ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ କପୁର ବାପା ହେଲାପରେ ତାଙ୍କ ଶିଶୁକନ୍ୟାର ନାମ କ’ଣ ରଖିବେ ନେଇ ଚର୍ଚ୍ଚା ହେଉଛି। ଶାହିଦଙ୍କ ମାଆ ଏଣ୍ଟରଟେଣ୍ଡମେଣ୍ଟ୍ ୱେବସାଇଟରେ କହିଛନ୍ତି,“ଶାହିଦ ଓ ମୀରା ଶିଶୁର ନାଁ ଭାବିସାରିଛନ୍ତି। କିଛି ଦିନ ଭିତରେ ସେମାନେ ଶିଶୁର ନାମ ଘୋଷଣା କରିବେ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ମୁଁ ଛୁଆର ନାମ ଯାହା ଭାବିଥିଲି ସେ ଦୁଇଜଣ ତାହା ରଖିବା ପାଇଁ ଭାବିଛନ୍ତି। ମୁଁ ଶିଶୁଟିକୁ ବହୁତ ମିସ୍ କରୁଛି।”
ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦିନ ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ୍ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ଶାହିଦ ଗତବର୍ଷ ମୀରା ରାଜପୁତଙ୍କୁ ବିବାହ କରିଥିଲେ।