/odisha-reporter/media/post_attachments/uploads/2019/11/satya-1.jpg)
satya-1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୈବାହିକ ଜୀବନର ଗାଡ଼ି ଠିକ୍ ଭାବେ ଗଡ଼ି ଚାଲେ, ଯେତେବେଳେ ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ ଓ ବୁଝାମଣା ଠିକ୍ ଥାଏ। ଆଉ ଏହି ଗାଡ଼ିର ୨ଟି ଚକ ପାଲଟିଥାନ୍ତି ସ୍ୱାମୀସ୍ତ୍ରୀ। ସେମାନେ ସ୍ନେହରେ ପରସ୍ପରର କିଛି ଭିନ୍ନ ନାଁ ଦେଇଥାନ୍ତି। ଏହା ମଧ୍ୟରେ ଗୋଟେ ଆପଣାପଣ ରହିଥାଏ। ସାଧାରଣ ଲୋକଙ୍କ ପରି ସେଲିବ୍ରେଟି ମଧ୍ୟ ଏଥିରୁ ବାଦ ପଡ଼ି ପାରନ୍ତି ନାହିଁ। ଯେମିତି ଗାୟକ ସତ୍ୟଜିତ୍। ସ୍ନେହରେ ସେ ତାଙ୍କ ସ୍ତ୍ରୀ ରଶ୍ମୀଙ୍କୁ ‘ଧନ’ ନହେଲେ, ‘ଡୁଡୁଲୁ’ ବୋଲି ଡାକନ୍ତି। ସ୍ତ୍ରୀ ମଧ୍ୟ ତାଙ୍କୁ ସ୍ନେହରେ ‘ଗୁଡୁଲୁ’ ବୋଲି ଡାକନ୍ତି।
ଦୁଇ ବର୍ଷ ହେବ ବିବାହ କରିଛନ୍ତି ସତ୍ୟଜିତ୍। ଅନେକ ଦିନର ପ୍ରେମ ସମ୍ପର୍କ ପରେ ଶେଷରେ ସେ ରଶ୍ମୀଙ୍କୁ ବିବାହ କରିଥିଲେ। ରଶ୍ମୀଙ୍କୁ ସତ୍ୟଜିତ୍ଙ୍କ ଗୀତ ଗୁଡିକ ଖୁବ୍ ପସନ୍ଦ ଆସେ ।
ଯେତେବେଳେ ସେ ଟିକେ ସମୟ ପାଆନ୍ତି ସତ୍ୟଜିତ୍ଙ୍କୁ ‘ମେରି କମ୍’ ଫିଲ୍ମର ମିଲାହୁଁ ଜବ୍ ୟେ ତୁମ୍କୋ ଗୀତ ଗାଇବାକୁ କୁହନ୍ତି। ରଶ୍ମୀଙ୍କୁ ଖାସ୍ କରି ରୋମାଣ୍ଟିକ୍ ଗୀତ ପସନ୍ଦ ଆସେ। ସତ୍ୟଜିତ୍ ମଧ୍ୟ ସ୍ତ୍ରୀଙ୍କ ଏହି ଡିମାଣ୍ଡ ପୂରଣ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଘରେ ଯେତେବେଳେ ଅବସର ସମୟ ମିଳେ ସତ୍ୟଜିତ୍ ତାଙ୍କୁ ଗୀତ ଗାଇ ଶୁଣାଇବାକୁ ପସନ୍ଦ କରନ୍ତି।
ସୂଚନାଯୋଗ୍ୟ, ସତ୍ୟଜିତ୍ ‘ପାର୍ଟି ହୋଲ୍ ନାଇଟ୍’, ‘ଚୁମ୍ମା ଚୁମ୍ମା’, ‘ତୋ ଦେହର ବାସ୍ନା’, ‘ଓ ପ୍ରିୟା’, ‘ନଗେଇ ଦେ ଦାଗ’, ‘ହଲ୍ଚଲ୍ ମନ’ ଆଦି ଗୀତ ଗାଇ ଓଲିଉଡ୍ର ଆଗ ଧାଡ଼ିର ଗାୟକ ପାଲଟି ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
