Advertisment

ରଚନାଙ୍କ ପରି ଦେଖାଯାଆନ୍ତି ଶିବାନୀ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଲୋକ ଶିବାନୀଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଶିବାନୀ ଟିକେ ଟିକେ ରଚନା ବାନାର୍ଜୀଙ୍କ ପରି ଦେଖାଯାଉଛନ୍ତି ବୋଲି କହୁଛନ୍ତି। ଆଉ ଏ କଥା ଶିବାନୀ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ କହିଛନ୍ତି। ଶିବାନୀଙ୍କ କହିବା ଅନୁଯାୟୀ, ଦିନେ ତାଙ୍କ ଫଟୋରେ ଜଣେ କମେଣ୍ଟ ଦେଇଥିଲେ- ସେ ଟିକେ ଟିକେ ରଚନା ବନାର୍ଜୀଙ୍କ ପରି ଦେଖାଯାଆନ୍ତି। ଏମିତି ଗୋଟେ କମେଣ୍ଟ ଦେଖି […]

ଅଦ୍ୟତନ ହୋଇଛି
ରଚନାଙ୍କ ପରି ଦେଖାଯାଆନ୍ତି ଶିବାନୀ !

sibani

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଲୋକ ଶିବାନୀଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଶିବାନୀ ଟିକେ ଟିକେ ରଚନା ବାନାର୍ଜୀଙ୍କ ପରି ଦେଖାଯାଉଛନ୍ତି ବୋଲି କହୁଛନ୍ତି। ଆଉ ଏ କଥା ଶିବାନୀ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା ଟକ୍‌ ଶୋ’ ‘ସିକ୍ରେଟ୍‌ ଷ୍ଟୋରିଜ୍‌ ଅଫ୍‌ ସେଲିବ୍ରେଟି’ରେ କହିଛନ୍ତି।

Advertisment

ଶିବାନୀଙ୍କ କହିବା ଅନୁଯାୟୀ, ଦିନେ ତାଙ୍କ ଫଟୋରେ ଜଣେ କମେଣ୍ଟ ଦେଇଥିଲେ- ସେ ଟିକେ ଟିକେ ରଚନା ବନାର୍ଜୀଙ୍କ ପରି ଦେଖାଯାଆନ୍ତି। ଏମିତି ଗୋଟେ କମେଣ୍ଟ ଦେଖି ସେ ବେଶ୍‌ ଖୁସି ହୋଇ ଯାଇଥିଲେ। କାରଣ ସେ ରଚନାଙ୍କର ବହୁତ ବଡ଼ ପ୍ରଶଂସକ।

ତା’ପରେ ରଚନାଙ୍କର ଏକ ଫଟୋ ନେଇ ଶିବାନୀ ତାଙ୍କ ଫଟୋ ସହ ଏକାଠି କରି ଦେଖିଥିଲେ। ତାଙ୍କୁ ମଧ୍ୟ ତାଙ୍କ ଚେହେରା ଟିକେ ଟିକେ ରଚନାଙ୍କ ସହ ମିଶିଲା ପରି ଲାଗିଲା। ଏହାପରେ ସେ ସେହି ଫଟୋକୁ ନେଇ ତାଙ୍କ ମାଆଙ୍କୁ ଦେଖାଇଥିଲେ। ତାଙ୍କ ମାଆ ମଧ୍ୟ ତାଙ୍କ ଚେହେରା ଟିକେ ଟିକେ ରଚନାଙ୍କ ସହ ମିଶୁଛି ବୋଲି କହିଥିଲେ।

Advertisment

publive-imageଏକଥା ଶୁଣିବା ପରେ ଶିବାନୀ ଏକଦମ୍‌ ଖୁସି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଆଗକୁ ଶିବାନୀଙ୍କୁ ‘ବାବୁ ଭାଇଜାନ୍‌’ ଫିଲ୍ମରେ ଦେଖିବାକୁ ମିଳିବ। ‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଶିବାନୀଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଅରିନ୍ଦମ। ଏଥିରେ ସେ ଅରିନ୍ଦମଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ୍ ଶେଆର୍ କରୁଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତାପସ ସରଘରିଆ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe