Advertisment

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

କୋଲକାତା: ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ୍‌ ସିଙ୍ଗର କୁମାର ସାନୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡ଼ିଛି। ତାଙ୍କ ପୁଅ ଜାନ ବିଗବସ୍‌ ୧୪ର ପ୍ରତିଯୋଗୀ ରହିଛନ୍ତି। ଏହି କାରଣରୁ ବେଶ କିଛି ଦିନ ହେଲା କୁମାର ସାନୁ ଚର୍ଚ୍ଚାରେ ରହିଥିଲେ। କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ୍‌ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ “ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। […]

ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

sd

Advertisment

କୋଲକାତା: ବଲିଉଡର ଲୋକପ୍ରିୟ ପ୍ଲେ ବ୍ୟାକ୍‌ ସିଙ୍ଗର କୁମାର ସାନୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡ଼ିଛି। ତାଙ୍କ ପୁଅ ଜାନ ବିଗବସ୍‌ ୧୪ର ପ୍ରତିଯୋଗୀ ରହିଛନ୍ତି। ଏହି କାରଣରୁ ବେଶ କିଛି ଦିନ ହେଲା କୁମାର ସାନୁ ଚର୍ଚ୍ଚାରେ ରହିଥିଲେ।

Advertisment

କୁମାର ସାନୁଙ୍କୁ କରୋନା ହୋଇଥିବା ତାଙ୍କ ଟିମ୍‌ ଫେସବୁକରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ “ଦୁର୍ଭାଗ୍ୟବଶତଃ ସାନୁଦାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ ଟିମ୍‌ କେଏସ୍‌।”

ଅକ୍ଟୋବର ୧୪ରେ କୁମାର ସାନୁ ଲସ ଆଞ୍ଜେଲ ଯିବାର ଥିଲା। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ରହୁଛନ୍ତି। ହେଲେ କରୋନା ଯୋଗୁ ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ କରାଯାଇଛି। କୁମାର ସାନୁ କରୋନାରେ ଆକ୍ରାନ୍ତ ହେବା ପରେ ବିଏମସି ତାଙ୍କ ବାସଭବନକୁ ସିଲ କରି ସାନିଟାଇଜ କରିଛି। ଏଥିସହ କୁମାର ସାନୁଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe