Advertisment

ଫିଲ୍ମ ‘କୋକଲି’-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌'କୁ ମିଳିଲା ୨ଟି ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି। […]

ଅଦ୍ୟତନ ହୋଇଛି
ଫିଲ୍ମ ‘କୋକଲି’-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌'କୁ ମିଳିଲା ୨ଟି ଅନ୍ତର୍ଜାତୀୟ ପୁରସ୍କାର

12985501_1767148473504801_3

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌'କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି।

Advertisment

publive-image‘କୋକୋଲି’-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌' ନିର୍ମାଣ କରିଛନ୍ତି ପ୍ରତିଭାଶାଳୀ ଫିଲ୍ମ ନିର୍ଦ୍ଦେଶକ ସ୍ନେହାଶିଷ ଦାସ। ଏହି ଫିଲ୍ମ କୋକଲି ପ୍ରଜାତିର ମାଛ ବିଷୟରେ ନୁହେଁ, ବରଂ ସେହି ନାମରେ ଜଣା ଜଣେ ଝିଅ, ତା'ର ମା’, ପ୍ରେମିକ, ପରିବାର ଓ ପରିବେଶ ସନ୍ତୁଳନ ସମସ୍ୟା ଆଦି ପ୍ରସଙ୍ଗକୁ ଭିତ୍ତି କରି ନିର୍ମିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥଳଭାଗ ଉପରକୁ ସମୁଦ୍ର ମାଡ଼ି ଆସିବାର ଭୟ ବି ଏଥିରେ ଦେଖିବାକୁ ମିଳିଛି। ଫିଲ୍ମରେ ଜଳକୁ ନେଇ ଜୀବନ ଜୀଉଁଥିବା ନୋଳିଆମାନଙ୍କ ଜୀବନ ଶୈଳୀକୁ ଅତି ପାଖରୁ ଦେଖାଯାଇଛି।  କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ବହୁତ ଉଚ୍ଚକୋଟୀର ହୋଇଛି। ତୃପ୍ତି ଦାସଙ୍କ କଣ୍ଠରେ ଗୀତଟି ଶ୍ରୁତିମଧୁର ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଗାର୍ଗୀ ମହାନ୍ତିଙ୍କ ଚମତ୍କାର ଅଭିନୟ ସହିତ ଲିଙ୍କନ ପଟ୍ଟନାୟକ, ଭାସ୍ୱତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଛି। ଫିଲ୍ମର କାହାଣୀ ରଚନା କରିଛନ୍ତି ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏବଂ ପ୍ରଶାନ୍ତ ନାଏକ ଏହାର ସମ୍ପାଦନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe