Advertisment

‘ସିଙ୍ଗ୍ ଇଜ୍ ବ୍ଲିଙ୍ଗ୍’ ଓ ‘ତଲୱାର’ ରିଲିଜ୍

ମୁମ୍ବାଇ: ଆଜି ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ବଲିଉଡ୍ ଫିଲ୍ମ। ଗୋଟିଏ ହେଉଛି ଅକ୍ଷୟ କୁମାରଙ୍କ ଆକ୍ସନ କମେଡି ‘ସିଙ୍ଗ ଇଜ୍ ବ୍ଲିଙ୍ଗ’ ଓ ଅନ୍ୟଟି ହେଉଛି ‘ତଲୱାର’। ପ୍ରଭୁଦେବା ନିର୍ଦ୍ଦେଶିତ ‘ସିଙ୍ଗ୍ ଇଜ୍ ବ୍ଲିଙ୍ଗ୍’ରେ ରହିଛି ଭରପୁର କମେଡି। କଲରଫୁଲ୍ ସେଟ୍, ଲାଉଡ୍ ମ୍ୟୁଜିକ୍ ସାଙ୍ଗକୁ ରହିଛି ଅକ୍କିଙ୍କ ଆକ୍ସନ। ଫିଲ୍ମରେ ଗ୍ଲାମର ଆଡ୍ କରୁଛନ୍ତି ଆମି ଜାକ୍ସନ। ଲାରା ଦତ୍ତଙ୍କ କକବ୍ୟାକ ବି ଜବରଦସ୍ତ ହୋଇଛି। ପଞ୍ଜାବ ଓ ରୋମାନିଆର ବିଭିନ୍ନ ଲୋକେସନର […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ସିଙ୍ଗ୍ ଇଜ୍ ବ୍ଲିଙ୍ଗ୍’ ଓ ‘ତଲୱାର’ ରିଲିଜ୍

bollywood

ମୁମ୍ବାଇ: ଆଜି ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ବଲିଉଡ୍ ଫିଲ୍ମ। ଗୋଟିଏ ହେଉଛି ଅକ୍ଷୟ କୁମାରଙ୍କ ଆକ୍ସନ କମେଡି ‘ସିଙ୍ଗ ଇଜ୍ ବ୍ଲିଙ୍ଗ’ ଓ ଅନ୍ୟଟି ହେଉଛି ‘ତଲୱାର’। ପ୍ରଭୁଦେବା ନିର୍ଦ୍ଦେଶିତ ‘ସିଙ୍ଗ୍ ଇଜ୍ ବ୍ଲିଙ୍ଗ୍’ରେ ରହିଛି ଭରପୁର କମେଡି। କଲରଫୁଲ୍ ସେଟ୍, ଲାଉଡ୍ ମ୍ୟୁଜିକ୍ ସାଙ୍ଗକୁ ରହିଛି ଅକ୍କିଙ୍କ ଆକ୍ସନ। ଫିଲ୍ମରେ ଗ୍ଲାମର ଆଡ୍ କରୁଛନ୍ତି ଆମି ଜାକ୍ସନ। ଲାରା ଦତ୍ତଙ୍କ କକବ୍ୟାକ ବି ଜବରଦସ୍ତ ହୋଇଛି। ପଞ୍ଜାବ ଓ ରୋମାନିଆର ବିଭିନ୍ନ ଲୋକେସନର ସୁଟ୍ ହୋଇଥିବା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା।

Advertisment

ଆଜି ପରଦା ଆସିଛି ମେଘନା ଗୁଲଜାରଙ୍କ ‘ତଲୱାର’। ବହୁ ଚର୍ଚ୍ଚିତ ଆରୁଷି ହତ୍ୟା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ମର୍ଡର, ମିଷ୍ଟ୍ରୀ ଓ ପୋଲିସର ଅନୁସନ୍ଧାନର ବିଭିନ୍ନ ଟୁଇଷ୍ଟକୁ ନେଇ ରହିଛି ଫିଲ୍ମର ପ୍ଲଟ୍। ‘ତଲୱାର’ର ମୁଖ୍ୟ ଭୂମିକାରେ ଅଛନ୍ତି କୋଙ୍କଣା ସେନଶର୍ମା ଓ ଇର୍ଫାନ ଖାନ୍।