Advertisment

ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ କହି ପୁଣି ଚର୍ଚ୍ଚାରେ ସୋନା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍‌ ଅଜବ୍‌ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଟ୍ୱିଟ୍‌ରେ […]

author-image
Rosalin Rath
ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ କହି ପୁଣି ଚର୍ଚ୍ଚାରେ ସୋନା

11

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍‌ ଅଜବ୍‌ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ସେ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଆପଣ ସେହି ଫିଲ୍ମର ସୁପରଷ୍ଟାର୍‌କୁ କ’ଣ କହିବେ, ଯିଏ ଗୋଟେ ସପ୍ତାହରେ ମଧ୍ୟ ଭଲ ରିପୋର୍ଟ ଦେବାରେ ଅସଫଳ ହୋଇଛି। ଫିଲ୍ମର ବହୁତ ପ୍ରମୋସନ୍‌ ମଧ୍ୟ ହୋଇଥିଲା। ପ୍ରିୟ ଭାରତବାସୀ ଏପରି ଜଣେ ପେପର୍‌ ଟାଇଗର୍‌କୁ ପୂଜା କରିବା ବନ୍ଦ କରନ୍ତୁ’।

https://twitter.com/sonamohapatra/status/1139829498675752965

ଏହି ଟ୍ୱିଟ୍‌ କରି ସୋନା ବହୁତ ଟ୍ରଲ୍‌ ହୋଇଛନ୍ତି। ଜଣେ ସୋଶାଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରଲ୍‌ କରି ଲେଖିଛନ୍ତି ଯେ, ଅଜବ୍ ଅଜବ୍‌ ଗୀତ ଗାଇ ଆପଣ ଫ୍ରେମ୍‌କୁ ଆସିଛନ୍ତି। ସଲ୍‌ମାନ୍‌ଙ୍କୁ ଟ୍ୱିଟ୍‌ କରି ଆପଣ ଯେଉଁଭଳି ଭାବରେ ତାଙ୍କ ଭୁଲ୍‌ ବାହାର କରିବାକୁ ଚେଷ୍ଟା କରୁଛନ୍ତି, ଟିଆର୍‌ପିରେ ରହିବାକୁ ଚାହୁଁଛନ୍ତି,  ଏହା ବହୁତ ନିନ୍ଦନୀୟ କାମ।

Advertisment

https://twitter.com/sonamohapatra/status/1139829498675752965

ଏଠାରେ ଆପଣଙ୍କୁ କହିରଖିବାକୁ ଯେ ପୂର୍ବରୁ ପ୍ରିୟଙ୍କା ତାଙ୍କ ବାହାଘର ପାଇଁ ସଲ୍‌ମାନ୍‌ଙ୍କ ଫିଲ୍ମ ‘ଭାରତ’ ଛାଡ଼ି ଦେଇଥିଲେ। ଏହି କଥା ସଲ୍‌ମାନ୍‌ଙ୍କୁ ପସନ୍ଦ ଆସି ନଥିଲା। ସେ ପ୍ରିୟଙ୍କାଙ୍କ ବିଷୟରେ  ବିଭିନ୍ନ ନକରାତ୍ମକ ଟିପ୍ପଣୀ ଦେଇ ଆସିଥିଲେ। ଏହି ବିଷୟ ସୋନାଙ୍କୁ ପସନ୍ଦ ନ ଆସିବାରୁ ସେ ପ୍ରିୟଙ୍କାଙ୍କୁ ସମର୍ଥନ କରି ସଲ୍‌ମାନ୍‌ଙ୍କୁ ଟାର୍ଗେଟ୍‌ କରିଥିଲେ।

https://twitter.com/sonamohapatra/status/1139829498675752965

ସେ ଟ୍ୱିଟ୍‌ କରି ସଲ୍‌ମାନ୍‌ଙ୍କୁ ‘ବିଷାକ୍ତ ପୁରୁଷର ପରାମର୍ଶଦାତା’ ବୋଲି କହିଥିଲେ। ଏହା ପରେ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ ସୋନାଙ୍କୁ ଜୀବନରୁ ମାରି ଦେବାକୁ ଟ୍ୱିଟରରେ ଧମକ ମଧ୍ୟ ଦେଇଥିଲେ। କିନ୍ତୁ ଏହି ବିଷୟରେ ସଲ୍‌ମାନ୍‌ଙ୍କ ତରଫରୁ କିଛ ପ୍ରତିକ୍ରିୟା ଆସିନାହିଁ।

https://twitter.com/sonamohapatra/status/1132887698224476161

https://twitter.com/sonamohapatra/status/1133466002954391552