/odisha-reporter/media/post_attachments/uploads/2016/10/anushka-sharma_650x400_61477546052.jpg)
anushka-sharma
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ନିଜ ଲାବ୍ରାଡର କୁକୁର ଡୁଡ୍ ସହ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ନଜର ଆସିଛନ୍ତି। ଏଥିରେ ସେ ଡୁଡ ସହ ଦୀପାବଳୀ ଶୁଭକାମନା ଜଣାଇଛନ୍ତି। କିଛିଦିନ ହେବ ଅନୁଷ୍କାଙ୍କୁ ଡୁଡ୍ ସହ ଇନଷ୍ଟାଗ୍ରାମରେ ବି ଦେଖିବାକୁ ମିଳୁଛି। ନିଜ ପୋଷା କୁକୁର ସହ ଅନୁଷ୍କା କିଛି ଭିଡିଓ ପୋଷ୍ଟ କରିଛନ୍ତି।
Advertisment
ତିନୋଟି ଭିଡିଓ ମଧ୍ୟରୁ ଗୋଟେ ଭିଡିଓରେ ସେ ଆସନ୍ତାକାଲି ରିଲିଜ ହେବାକୁ ଥିବା ‘ଏ ଦିଲ ହେ ମୁସକିଲ’ର ପ୍ରମୋସନ ଡୁଡ୍ ସହ ଫିଲ୍ମର ଗୀତ ବୋଲି କରିଛନ୍ତି। ଆଉ ଏକ ଭିଡିଓରେ ଦୀପାବଳୀର ଶୁଭକାମନା ସହ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପଶୁପକ୍ଷୀଙ୍କୁ କ୍ଷତି ନ ପହଁଞ୍ଚାଇବାକୁ ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
