Advertisment

ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର

ପମି ମିଶ୍ର କହିଛନ୍ତି, ମୋ’ କଣ୍ଠ ସ୍ୱରରେ ନିର୍ମାଣ ହୋଇଥିବା ଗୋଟିଏ ଗୀତକୁ ପ୍ରସନ୍ନ ଉପାଧ୍ୟାୟ ଓ ତାଙ୍କ ସ୍ତ୍ରୀ ପ୍ରତିଭା ଦାସ/ଉପାଧ୍ୟାୟ ତାଙ୍କର ବୋଲି ଦାବି କହୁଛନ୍ତି। ସେହି ଗୀତକୁ ପ୍ରତିଭା ଗାଇଛନ୍ତି ବୋଲି ଦାବି କରୁଛନ୍ତି।

ଅଦ୍ୟତନ ହୋଇଛି
Pami Mishra

Pami Mishra

Advertisment

ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର।। ନିଜର ୧୪ ବର୍ଷ ତଳର ଗୀତ ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏକ ପ୍ରଯୋଜକ ସଂସ୍ଥା ପମିଙ୍କ ସେହି ଲୋକପ୍ରିୟ ଗୀତକୁ ନିଜର ବୋଲି ଦାବି କରୁଛନ୍ତି। ଆଉ ପ୍ରମାଣ ମାଗୁଛନ୍ତି। ତେଣୁ ପମି ମିଶ୍ର ସାଇ ସାଗର କ୍ରିଏସନ୍‌ ଓ ପବିତ୍ର ଏଣ୍ଟରଟେନ୍‌ମେଣ୍ଟ ନାଁରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।

Advertisment

ସାଇବର ଥାନାରେ ଅଭିଯୋଗ କରିବା ପରେ  କଣ୍ଠଶିଳ୍ପୀ ପମି ମିଶ୍ର କହିଛନ୍ତି, ମୋ’ କଣ୍ଠ ସ୍ୱରରେ ନିର୍ମାଣ ହୋଇଥିବା ଗୋଟିଏ ଗୀତକୁ ପ୍ରସନ୍ନ ଉପାଧ୍ୟାୟ ଓ ତାଙ୍କ ସ୍ତ୍ରୀ ପ୍ରତିଭା ଦାସ/ଉପାଧ୍ୟାୟ ତାଙ୍କର ବୋଲି ଦାବି କହୁଛନ୍ତି। ସେହି ଗୀତକୁ ପ୍ରତିଭା ଗାଇଛନ୍ତି ବୋଲି ଦାବି କରୁଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ମୁଁ ସେମାନଙ୍କୁ ଫୋନ୍‌ କରିଥିଲେ। ଫୋନ୍‌ ଉଠାଇଥିଲେ ପ୍ରତିଭା ଉପାଧ୍ୟାୟ। ସିଏ ଗୀତ ଗାଇଥିବା ମୋତେ କହିଥିଲେ। ତା’ପରେ ମୁଁ ତାଙ୍କୁ କହିଥିଲେ, ହ୍ୱାଟ୍ସଆପ୍‌ରେ ବିନା ମ୍ୟୁଜିକ୍‌ରେ ଲାଇଭ୍‌ରେ ସେହି ଗୀତଟିକୁ ଗାଇବା ପାଇଁ। ମାତ୍ର ସେ ଗାଇବା ପାଇଁ ରାଜି ହେଲେନି। ନାନା ବାହାନା କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାମୀ ଫୋନ୍‌ କରି ମୋ ସହିତ ଯୁକ୍ତିତର୍କ କରିଥିଲେ। ଆଉ ମୋତେ ପଚାରିଲେ, ଆପଣଙ୍କ ପାଖରେ ସେହି ଗୀତର କିଛି ପ୍ରୁଫ୍‌ ଅଛି କି? ଆପଣ କ’ଣ ଜଣେ ଭର୍ସାଟାଇଲ୍‌ ସିଙ୍ଗର? ଆପଣଙ୍କ ଜମାନା ଗଲାଣି। ଏମିତି ନାନା କଥା କହିଥିଲେ। ଏହି ଗୀତଟି ମୋ ସ୍ତ୍ରୀ ଗାଇଛନ୍ତି ଓ ମୋ ପାଖରେ ତା’ର ପ୍ରମାଣ ରହିଛି ବୋଲି ପ୍ରସନ୍ନ ଉପାଧ୍ୟାୟ କହିଥିଲେ। ଆପଣ ଯେଉଁ କୋର୍ଟକୁ ଯିବାକଥା ଯାଆନ୍ତୁ ବୋଲି କହି ମୋ ସହିତ ବହୁ ଯୁକ୍ତିତର୍କ କରିଥିଲେ। ତେଣୁ ବାଧ୍ୟ ହୋଇ କୋର୍ଟରେ ଆଶ୍ରୟ ନେଇଛି ବୋଲି ପମି ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ସେହି ଗୀତଟିକୁ ଗଗନ ରାଉତ ଲେଖିଥିଲେ ବୋଲି ଲେଖାଥିଲା। ଏହା ପରେ ମୁଁ ଗଗନ ଭାଇଙ୍କ ଘରକୁ ଫୋନ୍‌ କରିଥିଲେ। ଫୋନ୍‌ ଗଗନ ଭାଇଙ୍କ ଝିଅ ଫୋନ୍‌ ଉଠାଇଥିଲେ। ମୁଁ ତାଙ୍କଠାରୁ ଶୁଣିବାକୁ ପାଇଲି ଯେ, ୨୦୧୯ ମସିହାରେ ତାଙ୍କର(ଗଗନ ଭାଇ) ଗୋଟିଏ ଭୟଙ୍କର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ସିଏ ଆଜି ପର୍ଯ୍ୟନ୍ତ କଲମ ଧରି ପାରୁନାହାନ୍ତି। ଗୀତ ଲେଖାବା ତ ଦୂର କଥା। ଗଗନ ଭାଇଙ୍କ ଝିଅ ସେମାନଙ୍କ(ପ୍ରସନ୍ନ ଓ ପ୍ରତିଭା) ସହିତ କଥା ହୋଇଥିଲେ। ସେହି ଗୀତକୁ ପଠାଇବାକୁ କହିଥିଲେ। ହେଲେ ସେମାନେକିଛି ଶୁଣିନଥିଲେ। ଓଲଟା ନାନା ଯୁକ୍ତି କରିଥିଲେ ବୋଲି ପମି କହିଛନ୍ତି।

Advertisment
Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe