Advertisment

ସ୍ୱାମୀଙ୍କଠୁ ଅଲଗା ହେଲେ ସୁନିଧି

ମୁମ୍ବାଇ: ସିଙ୍ଗର୍ ସୁନିଧି ଚୌହାନଙ୍କ ଆଠ ବର୍ଷର ବୈବାହିକ ସମ୍ପର୍କ ଏବେ ଭାଙ୍ଗିଯାଇଛି। ସେ ଏବଂ ତାଙ୍କ ସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। https://www.instagram.com/p/BTr_XTrF04m/?utm_source=ig_web_copy_link ସୂଚନା ଅନୁଯାୟୀ, ସୁନିଧି ଏବଂ ହିତେଶ କିଛି ବନ୍ଧୁଙ୍କ ସହ ଗୋଆ ଯାଇଥିଲେ। ସେଠୁ ଫେରିବା ପରେ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କିଛି ଦିନ ଧରି ଦୁହେଁ ଅଲଗା ରହୁଥିଲେ। ହେଲେ ଏସବୁ ବିଷୟରେ ସେମାନେ ସର୍ବସମ୍ମୁଖ ଆଗରେ ପ୍ରକାଶ କରିବାକୁ ଚାହୁଁନଥିଲେ। […]

ସ୍ୱାମୀଙ୍କଠୁ ଅଲଗା ହେଲେ ସୁନିଧି

sunidhi

Advertisment

ମୁମ୍ବାଇ: ସିଙ୍ଗର୍ ସୁନିଧି ଚୌହାନଙ୍କ ଆଠ ବର୍ଷର ବୈବାହିକ ସମ୍ପର୍କ ଏବେ ଭାଙ୍ଗିଯାଇଛି। ସେ ଏବଂ ତାଙ୍କ ସ୍ୱାମୀ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।

Advertisment

https://www.instagram.com/p/BTr_XTrF04m/?utm_source=ig_web_copy_link

ସୂଚନା ଅନୁଯାୟୀ, ସୁନିଧି ଏବଂ ହିତେଶ କିଛି ବନ୍ଧୁଙ୍କ ସହ ଗୋଆ ଯାଇଥିଲେ। ସେଠୁ ଫେରିବା ପରେ ଏମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କିଛି ଦିନ ଧରି ଦୁହେଁ ଅଲଗା ରହୁଥିଲେ। ହେଲେ ଏସବୁ ବିଷୟରେ ସେମାନେ ସର୍ବସମ୍ମୁଖ ଆଗରେ ପ୍ରକାଶ କରିବାକୁ ଚାହୁଁନଥିଲେ।

https://www.instagram.com/p/Bse1HaShUox/?utm_source=ig_web_copy_link

ସୁନିଧି ଏବଂ ହିତେଶ ଦୁଇବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ 2012ରେ ବିବାହ କରିଥିଲେ। ବିବାହର ପାଞ୍ଚ ବର୍ଷ ପରେ ଜାନୁଆରୀ 2018 ରେ ଏମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ସୁନିଧି ପ୍ରାୟ ସମୟରେ ସୋଶାଲ୍ ମିଡିଆରେ ପୁଅ ସହିତ ଫଟୋ ଶେଆର୍ କରନ୍ତି। ଜଣାଇଦେବାକୁ ଚାହୁଁ ଯେ ଏହା ହେଉଛି ସୁନିଧିଙ୍କର ଦ୍ୱିତୀୟ ବିବାହ। ପୂର୍ବରୁ 2002 ରେ 18 ବର୍ଷ ବୟସରେ କୋରିଓଗ୍ରାଫର ବବି ଖାନଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହର ପ୍ରାୟ ଏକ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ।

Advertisment

https://www.instagram.com/p/B2Jz_F1HI3n/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe