Advertisment

ସେଲ୍‌ଫି ନେବାକୁ କହିବାରୁ ରାଗିଗଲେ ରାନୁ ମଣ୍ଡଳ

ମୁମ୍ୱାଇ: ଜଣେ ମହିଳା ରାନୁ ମଣ୍ଡଳଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ। ତେବେ ରାନୁ ତାଙ୍କ ଉପରେ ରାଗି ଯାଇଥିଲେ। କେବଳ ରାଗି ନଥିଲେ, ସେ ମହିଳା ଜଣଙ୍କ ତାଙ୍କୁ କାହିଁକି ଛୁଇଁଲେ ବୋଲି ବି ପଚାରିଥିଲେ। ଆଉ ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତା’ସହିତ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ରାନୁ ଗୋଟିଏ ଦୋକାନରେ କିଛି ଜିନିଷ କିଣୁଛନ୍ତି। ଏହି ସମୟରେ ଜଣେ ମହିଳା ଫ୍ୟାନ୍‌ ପଛରୁ ଆସି […]

ଅଦ୍ୟତନ ହୋଇଛି
ସେଲ୍‌ଫି ନେବାକୁ କହିବାରୁ ରାଗିଗଲେ ରାନୁ ମଣ୍ଡଳ

ranu4

Advertisment

ମୁମ୍ୱାଇ: ଜଣେ ମହିଳା ରାନୁ ମଣ୍ଡଳଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ। ତେବେ ରାନୁ ତାଙ୍କ ଉପରେ ରାଗି ଯାଇଥିଲେ। କେବଳ ରାଗି ନଥିଲେ, ସେ ମହିଳା ଜଣଙ୍କ ତାଙ୍କୁ କାହିଁକି ଛୁଇଁଲେ ବୋଲି ବି ପଚାରିଥିଲେ। ଆଉ ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତା’ସହିତ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଭିଡିଓରେ ରାନୁ ଗୋଟିଏ ଦୋକାନରେ କିଛି ଜିନିଷ କିଣୁଛନ୍ତି। ଏହି ସମୟରେ ଜଣେ ମହିଳା ଫ୍ୟାନ୍‌ ପଛରୁ ଆସି ତାଙ୍କ ହାତକୁ ଛୁଇଁ ସେଲ୍‌ଫି ନେବା ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ରାନୁ ରାଗି ଯାଉଛନ୍ତି ଏବଂ ତାଙ୍କୁ କାହିଁକି ଛୁଇଁଲେ ବୋଲି ପ୍ରଶ୍ନ କରୁଛନ୍ତି। ବୋଧହୁଏ ଉକ୍ତ ମହିଳା ଜଣଙ୍କ ତାଙ୍କୁ ଯେଉଁ ଭଳି ଢଙ୍ଗରେ ସ୍ପର୍ଶ କରି ଡାକିଲେ, ତାହା ତାକୁ ପସନ୍ଦ ଆସି ନଥିଲା। ରାନୁ ମଣ୍ଡଳ ରାଗି ଯାଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

https://twitter.com/mvmeet/status/1191290722026057728

ଭିଡିଓଟି ଭାଇରାଲ୍‌ ହେବା ପରେ ୟୁଜର୍‌ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ରାନୁଙ୍କର ଏଭଳି ବ୍ୟବହାର ଅନେକଙ୍କୁ ନିରାଶ କରିଛି। ଅଳ୍ପ ସମୟରେ ମିଳିଥିବା ସଫଳତା ଯୋଗୁ ରାନୁ ଅହଙ୍କାରୀ ହୋଇପଡ଼ିଛନ୍ତି ବୋଲି ବି କିଛି ୟୁଜର୍‌ କହିବାକୁ ପଛାଇ ନାହାନ୍ତି।

Advertisment

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେଶକରଙ୍କ ଗୀତ ‘ପ୍ୟାର୍‌ କା ନଗ୍‌ମା ହୈ’ ଗାଇ ସୋଶାଲ୍ ମିଡିଆ ଯୋଗେ ପ୍ରଥମେ ଲୋକଲୋଚନକୁ ଆସିଥିଲେ ରାନୁ। ଏପରିକି ରାତାରାତି ଷ୍ଟାର ପାଲଟି ଯାଇଥିଲେ ଓ ସିଧା ବଲିଉଡ୍‌ରେ ପ୍ରବେଶ କରିଥିଲେ। ହିମେଶ ରେଶମିୟାଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର୍‌’ରେ ସେ ତିନୋଟି ଗୀତ ଗାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe