Advertisment

୩୬୫ ଦିନରେ ୩୬୬ ଷ୍ଟେଜ୍‌ ଶୋ’ କରିଥିବା ଗାୟକଙ୍କୁ କରାଯାଇଥିଲା ହତ୍ୟା

ମୁମ୍ବାଇ: ଆପଣ ଅନେକ ଲୋକପ୍ରିୟ ଗାୟକଙ୍କୁ ଜାଣିଥିବେ। କିନ୍ତୁ, ଆପଣ ତାଙ୍କ ବିଷୟରେ ଜାଣିଛନ୍ତି କି, ଯିଏ ୩୬୫ ଦିନରେ ୩୬୬ଟି ଷ୍ଟେଜ୍‌ ଶୋ’ କରି ରେକର୍ଡ ସୃଷ୍ଟି କରିଥିଲେ? ଅନେକ ହୁଏତ ତାଙ୍କୁ ଜାଣିଥିବେ ଓ ଆହୁରି ଅନେକ ତାଙ୍କୁ ଜାଣି ନଥିବେ! ସେ ହେଉଛନ୍ତି ପ୍ରସିଦ୍ଧ ପଞ୍ଜାବୀ ଗାୟକ ଅମର ସିଂହ। ଅମର ସିଂହ ଚମ୍‌କିଲା ନାଁରେ ସେ ପ୍ରସିଦ୍ଧ ଥିଲେ। ସେ ଏକାଧାରରେ ଥିଲେ ଜଣେ ଗାୟକ, ଗୀତିକାର ଓ ସଂଗୀତକାର। ମାତ୍ର […]

author-image
Rosalin Rath
ଅଦ୍ୟତନ ହୋଇଛି
୩୬୫ ଦିନରେ ୩୬୬ ଷ୍ଟେଜ୍‌ ଶୋ’ କରିଥିବା ଗାୟକଙ୍କୁ କରାଯାଇଥିଲା ହତ୍ୟା

a311

ମୁମ୍ବାଇ: ଆପଣ ଅନେକ ଲୋକପ୍ରିୟ ଗାୟକଙ୍କୁ ଜାଣିଥିବେ। କିନ୍ତୁ, ଆପଣ ତାଙ୍କ ବିଷୟରେ ଜାଣିଛନ୍ତି କି, ଯିଏ ୩୬୫ ଦିନରେ ୩୬୬ଟି ଷ୍ଟେଜ୍‌ ଶୋ’ କରି ରେକର୍ଡ ସୃଷ୍ଟି କରିଥିଲେ? ଅନେକ ହୁଏତ ତାଙ୍କୁ ଜାଣିଥିବେ ଓ ଆହୁରି ଅନେକ ତାଙ୍କୁ ଜାଣି ନଥିବେ! ସେ ହେଉଛନ୍ତି ପ୍ରସିଦ୍ଧ ପଞ୍ଜାବୀ ଗାୟକ ଅମର ସିଂହ। ଅମର ସିଂହ ଚମ୍‌କିଲା ନାଁରେ ସେ ପ୍ରସିଦ୍ଧ ଥିଲେ। ସେ ଏକାଧାରରେ ଥିଲେ ଜଣେ ଗାୟକ, ଗୀତିକାର ଓ ସଂଗୀତକାର। ମାତ୍ର ୨୭ ବର୍ଷ ବୟସରେ ଏହି ଗାୟକ ଏ ଦୁନିଆ ଛାଡ଼ି ଚାଲିଯାଇଥିଲେ। ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜୀବିତ ଥିଲେ ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥା’ନ୍ତେ।

Advertisment

ଆଜି ଆମେ ଆପଣଙ୍କୁ ଏହି ଗାୟକଙ୍କ ବିଷୟରେ କିଛି ଜଣାଅଜଣା କଥା କହିବୁ। publive-image

୧୯୬୦ ମସିହା ଜୁଲାଇ ୨୧ ତାରିଖରେ ଜନ୍ମ ହୋଇଥିଲେ ଅମର ସିଂହ ଚମ୍‌କିଲା। ଛୁଆବେଳୁ ସେ ଜଣେ ଇଲେକ୍ଟ୍ରୀସିଆନ୍‌ ହେବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେ ତାହା ହୋଇପାରି ନଥିଲେ। ସେ ପ୍ରଥମେ ଏକ କପଡ଼ା ମିଲ୍‌ରେ ଚାକିରି କରିଥିଲେ।

ସଙ୍ଗୀତ ପ୍ରତି ତାଙ୍କର ରୁଚି ଥିବାରୁ ଛୋଟ ବୟସରୁ ସେ ହାର୍‌ମୋନିୟମ୍‌ ବଜାଇବା ଶିଖିଥିଲେ। ୧୮ ବର୍ଷ ବୟସରେ ସେ ଲୋକପ୍ରିୟ ପଞ୍ଜାବୀ ଗାୟକ ସୁରିନ୍ଦର ଶିନ୍ଦାଙ୍କୁ ଭେଟିଥିଲେ। ସୁରିନ୍ଦର ହିଁ ପ୍ରଥମେ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିପାରିଥିଲେ। ଏହା ପରେ ଅମର ତାଙ୍କ ସହିତ କାମ କରିବା ଆରମ୍ଭ କରିଥିଲେ।

Advertisment

publive-image

ପ୍ରଥମେ ସେ ସୁରିନ୍ଦରଙ୍କ ପାଇଁ ଗୀତ ଲେଖୁଥିଲେ। ପରେ ଧୀରେ ଧୀରେ ସେ ଶୋ’ରେ ଗୀତ ଗାଇବା ଆରମ୍ଭ କରିଦେଲେ। ଲୋକମାନେ ତାଙ୍କ ଗୀତକୁ ପସନ୍ଦ କରିବା ଆରମ୍ଭ କରିବା ସହ ତାଙ୍କର ଲୋକପ୍ରିୟତା ବଢ଼ିଥିଲା।

ଅମର ସିଂହ ତାଙ୍କ ନାଁ ପଛରେ ନିଜେ ହିଁ ‘ଚମ୍‌କିଲା’ ଶବ୍ଦର ବ୍ୟବହାର କରିଥିଲେ। ଏହା ପରେ ସେ ବାହା ହୋଇଥିଲେ।

publive-image

୧୯୮୩ ମସିହା ୨୩ ମେ’ରେ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ବିବାହ ପରେ ତାଙ୍କ କ୍ୟାରିୟର୍‌ ଆହୁରି ଚମକି ଉଠିଥିଲା। ଲୋକେ ତାଙ୍କୁ ଷ୍ଟେଜ୍‌ ଶୋ’ କରିବାକୁ ଡାକୁଥିଲେ। ସେତେବେଳେ ସେ ପ୍ରତି ଷ୍ଟେଜ୍‌ ଶୋ’ ପାଇଁ ୪ହଜାର ଟଙ୍କା ନେଉଥିଲେ।

୧୯୮୫ ମସିହାରେ ସେ ଏକ ଭଜନ ରେକର୍ଡ କରିଥିଲେ, ଯାହା ବହୁତ ଲୋକପ୍ରିୟ ହୋଇଥିଲା। ଏହି ଗୀତରୁ ସେ ଯାହା ରୋଜଗାର କରିଥିଲେ, ତାକୁ ଦାନ କରି ଦେଇଥିଲେ।

ଗୁଲ୍‌ଜାର୍‌ ସିଂହ ଶୌଙ୍କି ‘ଆୱାଜ୍‌ ମରଦି ନହିଁ’ ନାଁରେ ଏକ ପୁସ୍ତକ ଲେଖିଛନ୍ତି। ଏହା ହେଉଛି ଅମର ସିଂହଙ୍କ ବାୟୋଗ୍ରାଫି ବା ତାଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ। ଏଥିରେ ଲେଖାହୋଇଛି ଯେ ସେ ୩୬୫ ଦିନରେ ସେ ୩୬୬ଟି ଷ୍ଟେଜ୍‌ ଶୋ’ କରିଥିଲେ। ଲେଖକ ଗବେଷଣା କରି ଏହି ତଥ୍ୟ ହାସଲ କରିଥିଲେ।

publive-image

୧୯୮୮ ମସିହାରେ ଏକ ଷ୍ଟେଜ୍‌ ଶୋ’ କରିବାକୁ ଯାଉଥିବା ବେଳେ ଦୁଇଜଣ ବାଇକ୍‌ ଆରୋହୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେତେବେଳେ ତାଙ୍କ ସହ ତାଙ୍କ ଦ୍ୱିତୀୟ ପତ୍ନୀ ଅମରଜୋତ ବି ଥିଲେ। ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲେ, ତାହା ଆଜି ଯାଏ ମଧ୍ୟ ଜଣା ପଡ଼ିନାହିଁ।