‘ବିଗ ବସ୍’ ପରେ ସିଦ୍ଧାର୍ଥଙ୍କୁ ଭେଟି ଇମୋସ୍ନାଲ୍ ହେଲେ ଶେହନାଜ୍
ମୁମ୍ବାଇ: ‘ବିଗ ବସ୍ ୧୩’ ଶେଷ ହୋଇଯାଇଛି। ‘ବିବି’ ଘରୁ ବାହାରିବା ପରେ ସବୁ ପ୍ରତିଯୋଗୀ ନିଜ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ହୋଇପଡ଼ିଲେଣି। କିନ୍ତୁ ଶୋ’ର ଏଣ୍ଟରଟେନମେଣ୍ଟ କୁଇନ୍ ଶେହନାଜ୍ ଓ ପାରସ ଛାବ୍ରା ଏବେ କଲର୍ସରେ ଆଉ ଏକ ଶୋ’ କରୁଛନ୍ତି। ଏହାର ନାଁ ରହିଛି ‘ମୁଝ୍ସେ ଶାଦୀ କରୋଗେ’। ଏଠାରେ ପାରସ୍ ଓ ଶେହନାଜ୍ ନିଜ ନିଜ ପାଇଁ ଲାଇଫ୍ପାର୍ଟନର୍ ଖୋଜୁଛନ୍ତି। ତେବେ ଏହି ଶୋ’ରେ ଶେହନାଜ୍ଙ୍କ ଫ୍ୟାନ୍ଙ୍କ ପାଇଁ ରହିଛି ଏକ ବିଗ୍ ସର୍ପ୍ରାଇଜ୍।
The moon is also a proof of their love… hope to see them together again #Sidnaz #SidNaazIsEmotions #SidnaazForever https://t.co/mLkTWi1qD4
— Bratati Patra (@PatraBratati) February 16, 2020
ଏଥର ‘ବିଗ୍ ବସ୍ ୧୩, ଅନ୍ୟ ସିଜିନ୍ ଅପେକ୍ଷା ଅଧିକ ଚର୍ଚ୍ଚା ସାଉଁଟିଛି। ତେବେ ଶୋ’ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା ଶେହନାଜ୍ ଗିଲ୍ଲ୍ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ରିଲେସନଶିପ୍କୁ ନେଇ। ଦର୍ଶକ ଏମାନଙ୍କ ଲଭ୍ଷ୍ଟୋରୀକୁ ବେଶ୍ ପସନ୍ଦ କରିଥିଲେ। ସୋଶାଲ୍ ମିଡିଆରେ ଏମାନଙ୍କ ନାଁକୁ ମିଶାଇ ‘ସିଡ୍ନାଜ୍’ ନାଁରେ ଏକ ହ୍ୟାସ୍ଟ୍ୟାଗ୍ ବେଶ୍ ଅଧିକ ଟ୍ରେଣ୍ଡ କରିଥିଲା। ଶୋ’ରେ ଏମାନଙ୍କ ଭିତରେ କେବେ ପ୍ରେମ ତ କେବେ ଲଢ଼େଇ ଦେଖିବାକୁ ମିଳିଥିଲା। ଏମାନଙ୍କ ବଣ୍ଡିଂ ବେଶ୍ ଭଲ ଥିଲା। ଏମାନେ ସବୁ ପରିସ୍ଥିତିରେ ପରସ୍ପରର ସାଥ୍ ଦେଉଥିଲେ। ତେବେ ବର୍ତ୍ତମାନ ସିଦ୍ଧାର୍ଥ ଓ ଶେହନାଜ୍ଙ୍କର ପୁଣି ମିଳନ ହେବାକୁ ଯାଉଛି। ସେ ବି ଶେହନାଜ୍ଙ୍କ ନୂଆ ଶୋ’ ‘ମୁଝ୍ସେ ଶାଦୀ କରୋଗେ’ରେ ସାମିଲ ହୋଇଛନ୍ତି।
ଶୋ’ ତରଫରୁ ଏକ ପ୍ରୋମୋ ଶେଆର୍ କରାଯାଇଛି। ଏଥିରେ ଦେଖିବାକୁ ମିଳିଛି ଯେ, ଶୋ’କୁ ସିଦ୍ଧାର୍ଥ ଆସିଛନ୍ତି ଶେହେନାଜ୍ଙ୍କୁ ଭେଟିବା ପାଇଁ। ଏହାପରେ ହୋଷ୍ଟ ମନୀଷ ପଲ୍ ଶେହନାଜ୍ଙ୍କୁ କହିଛନ୍ତି ଯେ ପ୍ରେମ ଅନ୍ଧ ହୋଇଥାଏ। ତେଣୁ ତୁମେ ଆଖିରେ ପଟି ବାନ୍ଧି ବର ବାଛିବ। ଏହାପରେ କିଛି ପିଲାଙ୍କ ସହ ସିଦ୍ଧାର୍ଥ ମଧ୍ୟ ଲାଇନ୍ରେ ଛିଡ଼ା ହୋଇଯାଉଛନ୍ତି। ଆଉ ସ୍ପର୍ଶ କରି ଶେହନାଜ୍ ସିଦ୍ଧାର୍ଥଙ୍କୁ ଚିହ୍ନି ଯାଉଛନ୍ତି। ଏହାପରେ ସେ ଆଖିରୁ ପଟି ଫିଟାଇ ଦେଇଛନ୍ତି। ସାମ୍ନାରେ ସିଦ୍ଧାର୍ଥକୁ ଦେଖି ସେ ଆଉ ନିଜକୁ ରୋକି ପାରି ନାହାନ୍ତି ଓ ତୁରନ୍ତ ତାଙ୍କୁ କୁଣ୍ଢେଇ ପକାଇଛନ୍ତି। ଏହି ସମୟରେ ଶେହନାଜ୍ଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରୁ ଜଣାପଡ଼ୁଛି ଯେ ସେ ସିଦ୍ଧାର୍ଥଙ୍କୁ ଦେଖି ଟିକେ ଇମୋସ୍ନାଲ୍ ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, ସିଦ୍ଧାର୍ଥ ଏହି ଶୋ’ରେ ଶେହନାଜ୍ଙ୍କୁ ତାଙ୍କ ପାର୍ଟନର୍ ଖୋଜିବାରେ ସାହାଯ୍ୟ କରିବେ। ତେବେ ଶୋ’ରେ ସିଦ୍ଧାର୍ଥଙ୍କ ବ୍ୟତୀତ ରଶ୍ମି ଦେଶାଇଙ୍କର ମଧ୍ୟ ଏଣ୍ଟ୍ରି ହେବ। ‘ମୁଝ୍ସେ ଶାଦୀ କରୋଗେ’ର ଅପକମିଂ ଏପିସୋଡ୍ ବେଶ୍ ଧମାକେଦାର୍ ହେବ। ତେବେ ଜଣାଇଦେବାକୁ ଚାହୁଁ ଯେ ଶୋ’ରେ ଶେହନାଜ୍ ଓ ପାରସଙ୍କର ସତରେ ବାହାଘର ହେବ ନାହିଁ। ଏହା କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।