ଆଜି ବିବାହ କରିବେ ବେବି ଡଲ୍‌, ସରିଲା ମେହେନ୍ଦୀ

ମୁମ୍ବାଇ:ଆଜି ପଡ଼ିବ ହାତ ଗଣ୍ଠି। ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ ଫେମ୍‌ କନିକା କପୁର। ଲଣ୍ଡନରେ ସରିଛି କନିକାଙ୍କ ହଳଦୀ ଓ ମେହେନ୍ଦୀ ସେରିମନି। ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କ ସହ ବିବାହ କରିବାକୁ ଯାଉଛନ୍ତି ୪୩ ବର୍ଷୀୟା କନିକା। ଗୌତମ ଜଣେ ଏନଆରଆଇ ବିଜନେସମ୍ୟାନ। ପୂର୍ବରୁ କନିକା  ରାଜ ଚନ୍ଦୋକ ନାମକ ଏନଆରଆଇ ବିଜନେସମ୍ୟାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏହା କନିକାଙ୍କ ଦ୍ୱିତୀୟ ବିବାହ । […]

kanika

Niharika Rout
  • Published: Friday, 20 May 2022
  • , Updated: 20 May 2022, 02:37 PM IST

ମୁମ୍ବାଇ:ଆଜି ପଡ଼ିବ ହାତ ଗଣ୍ଠି। ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ ଫେମ୍‌ କନିକା କପୁର। ଲଣ୍ଡନରେ ସରିଛି କନିକାଙ୍କ ହଳଦୀ ଓ ମେହେନ୍ଦୀ ସେରିମନି। ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ଗୌତମଙ୍କ ସହ ବିବାହ କରିବାକୁ ଯାଉଛନ୍ତି ୪୩ ବର୍ଷୀୟା କନିକା। ଗୌତମ ଜଣେ ଏନଆରଆଇ ବିଜନେସମ୍ୟାନ। ପୂର୍ବରୁ କନିକା  ରାଜ ଚନ୍ଦୋକ ନାମକ ଏନଆରଆଇ ବିଜନେସମ୍ୟାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏହା କନିକାଙ୍କ ଦ୍ୱିତୀୟ ବିବାହ ।

[caption id="attachment_735572" align="aligncenter" width="650"] ମଙ୍ଗେତର ଗୌତମଙ୍କ ସହ କନିକା ।[/caption]

ମେହେନ୍ଦୀ ସେରିମନିରେ କନିକା ନିଜ ଲୁକ୍‌କୁ ସିମ୍ପଲ ରଖିଥିବା ବେଳେ ଖୁବ୍‌ ସୁନ୍ଦର ଲାଗୁଥିଲେ। ଏହି ଫଙ୍କସନ୍‌ ନିମନ୍ତେ କନିକା ଏକ ଲାଇଟ୍‌ ଗ୍ରୀନ କଲର ଲେହଙ୍ଗା ବାଛିଥିବା ବେଳେ ତାହାକୁ ମ୍ୟାଚ କରି  ଚୋକର ନେକପିସ୍‌, ଚୁଡ଼ି, ଫ୍ଲାୱାର ଜୁଏଲାରୀ ପିନ୍ଧିଥିଲେ। କନିକାଙ୍କୁ ମ୍ୟାଚ କରି କ୍ରୀମ କଲରର କୁର୍ତ୍ତା, ପାଇଜାମାରେ ଗୌତମ ବି ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିଲେ। ମ୍ୟାଚିଙ୍ଗ ଆଉଟଫିଟ୍‌ରେ ଏହି ଯୋଡ଼ି ସୁପରହିଟ୍‌ ଲାଗୁଥିଲେ।

[caption id="attachment_735569" align="aligncenter" width="650"] ନିଜ ମଙ୍ଗେତର ଗୌତମଙ୍କ ସହ କନିକ ।[/caption]

ନିଜ ମେହେନ୍ଦୀ ସେରିମନିରେ କନିକା ଓ ତାଙ୍କ ଭାବୀ ସ୍ୱାମୀ ଗୌତମ ମନଭରି ଡ୍ୟାନ୍ସ କରିବା ସହ ପରସ୍ପରକୁ ବୁକେ ଦେଇ ପ୍ରେମର ପରିପ୍ରକାଶ କରିଥିଲେ।  କନିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ସେରିମନି ଫଟୋ ଶେଆର କରିବା ସହ କ୍ୟାପସନରେ ଜୀ, ଆଇ ଲଭ ୟୁ.. ବୋଲି ଲେଖିଛନ୍ତି। ଏହି ସମସ୍ତ ଫଟୋ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

[caption id="attachment_735574" align="aligncenter" width="650"] ନିଜ ମଙ୍ଗେତର ଗୌତମଙ୍କ ସହ କନିକ ।[/caption]

ମାତ୍ର ୧୮ ବର୍ଷର ଥିବା ବେଳେ କନିକା ରାଜ ଚୌନ୍ଦକ ନାମକ ଏନଆରଆଇ ବିଜନେସମ୍ୟାନଙ୍କୁ ପ୍ରଥମ ବିବାହ କରିଥିଲେ । ୨୦୧୨ ମସିହା ପର୍ଯ୍ୟନ୍ତ ସେ ପ୍ରଥମ ସ୍ୱାମୀଙ୍କ ସହ ରହିଥିବା ବେଳେ ଉଭୟଙ୍କର ୩ଟି ସନ୍ତାନ ଅଛନ୍ତି। ଏହାପରେ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା। ବିଚ୍ଛେଦ ପରେ କନିକା ମୁମ୍ବାଇ ଆସି ମ୍ୟୁଜିକ୍‌ରେ କ୍ୟାରିଅର ଆରମ୍ଭ କରି ବେଶ୍‌ ସଫଳତା ପାଇଥିଲେ।

[caption id="attachment_735571" align="aligncenter" width="650"] ନିଜ ମଙ୍ଗେତର ଗୌତମଙ୍କ ସହ କନିକ ।[/caption]

ପ୍ରଫେସନାଲ ଲାଇଫ୍‌ରେ ସଫଳ ହେବା ପରେ ପୁଣି ଥରେ ନିଜ ଘର ବସାଇବାକୁ ମନ ବଳାଇଥିବା କନିକାଙ୍କୁ ମିଳିଗଲେ ଗୌତମ। ଉଭୟ କନିକା ଓ ଗୌତମ ପ୍ରାୟ ବର୍ଷେ କାଳ ଡେଟିଂ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଆଜି ସାତ ଦରିଆ ପାରି ଲଣ୍ଡନରେ ପରିବାର ସଦସ୍ୟଙ୍କ ଗହଣରେ ଉଭୟ ସାଜିବେ ପତିପତ୍ନୀ। କନିକାଙ୍କୁ ବଧୂ ବେଶରେ ଦେଖିବାକୁ ତାଙ୍କ ଫ୍ୟାନ୍ସ ଖୁବ୍‌ ଏକ୍ସାଇଡେଟ ଅଛନ୍ତି।

Related story