Advertisment

ଭଉଣୀ ବାହାଘରରେ ଖୋଲିଥିଲା ଭାଗ୍ୟ

ମୁମ୍ବାଇ: ଆଜି ବଲିଉଡ୍‌ର ଲୋକପ୍ରିୟ ଗାୟକ ମୁକେଶଙ୍କ ଜନ୍ମଦିନ। ତାଙ୍କ ପୂରା ନାଁ ଥିଲା- ମୁକେଶ ଚନ୍ଦ୍ର ମାଥୁର। ହେଲେ ସେ ମୁକେଶ ନାଁରେ ପରିଚିତ ଥିଲେ।  ୧୯୨୩ ମସିହାରେ ଜନ୍ମ ହୋଇଥିବା ମୁକେଶ ୧୯୪୦ରୁ ୧୯୭୬ ମସିହା ପର୍ଯ୍ୟନ୍ତ ବଲିଉଡ୍‌ରେ ସକ୍ରିୟ ଥିଲେ। ୧୯୭୬ରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ସମୟରେ ଆଉ ଦୁଇ ପ୍ରସିଦ୍ଧ ଗାୟକ ମହମ୍ମଦ ରଫି ଓ କିଶୋର କୁମାର ବି ବଲିଉଡ୍‌ରେ ଖୁବ୍ ପ୍ରସିଦ୍ଧ ଥିଲେ। ମୁକେଶ, କିଶୋର ଏବଂ […]

author-image
Rosalin Rath
ଅଦ୍ୟତନ ହୋଇଛି
ଭଉଣୀ ବାହାଘରରେ ଖୋଲିଥିଲା ଭାଗ୍ୟ

m11

ମୁମ୍ବାଇ: ଆଜି ବଲିଉଡ୍‌ର ଲୋକପ୍ରିୟ ଗାୟକ ମୁକେଶଙ୍କ ଜନ୍ମଦିନ। ତାଙ୍କ ପୂରା ନାଁ ଥିଲା- ମୁକେଶ ଚନ୍ଦ୍ର ମାଥୁର। ହେଲେ ସେ ମୁକେଶ ନାଁରେ ପରିଚିତ ଥିଲେ।  ୧୯୨୩ ମସିହାରେ ଜନ୍ମ ହୋଇଥିବା ମୁକେଶ ୧୯୪୦ରୁ ୧୯୭୬ ମସିହା ପର୍ଯ୍ୟନ୍ତ ବଲିଉଡ୍‌ରେ ସକ୍ରିୟ ଥିଲେ। ୧୯୭୬ରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ସମୟରେ ଆଉ ଦୁଇ ପ୍ରସିଦ୍ଧ ଗାୟକ ମହମ୍ମଦ ରଫି ଓ କିଶୋର କୁମାର ବି ବଲିଉଡ୍‌ରେ ଖୁବ୍ ପ୍ରସିଦ୍ଧ ଥିଲେ। ମୁକେଶ, କିଶୋର ଏବଂ ରଫିଙ୍କୁ ତ୍ରିମୂର୍ତ୍ତି ବୋଲି କୁହାଯାଉଥିଲା।

Advertisment

publive-image

ଆଜି ମୁକେଶଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ କିଛି ଜଣେଅଜଣା କଥା ଜାଣନ୍ତୁ। 

- ମୁକେଶଙ୍କ ବଡ଼ ଭଉଣୀ ଗୀତ ଶିଖୁଥିଲେ। ଆଉ ସେହି ଗୀତକୁ ମୁକେଶ ମନ ଦେଇ ଶୁଣୁଥିଲେ। ଭଉଣୀ ବାହାଘରରେ ସେ ଗୀତ ଗାଇଥିଲେ। ସେହି ସମୟରେ ମୁକେଶଙ୍କ ଦୂର ସମ୍ପର୍କୀୟ ତଥା ଅଭିନେତା ମୋତିଲାଲ୍‌ ବି ସେଠାରେ ଉପସ୍ଥିତ ଥିଲେ। ମୁକେଶଙ୍କ ସ୍ୱରରେ ସେ ଏତେ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ। ସେ ମୁକେଶଙ୍କ ପାଇଁ ଗୀତ ଶିଖିବାର ବ୍ୟବସ୍ଥା ବି କରାଇ ଦେଇଥିଲେ।

- ଏହା ପରେ ମୁକେଶଙ୍କ ଭାଗ୍ୟ ଖୋଲିଥିଲା। ଧୀରେ ଧୀରେ ସେ ସଫଳତା ଆଡ଼କୁ ଅଗ୍ରସର ହୋଇଥିଲେ। ମୁକେଶଙ୍କ ସଫଳତା ପଛରେ ଅଭିନେତା ମୋତିଲାଲ୍‌ଙ୍କ ବିଶେଷ ଅବଦାନ ରହିଛି। ସେ ଗାଇଥିବା ‘କହିଁ ଦୂର ଜବ୍ ଦିନ୍‌ ଢଲ୍‌ ଯାଏ’, ‘କିଶି କି ମୁସ୍‌କୁରାହଟୋଁ ପେ ହୋ ନିଶାର’ , ‘ସାଜନ୍‌' ରେ ଝୁଟ୍‌ ମତ୍‌ ବୋଲୋ’ ଓ ମେରା ଜୁତା ହୈ ଜାପାନି’ ଇତ୍ୟାଦି ଗୀତ ଏବେ ବି ଖୁବ୍‌ ଲୋକପ୍ରିୟ ହୋଇ ରହିଛି।

Advertisment

publive-image

- ମୁକେଶ ଅଭିନେତା ରାଜ୍‌ କପୁର୍‌ଙ୍କ ଫିଲ୍ମରେ ଏତେ ଗୀତ ଗାଇ ଥିଲେ ଯେ, ତାଙ୍କୁ ରାଜ୍‌ କପୁର୍‌ଙ୍କ ସ୍ୱର ବୋଲି ବି କୁହାଯାଉଥିଲା। ମୁକେଶଙ୍କ ଦେହାନ୍ତ ଖବର ରାଜ୍ କପୁର୍‌ଙ୍କ ପାଟିରୁ କିଛି ବାହାରି ନଥିଲା। ସେ ପୂରା ସ୍ତବ୍ଧ ହୋଇଯାଇଥିଲେ। ତାଙ୍କୁ ଏପରି ଲାଗିଥିଲା, ଯେମିତି କେହି ତାଙ୍କ ଠାରୁ ତାଙ୍କ ଜୀବନ ଛଡ଼େଇ ନେଇଛି। ଏକ ସାକ୍ଷାତକାରରେ ରାଜ୍‌ କପୁର୍‌ କହିଥିଲେ,“ମୁକେଶ କେବଳ ଚାଲି ଯାଇ ନାହାନ୍ତି, ସେ ଯିବା ପରେ ମୋ ସ୍ୱର ଏବଂ ଆତ୍ମା ବି ଚାଲିଯାଇଛି।”

- ରାଜ୍‌ କପୁର୍‌ଙ୍କ ଫିଲ୍ମ ‘ସତ୍ୟମ୍‌ ଶିବମ୍ ସୁନ୍ଦରମ୍‌’ର ଏକ ଗୀତ ରେକର୍ଡ କଲା ପରେ ମୁକେଶ ଆମେରିକାରେ ଏକ ପ୍ରୋଗ୍ରାମ୍‌ରେ ଗୀତ ଗାଇବା ପାଇଁ ଯାଇଥିଲେ। ସେଠାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଦିନ ଥିଲା ୧୯୭୬ ମସିହା ଅଗଷ୍ଟ ୨୭ ତାରିଖ, ଯେଉଁଦିନ ବଲିଉଡ୍‌ ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ହରାଇଥିଲା।

ଆଜି ମୁକେଶ ଆମ ସହ ନାହାନ୍ତି। ହେଲେ ତାଙ୍କ ଗୀତ ଆଜି ବି କୋଟି କୋଟି ଲୋକ ଗୁଣୁଗୁଣାନ୍ତି।