Advertisment

Singer Dies: ୧୦ ଦିନ ତଳେ ପାଳିଥିଲେ ୩୫ତମ ଜନ୍ମ ଦିନ, ହଠାତ୍‌ ଚାଲିଗଲା ସିଙ୍ଗର ଋଷଭଙ୍କ ଜୀବନ

ଋଷଭ ଟଣ୍ଡନ ୧୧ ଦିନ ତଳେ ପତ୍ନୀଙ୍କ ସହ କଡୱା ଚୌଥ ପାଳନ କରୁଥିବାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହା ସୋଶାଲ ମିଡିଆରେ ତାଙ୍କର ଶେଷ ପୋଷ୍ଟ ଥିଲା। ସେହିପରି ୧୦ ଦିନ ତଳେ ସେ ନିଜର ୩୫ ତମ ଜନ୍ମ ଦିନ ପତ୍ନୀଙ୍କ ସହ ମନାଇଥିଲେ।

author-image
Hemant Lenka
Singer

ଋଷଭ ଟଣ୍ଡନ (ଫାଇଲ ଫଟୋ)

ଆଉ ନାହାନ୍ତି କଣ୍ଠଶିଳ୍ପୀ ଋଷଭ ଟଣ୍ଡନ। ଷ୍ଟେଜ ନାଁ ଫକୀର ଦ୍ୱାରା ପରିଚୟ ହାସଲ କରିଥିବା ଋଷଭ ହୃଦଘାତରେ ଆଖି ବୁଜିଛନ୍ତି। ୩୫ ବର୍ଷୀୟ ଋଷଭ ଦିଲ୍ଲୀରେ ହୃଦଘାତ ଯୋଗୁ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକଙ୍କ ସୂତ୍ରରୁ ସ୍ପଷ୍ଟ କରାଯାଇଛି। 

Advertisment

ପରିବାରର ଜଣେ ସଦସ୍ୟ କହିଛନ୍ତି, “ମଙ୍ଗଳବାର ରାତିରେ ହୃଦଘାତ(Heart Attack) ଯୋଗୁ ଋଷଭଙ୍କ ଦେହାନ୍ତ ହୋଇଛି। ସେ ଅଗଷ୍ଟ ମାସରୁ ଦିଲ୍ଲୀରେ ହିଁ ରହିଥିଲେ। ତାଙ୍କ ବାପା ଅସୁସ୍ଥ ଥିବାରୁ ଋଷଭ ସେଠାରେ ରହିବାକୁ ବାଧ୍ୟ ହୋଇଥିଲେ।” 

ୟେହ ଆସିକୀ ଓ ଇଶକ ଫକୀରାନା(Entertainment) ପାଇଁ ଲୋକପ୍ରିୟତା ହାସଲ କରିଥିବା ଋଷଭ ଟଣ୍ଡନ ମୁମ୍ବାଇରେ ତାଙ୍କ ପତ୍ନୀ ତଥା ମଡେଲ ଓଲେସୟା ନେଡୋବେଗୋଭା ଟଣ୍ଡନଙ୍କ ସହ ରୁହନ୍ତି। କିନ୍ତୁ ଅଗଷ୍ଟ ମାସରୁ ବାପାଙ୍କ ଅସୁସ୍ଥତା ପାଇଁ ସେ ଦିଲ୍ଲୀରେ ରହୁଥିଲେ। ସେଠାରେ ପରିବାର ଲୋକଙ୍କ ସହ କାଟୁଥିଲେ।

Advertisment

ତେବେ ମଙ୍ଗଳବାର ରାତିରେ ସେ ହଠାତ୍‌ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ଋଷଭ ଟଣ୍ଡନ ୧୧ ଦିନ ତଳେ ପତ୍ନୀଙ୍କ ସହ କଡୱା ଚୌଥ ପାଳନ କରୁଥିବାର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହା ସୋଶାଲ ମିଡିଆରେ ତାଙ୍କର ଶେଷ ପୋଷ୍ଟ ଥିଲା। ସେହିପରି ୧୦ ଦିନ ତଳେ ସେ ନିଜର ୩୫ ତମ ଜନ୍ମ ଦିନ ପତ୍ନୀଙ୍କ ସହ ମନାଇଥିଲେ। ହେଲେ ଏବେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। 

ନିଜର ବ୍ୟକ୍ତିଗତ ଜୀବନ ପାଇଁ କିଛି ଦିନ ହେବ ଋଷଭ ଖବରର ଶିରୋନାମାରେ ରହୁଥିଲେ। ବିଶେଷ କରି ଅଭିନେତ୍ରୀ ସାରା ଖାନାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିବା ଚର୍ଚ୍ଚା ହୋଇଥିଲା। ଗୋଟିଏ ଫଟୋରେ ସାରା ଖାନ ମଥାରେ ସିନୂର ପିନ୍ଧିଥିବା ବେଳର ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା। କିନ୍ତୁ ସାରା ଖାନ ସିଧାସଳଖ ଋଷଭ ଟଣ୍ତନଙ୍କ ସହ ତାଙ୍କର କୌଣସି ପ୍ରେମ ସମ୍ପର୍କ ନଥିବା କହିଥିଲେ। 

Entertainment Heart Attack