ରୋହିତ ସେଟ୍ଟୀଙ୍କ ସହ କାମ କରିବେ ସଲ୍‌ମାନ ଖାନ୍‌ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଦବଙ୍ଗ ଖାନ୍‌ ସଲ୍‌ମାନ୍‌ଙ୍କ ଫିଲ୍ମ ଅପେକ୍ଷାରେ ଦର୍ଶକ ସବୁବେଳେ ରହିଥାନ୍ତି। ୨୦୧୮ରୁ ସେ ନିଜ ଫିଲ୍ମ ‘ଭାରତ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ଗୋଆରେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ।

ଆଉ ଏହି ସମୟରେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି। ସଲ୍‌ମାନ୍‌ ଏଥର କୁଆଡେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ସହ ଏକ ପ୍ରୋଜେକ୍ଟ୍‌ରେ କାମ କରିବେ।

ଖବର ମୁତାବକ ସଲ୍‌ମାନ୍‌ଙ୍କ ସହ କେଉଁ କଣ୍ଟେଣ୍ଟ୍‌ ଫିଲ୍ମ କରିବେ ସେ ନେଇ ବିଚାର କରିବା ପାଇଁ ରୋହିତ ସେଟ୍ଟୀ ସାଜିଦ୍‌ ନାଡିୟାୱାଲାଙ୍କୁ ଅନେକ ଥର ସାକ୍ଷାତ କରି ସାରିଛନ୍ତି। ଆଉ ଏହା ଉପରେ ଦୁହେଁ କଥା ହୋଇ କିଛି ଚରିତ୍ର ବାଛିଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି ‘କିକ୍‌’ ଫିଲ୍ମରେ ସଲ୍‌ମାନ୍‌ ଅଭିନୟ କରିଥିବା ଦେବୀ ଲାଲ୍‌ ସିଂହଙ୍କ ଚରିତ୍ର। ସେହି ଫିଲ୍ମରେ ସଲ୍‌ମାନ୍‌ଙ୍କ ଖାକୀ ବର୍ଦିରେ ନଜର ଆସିଥିଲେ। ଯଦି ଏହି ଆଇଡିଆ ସଠିକ୍‌ ରୂପରେ କର୍ଯ୍ୟକାରୀ ହେଲା, ତେବେ ସଲ୍‌ମାନ୍‌ ରୋହିତ୍‌ଙ୍କ ଫିଲ୍ମରେ ଜଣେ ପୁଲିସ୍‌ ଚରିତ୍ରରେ ଅଭିନୟ କରି ପାରନ୍ତି।

salman4ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ ୨୦୧୮ର ଶେଷ ଆଡ଼କୁ ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ଅନେକ ରେକର୍ଡ ହାତେଇଛି। ବ୍ୟାକ୍‌ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ରୋହିତ୍‌ ସଫଳ ନିର୍ଦ୍ଦେଶକ ତାଲିକାରେ ନିଜକୁ ସାମିଲ୍‌ କରିଛନ୍ତି। ଏବେ ସଲ୍‌ମାନ୍‌ ଓ ରୋହିତ୍‌ ନିଜ କ୍ଷେତ୍ରରେ ଶିଖରରେ ଅଛନ୍ତି। ଏମିତିରେ ଦୁହେଁ ଏକାଠି କାମ କରିବା ନିଶ୍ଚିତ ଭାବେ ଖୁବ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦବଙ୍ଗ’ରେ ପୁଲିସ୍‌ ଚରିତ୍ରରେ ଅଭିନୟ କରି ସଲ୍‌ମାନ୍ ସମସ୍ତଙ୍କ ହୃଦୟ ଜିତିଥିଲେ। ଏହାର ଦ୍ୱିତୀୟ ପାର୍ଟ୍‌ ବି ସଫଳ ରହିଛି। ଏବେ ସଲ୍‌ମାନ୍‌ ‘ଭାରତ’ ଫିଲ୍ମର ଶୁଟିଂ କରୁଛନ୍ତି। ଏହାପରେ ସେ ‘ଦବଙ୍ଗ -୩’ର ସୁଟିଂ ଆରମ୍ଭ କରିବେ।

ସୂଚନା ମୁତାବକ ୨୦୧୯ରେ ଶେଷ ଆଡ଼କୁ ସଲ୍‌ମାନ୍‌ ରୋହିତ୍‌ଙ୍କ ସହ ଏହି ପ୍ରୋଜେକ୍ଟରରେ କାମ କରିବା ଆରମ୍ଭ କରିଦେବେ।

ଆହୁରି ପଢ଼ନ୍ତୁ

୮,୭୦୦ କୋଟି ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ

‘ନିକମା’ ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ