Advertisment

କରୋନା ନେଲା ପ୍ରଖ୍ୟାତ ଗାୟକଙ୍କ ଜୀବନ

ମୁମ୍ବାଇ: ସମଗ୍ର ବିଶ୍ୱ ଏବେ ବିଶ୍ୱ ମହାମାରୀ ନୋଭେଲ୍ କରୋନା ଭୂତାଣୁ ସହ ମହାସଂଗ୍ରାମ କରୁଛି। କୋଭିଡ୍-୧୯ ଯୋଗୁ ଗୋଟିଏ ପରେ ଗୋଟିଏ ଲୋକଙ୍କ ପ୍ରାଣ ଯାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୯ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୪୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଗତକାଲି ଜଣାଶୁଣା ଅଭିନେତା ଆଣ୍ଡ୍ରିୟୁ ଜ୍ୟାକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଥିବା ବେଳେ ପୁଣି ଜଣେ ଲୋକପ୍ରିୟ ତାରକାଙ୍କ ଜୀବନ ନେଇଛି […]

author-image
Chinmayee Roy
କରୋନା ନେଲା ପ୍ରଖ୍ୟାତ ଗାୟକଙ୍କ ଜୀବନ

ADAM

ମୁମ୍ବାଇ: ସମଗ୍ର ବିଶ୍ୱ ଏବେ ବିଶ୍ୱ ମହାମାରୀ ନୋଭେଲ୍ କରୋନା ଭୂତାଣୁ ସହ ମହାସଂଗ୍ରାମ କରୁଛି। କୋଭିଡ୍-୧୯ ଯୋଗୁ ଗୋଟିଏ ପରେ ଗୋଟିଏ ଲୋକଙ୍କ ପ୍ରାଣ ଯାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୯ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୪୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଗତକାଲି ଜଣାଶୁଣା ଅଭିନେତା ଆଣ୍ଡ୍ରିୟୁ ଜ୍ୟାକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଥିବା ବେଳେ ପୁଣି ଜଣେ ଲୋକପ୍ରିୟ ତାରକାଙ୍କ ଜୀବନ ନେଇଛି ଏହି ଭୂତାଣୁ | ସେ ହେଉଛନ୍ତି, ଗ୍ରାମୀ ପୁରସ୍କାର ବିଜେତା ଗାୟକ ଆଡମ୍ ଶ୍ଲେସିଙ୍ଗର୍। ତେବେ ଅଭିନେତା ଟମ୍ ହ୍ୟାଙ୍କ୍ ଏନେଇ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

Advertisment

https://twitter.com/tomhanks/status/1245507869618737152?s=20

କୁହାଯାଉଛି ଯେ, ଆଡମ୍ ଶ୍ଲେସିଙ୍ଗରଙ୍କ କିଛିଦିନ ପୂର୍ବରୁ ହିଁ କରୋନା ପଜିଟିଭ୍ ଥିବା ଖବର ଜଣାପଡ଼ିଥିଲା। ଯାହା ପରେ ଆଜି ତାଙ୍କର ମୃତ୍ୟୁ ଖବର ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ୯୦ ଦଶକର ଲୋକପ୍ରିୟ ମ୍ୟୁଜିକ୍ ବ୍ୟାଣ୍ଡ 'ଫାଉଣ୍ଡେସନ୍ ଅଫ୍ ୱେନ'ରେ ଆଡମ୍ ଜଣେ ବେସ ପ୍ଲେୟାର ଏବଂ ସହ-ଲେଖକ ଭାବରେ କାର୍ଯ୍ୟ କରିଛନ୍ତି। ସେ ‘Stacy’s Mom’ ଓ ‘Hey Julie’ ଭଳି ହିଟ୍ ଗୀତ ଦେଇଛନ୍ତି। ଏହା ବ୍ୟତୀତ ସେ ‘ଗୋଲ୍ଡେନ୍ ଗ୍ଲୋବସ୍’, ‘ଟନିସ୍’, ‘ଗ୍ରାମିସ୍’ ଏବଂ ‘ଏମିସ୍’ ପରି ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ ସେ ୨୦୦୯ରେ A Colbert Christmas: The Greatest Gift of All! ପାଇଁ ଗ୍ରାମୀ ପୁରସ୍କାର ଜିତିଥିଲେ। ଏହା ସହିତ ସେ ଏମିସ୍ ପୁରସ୍କାର ମଧ୍ୟ ଜିତିଥିଲେ।

ଅଭିନେତା ଟମ୍ ହ୍ୟାଙ୍କ୍ ସୋଶାଲ ମିଡିଆରେ ଆଡମ୍ ଶ୍ଲେସିଙ୍ଗରଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଟମ୍ ହ୍ୟାଙ୍କ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ସେ ସଙ୍ଗେ ସଙ୍ଗେ ତାଙ୍କ ପତ୍ନୀ ରୀତା ୱିଲସନଙ୍କ ସହ ଅଷ୍ଟ୍ରେଲିଆରେ ଏକାନ୍ତବାସରେ ରହିଥିଲେ। କିଛିଦିନ ଚିକିତ୍ସିତ ହେବା ପରେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ବର୍ତ୍ତମାନ ସେ ଆମେରିକାରେ ନିଜ ଘରକୁ ଫେରିଛନ୍ତି।

Advertisment