ସିଙ୍ଗଲ୍ ଅଛି, ବହୁତ ଖୁସି ଅଛି: ଆଦିତ୍ୟ ରାୟ କପୁର

ମୁମ୍ୱାଇ: ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଚାଲିଥିବା ଡେଟିଂ ଖବରକୁ ଆଦିତ୍ୟ ରାୟ କପୁର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ସିଙ୍ଗଲ୍ ଅଛି ଓ ଖୁସିରେ ରହୁଛି। ମୁଁ କାହାରିଙ୍କ ସହ ଡେଟିଂ କରୁ ନାହିଁ।’

ଆସିକ୍-୨ରେ ଆଦିତ୍ୟ ଓ ଶ୍ରଦ୍ଧାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

ଆଦିତ୍ୟଙ୍କୁ ଖୁବଶୀଘ୍ର ଫିଲ୍ମ ‘ଫିତୁର’ରେ ଦେଖିବାକୁ ମିଳିବେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଆଦିତ୍ୟ ଓ କ୍ୟାଟ୍ରିନା କୈଫ ଯୋଡ଼ିଙ୍କୁ ଦେଖିବାକୁ ମିଳିବ ।