Advertisment

ଗ୍ରାମୀ ଆୱାର୍ଡ ୨୦୨୫; ନାମାଙ୍କନ ତାଲିକାରେ ଭାରତୀୟ ବଂଶୋଦ୍ଭବଙ୍କ ଚମକ

୬୭ତମ ଗ୍ରାମୀ ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କଲା ରେକର୍ଡିଂ ଏକାଡେମୀ। ତାଲିକାରେ ଭାରତୀୟ ବଂଶୋଦ୍ଭବ ପ୍ରତିଭାଙ୍କ ଚମକ ଦେଖିବାକୁ ମିଳିଛି।

Grammy Award nominees

Grammy Award nominees

Advertisment

ରେକର୍ଡିଂ ଏକାଡେମୀ ୬୭ତମ ଗ୍ରାମୀ ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଏହି ତାଲିକାରେ ଭାରତୀୟ ପ୍ରତିଭାଙ୍କର ଦବଦବା ସ୍ପଷ୍ଟ ଦେଖାଯାଉଛି। ରିକି କେଜ୍, ଅନୁଷ୍କା ଶଙ୍କର ଏବଂ ଭାରିଜଶ୍ରୀ ବେଣୁଗୋପାଲଙ୍କ ସମେତ ୬ ଜଣ ଭାରତୀୟ ବଂଶୋଦ୍ଭବ କଳାକାର ଏଥିରେ ନାମାଙ୍କନ ତାଲିକାଭୁକ୍ତ ହୋଇଛନ୍ତି।

Advertisment

୬୭ତମ ଗ୍ରାମୀ ପୁରସ୍କାର ପାଇଁ ୧୧ଟି ନାମାଙ୍କନ ସହ ଆମେରିକୀୟ ପପ୍ ଗାୟିକା ବିୟୋନ୍ସେ ଶୀର୍ଷରେ ରହିଛନ୍ତି। ଅନ୍ୟମତ ଆମେରିକୀୟ ଗାୟିକା ବିଲି ଇଲିଶ ଓ ୟୁକେର ଚାର୍ଲି ଏକ୍ସସିଏକ୍ସଙ୍କ ଭଳି ତାରକା ଏହି ପୁରସ୍କାର ପାଇଁ ନାମାଙ୍କନ ତାଲିକାଭୁକ୍ତ ହୋଇଛନ୍ତି। ତେବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ନାମାଙ୍କନ ତାଲିକାଭୁକ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ କଳାକାରଙ୍କ ମଧ୍ୟରେ ରହିଛନ୍ତି ରିକି କେଜ୍, ଅନୋଷ୍କା ଶଙ୍କର, ରାଧିକା ଭେକାରିଆ, ଚନ୍ଦ୍ରିକା ଟଣ୍ଡନ, ଭାରିଜଶ୍ରୀ ବେଣୁଗୋପାଲ ଓ ନୋଶିର ମୋଦି।

ତେବେ ପୂର୍ବରୁ ତିନୋଟି ଗ୍ରାମୀ ପୁରସ୍କାର ଜିତିଥିବା ମୂଳ ଭାରତୀୟ ସଂଗୀତଜ୍ଞ ରିକି କେଜ୍ ତାଙ୍କ ସଙ୍ଗୀତ ମାଧ୍ୟମରେ ସାରା ବିଶ୍ୱରେ ପ୍ରସିଦ୍ଧ। ଏଥର ଚତୁର୍ଥ ଥର ଏହି ପୁରସ୍କାର ପାଇଁ ସେ ମନୋନୀତ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଆଲବମ୍ 'ବ୍ରେକ୍ ଅଫ୍ ଡନ୍' ନ୍ୟୁ ଏଜ୍, ଆମ୍ବିଏଣ୍ଟ୍ କିମ୍ବା ଚାଣ୍ଟ ଆଲବମ୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ସଙ୍ଗୀତ ପ୍ରତି ତାଙ୍କର ଉତ୍ସାହର ଏକ ଉଦାହରଣ।

Advertisment
Grammy Award Nomination Ricky Kej Grammy Award 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe