Advertisment

ଶ୍ରବଣଶକ୍ତି ହରାଇଲେ ଅଳକା, ହୋଇଛନ୍ତି ଏହି ରୋଗର ଶିକାର

ଇନଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ଦେଲେ ସୂଚନା।

author-image
Debibandita Barick
ଅଦ୍ୟତନ ହୋଇଛି
Alka Yagnik

Alka Yagnik

ଶୁଣି ପାରୁନାହାନ୍ତି ଗାୟିକା ଅଳକା ୟାଗ୍ନିକ। ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହୋଇଥିବା ନେଇ ଦେଲେ ସୂଚନା। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ତାଙ୍କର ଶ୍ରବଣ ଶକ୍ତି ଚାଲିଯାଇଥିବା କହିଛନ୍ତି। 

Advertisment

କିଛି ସପ୍ତାହ ତଳେ ବିମାନ ଯାତ୍ରା ସମୟରେ ହଠାତ୍ ସେ କିଛି ବି ଶୁଣିପାରି ନିଥିଲେ, ଏହାପରେ ତାଙ୍କୁ ବିରଳ ଶ୍ରବଣଶକ୍ତି ଜନିତ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ହୋଇଥିବା ଜଣାପଡ଼ିଛି। ତେବେ ଇନଷ୍ଟା ପୋଷ୍ଟରେ ଅଳକା ୟାଗ୍ନିକ କଣ କହିଛନ୍ତି ଏବଂ ସେ ଶିକାର ହୋଇଥିବା ରୋଗ କଣ, ଜାଣନ୍ତୁ...

ଅଳକା ୟାଗ୍ନିକ ନିଜର ଏକ ଫଟୋ ଶେଆର କରିବା ସହ ରୋଗ ବାବଦରେ ଫ୍ୟାନଙ୍କୁ ସୂଚନା କହିଛନ୍ତି। ସେ କହିଛନ୍ତି, "ମୋର ସମସ୍ତ ପ୍ରଶଂସକ, ବନ୍ଧୁ, ଅନୁଗାମୀ ଏବଂ ଶୁଭେଚ୍ଛୁମାନଙ୍କୁ କହିବାକୁ ଚାହେଁ ଯେ, କିଛି ସପ୍ତାହ ପୂର୍ବରୁ ଯେତେବେଳେ ମୁଁ ବିମାନରୁ ବାହାରକୁ ଆସିଲି, ହଠାତ୍ ମୋତେ କିଛି ନ ଶୁଭିବା ଭଳି ଲାଗିଲା। ମୋର ଶ୍ରବଣଶକ୍ତି ଜନିତ ସମସ୍ୟା ଥିବା ଜଣାପଡିଛି।"

Advertisment

ମୁଁ କାହିଁକି କିଛି ଦିନ ହେବ କାର୍ଯ୍ୟରୁ ବିରତ ରହିଥିଲି, ସେନେଇ ମୋତେ ଅନେକ ଲୋକ ପଚାରିଛନ୍ତି। ବର୍ତ୍ତମାନ ଘଟଣାର କିଛି ଦିନ ପରେ ସାହସ ଯୁଟାଇ ମୁଁ ମୋର ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଏ ବାବଦରେ କହୁଛି। 

ସେ ଆହୁରି କହିଛନ୍ତି ଯେ, "ଭାଇରାଲ୍ ଆଟାକ୍ କାରଣରୁ ମୋର ଡାକ୍ତରମାନେ ମୋତେ ଏକ ବିରଳ ନ୍ୟୁରଳ ନର୍ଭ ହିଅରିଂ ରୋଗ ଚିହ୍ନଟ କରିଛନ୍ତି। ହଠାତ୍ ଏପରି ଏକ ବଡ଼ ଧକ୍କା ମୋତେ ଆଶ୍ଚର୍ଯ୍ୟ କରିଦେଇଛି। ମୁଁ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି। ଦୟାକରି ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।

କେବଳ ଏତିକି ନୁହେଁ, ନିଜ ରୋଗ ବାବଦରେ ଲୋକଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଇଛନ୍ତି ଅଳକା। ଉଚ୍ଚ ଶବ୍ଦରେ ଗୀତ ନ ଶୁଣିବା ସହ ହେଡ୍ ଫୋନ୍ ନ ଦେବାକୁ ଅନୁରୋଧ କରିଛନ୍ତି। 

Hearing Loss Alka Yagnik Disease Alka Yagnik