Advertisment

ପରଦାକୁ ଆସିଲା ୪ଟି ହିନ୍ଦୀ ଫିଲ୍ମ

ମୁମ୍ୱାଇ: ଆଜି ସିଲଭର୍ ସ୍କ୍ରିନକୁ ଆସିଛି ୪ଟି ହିନ୍ଦୀ ଫିଲ୍ମ। ନିର୍ଦ୍ଦେଶକ ଲଭ୍ ରଞ୍ଜନ ନେଇ ଆସିଛନ୍ତି ପ୍ୟାର କା ପଞ୍ଚନାମା-୨। ଯାହା ହେଉଛି ପ୍ୟାର କା ପଞ୍ଚନାମାର ସିକ୍ୟୁଏଲ। ଏହାର ଷ୍ଟାରକାଷ୍ଟରେ ପୁଣିଥରେ ଦେଖିବାକୁ ମିଳୁଛି କାର୍ତ୍ତିକ ଆରିୟନ ଏବଂ ନୁଶରତଙ୍କ ଯୋଡିକୁ। ଏହାସହ ସୋନାଲି ସେହଗଲ୍ ଏବଂ ଇଷିତା ଶର୍ମା ମଧ୍ୟ ପୁଣି ଲିଡି ଲେଡି ଭାବେ ରିପିଟ୍ ହୋଇଛନ୍ତି ଓ ତାଙ୍କ ସହିତ ଅଛନ୍ତି ସନି ସିଙ୍ଗ ଏବଂ ଓମକାର କପୁର। ଏହା […]

author-image
Rakesh Mallick
ଅଦ୍ୟତନ ହୋଇଛି
ପରଦାକୁ ଆସିଲା ୪ଟି ହିନ୍ଦୀ ଫିଲ୍ମ 

film friday

ମୁମ୍ୱାଇ: ଆଜି ସିଲଭର୍ ସ୍କ୍ରିନକୁ ଆସିଛି ୪ଟି ହିନ୍ଦୀ ଫିଲ୍ମ। ନିର୍ଦ୍ଦେଶକ ଲଭ୍ ରଞ୍ଜନ ନେଇ ଆସିଛନ୍ତି ପ୍ୟାର କା ପଞ୍ଚନାମା-୨। ଯାହା ହେଉଛି ପ୍ୟାର କା ପଞ୍ଚନାମାର ସିକ୍ୟୁଏଲ। ଏହାର ଷ୍ଟାରକାଷ୍ଟରେ ପୁଣିଥରେ ଦେଖିବାକୁ ମିଳୁଛି କାର୍ତ୍ତିକ ଆରିୟନ ଏବଂ ନୁଶରତଙ୍କ ଯୋଡିକୁ। ଏହାସହ ସୋନାଲି ସେହଗଲ୍ ଏବଂ ଇଷିତା ଶର୍ମା ମଧ୍ୟ ପୁଣି ଲିଡି ଲେଡି ଭାବେ ରିପିଟ୍ ହୋଇଛନ୍ତି ଓ ତାଙ୍କ ସହିତ ଅଛନ୍ତି ସନି ସିଙ୍ଗ ଏବଂ ଓମକାର କପୁର। ଏହା ଏକ ଟପିକାଲ୍ କମେଡି ମୁଭି। ଯାହାକୁ ପ୍ରଡ୍ୟୁସ କରିଛନ୍ତି ଅଭିଷେକ ପାଠକ।

Advertisment

ଏହି ଫିଲ୍ମକୁ ଦେଖିବାକୁ ୟଙ୍ଗମାସଙ୍କ ଭିତରେ ବେଶ କ୍ରେଜ୍ ଦେଖିବାକୁ ମିଳିଛି। ଏହାକୁ ଟକ୍କର ଦେବାକୁ ରିଲିଜ ହୋଇଛି ‘ଚିନାର ଦାସ୍ତାନ ଏ ଇସ୍କ’। ଯେଉଁଥିରେ ଆମୀର ଖାନଙ୍କ ଭାଇ ଫେଜଲ ଖାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏହା ଏକ ଉର୍ଦ୍ଦୁ ନଭେଲ ‘ଝିଲ ଜଲତି ହେ’ ଉପରେ ବେଶ ହୋଇଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଶରିକ ମିନହାଜ।

ସେହିପରି ବକ୍ସଅଫିସକୁ ଆସିଛି ରୋମାଣ୍ଟିକ ଓ କମେଡି ମୁଭି ‘ୱବଡିଙ୍ଗ ପୁଲାଉ’। ଯାହାର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ଅନଚଷ୍କା ରଞ୍ଜନ, ଦିଗାନ୍ତ ମନଚଲେଙ୍କୁ। ଆଉ ଏକ ସ୍ମଲ ବଜେଟ୍ ମୁଭି ‘ବମ୍ପର ଡ୍ର’ ମଧ୍ୟ ବଡ ପରଦାକୁ ଆସିଛି। ଯେଉଁଥିରେ ଲିଡ୍ କରିଛନ୍ତି ବଲିଉଡର ଫେମସ କମେଡିଆନ ରାଜପାଲ ୟାଦବ।

Advertisment

ଏହି ୪ଟି ଫିଲ୍ମ ମଧ୍ୟରୁ କିଏ କାହାକୁ କଡା ଟକ୍କର ଦେଉଛି ଓ ବକ୍ସ ଅଫିସରେ କିଏ ବାଜିମାତ କରୁଛି ତାହା ତ ସମୟ କହିବ । ହେଲେ ଦର୍ଶକଙ୍କ ପାଇଁ ଏଣ୍ଟରଟେନ ହେବାର ଭଲ ଖୋରାକ ଯୋଗାଇଛି ବଲିଉଡ।