ ଅବତାର', 'ପରଦେଶୀ ବାବୁ', 'କଣ୍ଢେଇ ଆଖିରେ ଲୁହ', 'ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର', 'ସିନ୍ଦୂର ନୁହେଁ ଖେଳ ଘର', 'ପବିତ୍ର ବନ୍ଧନ', 'ଧର୍ମ ସହିଲେ ହେଲା' ଓ 'ସନ୍ତାନ' ଆଦି ଫିଲ୍ମରେ ସିଦ୍ଧାନ୍ତ ଏହଂ ରଚନାଙ୍କୁ ଏକାଠି କାମ କରିବାର ଦେଖିବାକୁ ମିଳିଥିଲା। ୨୦୦୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ସନ୍ତାନ’ରେ ସିଦ୍ଧାନ୍ତ ଏବଂ ରଚନାଙ୍କୁ ଶେଷଥର ପାଇଁ ଏକାଠି ଅଭିନୟ କରିବାର ଦେଖିବାକୁ ମିଳିଥିଲା।

ଗତ କିଛି ଦିନ ହେବ ଏହି ଯୋଡ଼ି ପୁଣିଥରେ ଏକାଠି ଅଭିନୟ କରିବା ଖବର ଶୁଣିବାକୁ ମିଳୁଥିଲା। ଏବେ ଏହି ଖବର ସତ ହେବାକୁ ଯାଉଛି।

Advertisment