Advertisment

ଷଷ୍ଠ ଶ୍ରେଣୀ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ କେକେ

ମୁମ୍ବାଇ: ଦୀର୍ଘ ୨ ଦଶନ୍ଧି ଧରି ବଲିଉଡର ଆଗ ଧାଡ଼ିର ସିଙ୍ଗରର ପରିଚୟ ପାଇଥିବା କେକେ ନିଜ ପର୍ସନାଲ ଲାଇଫକୁ କିନ୍ତୁ ମିଡିଆଠାରୁ ଦୂରେଇ ରଖିଥିଲେ। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିବା କେକେଙ୍କ ପାଇଁ ପ୍ରେରଣ ସାଜିଥିଲେ ତାଙ୍କ ପତ୍ନୀ ଜ୍ୟୋତି । କେକେ ବାସ୍ତବରେ ଥିଲେ ୱାନ ଓମ୍ୟାନ ମ୍ୟାନ ।  ପତ୍ନୀ ଜ୍ୟୋତି ଓ ୨ ପିଲାଙ୍କୁ ନେଇ କେକେଙ୍କର ବେଶ୍‌ ହସଖୁସିର ସଂସାର ଥିବା ବେଳେ ଏବେ ତାହା […]

ଅଦ୍ୟତନ ହୋଇଛି
ଷଷ୍ଠ ଶ୍ରେଣୀ ବାନ୍ଧବୀଙ୍କୁ ଜୀବନସାଥୀ କରିଥିଲେ କେକେ

kk-with-wife

Advertisment

ମୁମ୍ବାଇ: ଦୀର୍ଘ ୨ ଦଶନ୍ଧି ଧରି ବଲିଉଡର ଆଗ ଧାଡ଼ିର ସିଙ୍ଗରର ପରିଚୟ ପାଇଥିବା କେକେ ନିଜ ପର୍ସନାଲ ଲାଇଫକୁ କିନ୍ତୁ ମିଡିଆଠାରୁ ଦୂରେଇ ରଖିଥିଲେ। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥିବା କେକେଙ୍କ ପାଇଁ ପ୍ରେରଣ ସାଜିଥିଲେ ତାଙ୍କ ପତ୍ନୀ ଜ୍ୟୋତି । କେକେ ବାସ୍ତବରେ ଥିଲେ ୱାନ ଓମ୍ୟାନ ମ୍ୟାନ ।  ପତ୍ନୀ ଜ୍ୟୋତି ଓ ୨ ପିଲାଙ୍କୁ ନେଇ କେକେଙ୍କର ବେଶ୍‌ ହସଖୁସିର ସଂସାର ଥିବା ବେଳେ ଏବେ ତାହା ଭାଙ୍ଗି ଚୁରମାର ହୋଇଯାଇଛି।

Advertisment

ବେଶ୍‌ ଲାଜକୁରା ସ୍ୱଭାବର ଥିବା କେକେ ନିଜ ଜୀବନରେ କେବଳ ଗୋଟିଏ ହିଁ ଝିଅକୁ ଭଲ ପାଇଥିଲେ। ଆଉ ସେ ହେଉଛନ୍ତି ଜ୍ୟୋତି । ଜ୍ୟୋତି ତାଙ୍କ ପିଲା ଦିନର ସାଙ୍ଗ । ଯାହାକୁ ଆରମ୍ଭରୁ ଭଲ ପାଇଥିଲେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ କେକେ।

[caption id="attachment_738196" align="aligncenter" width="650"]kk-family ପରିବାର ସହ କେକେ ।[/caption]

Advertisment

ଏକଦା କପିଲ ଶର୍ମା ଶୋ’ରେ ଯୋଗ ଦେଇ କେକେ ନିଜ ପର୍ସନାଲ ଲାଇଫ୍‌ ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ସେ କହିଥିଲେ, ମୁଁ ବହୁତ ଲାଜକୁରା ଥିବା ବେଳେ ନିଜ ପତ୍ନୀଙ୍କୁ ଠିକ୍‌ ଭାବେ ଡେଟ ମଧ୍ୟ କରିପାରି ନ ଥିଲି। ଏହି କଥାରେ ଏବେ ପିଲାମାନେ ମୋତେ କମେଣ୍ଟ ମାରୁଥିବା କହିଥିଲେ କେକେ । ଯାହା ଶୁଣି ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ମଞ୍ଚ ।

ଉଭୟ କେକେ ଓ ଜ୍ୟୋତି ପିଲା ଦିନର ସାଙ୍ଗ ଥିଲେ। ମାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ କେକେ ଜ୍ୟୋତିଙ୍କୁ ମନ ଦେଇଦେଇଥିଲେ। ଏହାପରେ ଉଭୟଙ୍କ ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିବା ପରେ ୧୯୯୧ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପୂର୍ବରୁ କେକେଙ୍କ ନିକଟରେ ନିଜର କିଛି ରୋଜଗାର ପନ୍ଥା ନ ଥିବା ବେଳେ ସେ ବିଭିନ୍ନ ଆଡ଼େ ଚାକିରି ଖୋଜୁଥିଲେ।  ଏହାପରେ ସେ ଏକ  କମ୍ପାନୀରେ ସେଲସମ୍ୟାନ ଭାବେ  ଚାକିରି କରିଥିଲେ।  ଚାକିରି କରିବା ପରେ ହିଁ ସେ ଜ୍ୟୋତିଙ୍କୁ ବିବାହ କରିଥିଲେ । କିନ୍ତୁ ମାତ୍ର ୬ ମାସରେ ସେ ଚାକିରି ଯୋଗୁ  ଅତିଷ୍ଠ ହୋଇ ଛାଡ଼ିଦେଲେ। ଏହାପରେ ସେ ସଙ୍ଗୀତକୁ ନିଜ କ୍ୟାରିଅର ଭାବେ ବାଛି ନେଇ ଆଉ ପଛକୁ ଫେରି ନାହାନ୍ତି। ଏହି ସମୟରେ ତାଙ୍କ ପତ୍ନୀ ଓ ପିତା ତାଙ୍କୁ ଖୁବ୍‌ ସପୋର୍ଟ କରିଥିବା କହିଥିଲେ କେକେ ।

[caption id="attachment_738198" align="aligncenter" width="650"]kk-with-wife ପତ୍ନୀଙ୍କ ସହ କେକେ ।[/caption]

ଏଥିନିମନ୍ତେ ପ୍ରଥମେ ପ୍ରଥମେ ବେଶ୍‌ ସଂଘର୍ଷ କରିଥିବା କେକେ ନିଜ ପାଇଁ ସ୍ୱଳ୍ପ ଟଙ୍କାରେ ଏକ କିବୋର୍ଡ କିଣିଥିଲେ । ଏହାପରେ ସେ ନିଜ ସାଙ୍ଗ ଶିବାନୀ କଶ୍ୟପ ଓ ସୈବଲ ବସୁଙ୍କ ସହ ମିଶି ଜିଙ୍ଗଲ୍ସ କରିବା ଆରମ୍ଭ କଲେ। ଏଥିପାଇଁ ସେ ମୁମ୍ବାଇ ଚାଲି ଆସିଥିଲେ। ମୁମ୍ବାଇରେ ସେ ମ୍ୟୁଜିକ୍‌ରେ ନିଜ ଭାଗ୍ୟ ପରୀକ୍ଷା କରୁ କରୁ କେବେଯେ ସେ ନିଜେ ଚମକିଗଲେ, ତାହାର ହିସାବ କାହା ପାଖରେ ନାହିଁ ।

Singer KK Passes Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe